ଗମ୍ଭୀରଙ୍କ ସହ କୋହଲିଙ୍କର ପଡ଼େନି କି ? ଡ୍ରେସିଂ ରୁମର ଗୁମର ଖୋଲିଲେ ବ୍ୟାଟିଂ କୋଚ୍

Advertisment

ଆପଣ ସୋସିଆଲ ମିଡିଆରେ ବିରାଟ ଏବଂ ଗମ୍ଭୀରଙ୍କୁ ନେଇ ଏଭଳି ଚର୍ଚ୍ଚା , କଳ୍ପନାଜଳ୍ପନା ଏବଂ ଗୁଜବ ଆଗରୁ ବହୁତ ଥର ଶୁଣିଥିବେ । କିନ୍ତୁ ଏବେ ଡ୍ରେସିଂ ରୁମରୁ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ସମସ୍ତଙ୍କ କଳ୍ପନାଜଳ୍ପନାର ଅନ୍ତ ଘଟାଇବ ବୋଲି ଆଶା କରାଯାଉଛି ।

ଆପଣ ସୋସିଆଲ ମିଡିଆରେ ବିରାଟ ଏବଂ ଗମ୍ଭୀରଙ୍କୁ ନେଇ ଏଭଳି ଚର୍ଚ୍ଚା , କଳ୍ପନାଜଳ୍ପନା ଏବଂ ଗୁଜବ ଆଗରୁ ବହୁତ ଥର ଶୁଣିଥିବେ । କିନ୍ତୁ ଏବେ ଡ୍ରେସିଂ ରୁମରୁ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ସମସ୍ତଙ୍କ କଳ୍ପନାଜଳ୍ପନାର ଅନ୍ତ ଘଟାଇବ ବୋଲି ଆଶା କରାଯାଉଛି ।

VIRAT

VIRAT Photograph: (KanakNews)

କନକ ବ୍ୟୁରୋ : ଟିମ୍ ଇଣ୍ଡିଆର ହେଡ୍ କୋଚ୍ ଗୌତମ ଗମ୍ଭୀର ଏବଂ ଷ୍ଟାର ଖେଳାଳି ବିରାଟ କୋହଲିଙ୍କ ମଧ୍ୟରେ କିଛି ଠିକ୍ ନାହିଁ । ଦୁହେଁ ପରସ୍ପରକୁ ବିଲକୁଲ୍ ପସନ୍ଦ କରୁନାହାନ୍ତି । ଦୁହିଁଙ୍କ ସମ୍ପର୍କ ଏତେ ଖରାପ ହୋଇଯାଇଛି ଯେ ବିରାଟ ଏବଂ ଗୌତମ ପରସ୍ପର ସହିତ କଥାବାର୍ତ୍ତା ମଧ୍ୟ କରୁନାହାନ୍ତି । ଆପଣ ସୋସିଆଲ ମିଡିଆରେ ବିରାଟ ଏବଂ ଗମ୍ଭୀରଙ୍କୁ ନେଇ ଏଭଳି ଚର୍ଚ୍ଚା , କଳ୍ପନାଜଳ୍ପନା ଏବଂ ଗୁଜବ ଆଗରୁ ବହୁତ ଥର ଶୁଣିଥିବେ । କିନ୍ତୁ ଏବେ ଡ୍ରେସିଂ ରୁମରୁ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ସମସ୍ତଙ୍କ କଳ୍ପନାଜଳ୍ପନାର ଅନ୍ତ ଘଟାଇବ ବୋଲି ଆଶା କରାଯାଉଛି । ଭାରତୀୟ ଦଳର ବ୍ୟାଟିଂ ପ୍ରଶିକ୍ଷକ ସୀତାଂଶୁ କୋଟକ ବିରାଟ-ଗମ୍ଭୀରଙ୍କ ସମ୍ପର୍କ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି । କୋଟକ ବିରାଟ କୋହଲି, ରୋହିତ ଶର୍ମା ଏବଂ ଗୌତମ ଗମ୍ଭୀରଙ୍କ ମଧ୍ୟରେ ମତଭେଦ ଥିବା ଅନୁମାନକୁ ଖାରଜ କରି କହିଛନ୍ତି ଯେ ଏହି ଦୁଇ ଅଭିଜ୍ଞ ଖେଳାଳି ଦଳର ଦୀର୍ଘକାଳୀନ ଯୋଜନାରେ ସମ୍ପୂର୍ଣ୍ଣ ଭାବରେ ଜଡ଼ିତ । 

କିଙ୍ଗ୍ କୋହଲି ଅନ୍ ଫାୟାର୍ .. ପ୍ରଶ୍ନ ନୁହେଁ ଆଉ କେତେ ବର୍ଷ ଖେଳିବେ? ପ୍ରଶ୍ନ , କିଏ ତାଙ୍କୁ ଖେଳିବାରୁ ଅଟକାଇବ?

କୋଟକ କହିଛନ୍ତି ଯେ ବିରାଟ ଏବଂ ରୋହିତ ଭାରତର ୱାନଡେ ରଣନୀତି ଏବଂ ଆଗାମୀ ବର୍ଷ ବିଶ୍ୱକପ୍ ପାଇଁ ପ୍ରସ୍ତୁତିରେ ସମ୍ପୂର୍ଣ୍ଣ ଭାବରେ ଜଡ଼ିତ ଅଛନ୍ତି । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ୱାନଡେ ପୂର୍ବରୁ ସେ କହିଛନ୍ତି ‘‘ ରୋକୋ ଯୋଡ଼ି ସବୁ ମ୍ୟାଚ୍ ପୂର୍ବରୁ ରଣନୀତି ପ୍ରସ୍ତୁତ କରିଥା’ନ୍ତି । ବର୍ତ୍ତମାନ ଦୁହେଁ ସମାନ ଫର୍ମାଟରେ ଖେଳୁଥିବାରୁ ଭାରତ ପ୍ରତ୍ୟେକ ମ୍ୟାଚ୍ ଜିତିବ । ଦୁହିଁଙ୍କର ଏତେ ଅଭିଜ୍ଞତା ଅଛି ଯେ ସେମାନେ ଅନ୍ୟ ଖେଳାଳିମାନଙ୍କ ସହିତ ସେମାନଙ୍କର ଚିନ୍ତାଧାରା ସେୟାର୍ କରିବା ସହ ଆଲୋଚନା ମଧ୍ୟ କରିଥା’ନ୍ତି । ଏହି ଯୋଡ଼ି ଗୌତମଙ୍କ ସହିତ ODI ଫର୍ମାଟ ଏବଂ ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ବିଶ୍ୱକପ୍ ପାଇଁ ରଣନୀତି ବିଷୟରେ ଆଲୋଚନା କରନ୍ତି । ମୁଁ ପ୍ରାୟତଃ ସେଠାରେ ଥାଏ ଏବଂ ଯଦି କେବେ ଦୁହିଁଙ୍କ କଥା ମୋ କାନରେ ପଡ଼େ ତେବେ ସେମାନେ ସେମାନଙ୍କର ଅଭିଜ୍ଞତା ମୋ ସହ ବାଣ୍ଟନ୍ତି । ମୁଁ ସବୁବେଳେ ସେମାନଙ୍କୁ କଥା ହେଉଥିବାର ଦେଖେ । ଲୋକ ସୋସିଆଲ ମିଡିଆରେ ବହୁତ ଗୁଜବ ଦେଖନ୍ତି କିନ୍ତୁ ମୁଁ ଏହାକୁ ବିଶ୍ବାସ କରେ ନାହିଁ ।’’

ତେବେ ଗତ କିଛି ମାସ ଧରି କୋହଲି, ରୋହିତ ଏବଂ ଗୌତମ ଗମ୍ଭୀର ଦଳର ସମୀକରଣ ବିଷୟରେ ଯଥେଷ୍ଟ ଆଲୋଚନା କରିଛନ୍ତି । କୋଟାକ ଏନେଇ କହିଛନ୍ତି ଯେ ମାର୍ଚ୍ଚ ମାସରେ T20 ବିଶ୍ୱକପ୍ ଶେଷ ହେବା ପରେ ଭାରତକୁ ୩୪ତମ ଓଭର ପରେ ନୂତନ ବଲ୍ ନିୟମକୁ ଗ୍ରହଣ କରିବା ପାଇଁ ସେମାନଙ୍କର ବ୍ୟାଟିଂକୁ ପୁନଃପରିଚାଳନା କରିବାକୁ ପଡ଼ିବ । ପରିବର୍ତ୍ତିତ ଖେଳ ପରିସ୍ଥିତି ସହିତ ବୋଲିଂ ଦଳକୁ ଏବେ ୩୫ତମ ଏବଂ ୫୦ତମ ଓଭର ମଧ୍ୟରେ ଦୁଇଟି ବଲ୍ ମଧ୍ୟରୁ ଗୋଟିଏ ବାଛିବାକୁ ପଡ଼ିବ ।
ବ୍ୟୁରୋ ରିପୋର୍ଟ କନକ ଡିଜିଟାଲ୍ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe