କନକ ବ୍ୟୁରୋ: ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି-୨୦ ବିଶ୍ବକପ୍‌ ବିଜୟକୁ ଦୁଇ ମହାନ ଖେଳାଳି ରାହୁଲ ଦ୍ରାବିଡ଼ ଓ ଭି.ଭି.ଏସ. ଲକ୍ଷ୍ମଣଙ୍କୁ ସମର୍ପିତ କରିଛନ୍ତି । ରବିବାରର ବିଜୟ ପରେ ନିଜର ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ମୁଁ ଏହି ଟ୍ରଫିକୁ ରାହୁଲ ଦ୍ରାବିଡ଼ ଓ ଭି.ଭି.ଏସ.ଲକ୍ଷ୍ମଣଙ୍କୁ ଉତ୍ସର୍ଗ କରିବାକୁ ଚାହିଁବି। ଏକ ଶକ୍ତିଶାଳୀ ଭାରତୀୟ ଦଳକୁ ଗଢିବା ପାଇଁ ରାହୁଲ ଭାଇଙ୍କୁ ଓ ସିଓଇ (କ୍ରିକେଟ୍‌ ଅଫ ଏକ୍ସଲେନ୍ସ)ରେ ଦେଶର ଭବିଷ୍ୟତ ପ୍ରତିଭାମାନଙ୍କୁ ପ୍ରସ୍ତୁତ କରିବା ପାଇଁ ଲକ୍ଷ୍ମଣଙ୍କୁ ଏହି ବିଜୟ ସମର୍ପିତ। ସେ ମଧ୍ୟ ମୁଖ୍ୟ ଚୟନକର୍ତ୍ତା ଅଜିତ ଆଗରକର ଓ ଆଇସିସି ଅଧ୍ୟକ୍ଷ ଜୟ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି। 

Advertisment

ଆହୁରି ପଢ଼ନ୍ତୁ... ଅଲିମ୍ପିକ୍ସ ସ୍ବର୍ଣ୍ଣ ଉପରେ ସୂର୍ଯ୍ୟକୁମାରଙ୍କ ଲକ୍ଷ୍ୟ

ସମାଲୋଚନା ସତ୍ତ୍ବେ ସଚ୍ଚୋଟତାର ସହ ନିଜ କର୍ତ୍ତବ୍ୟ ନିର୍ବାହ କରିବା ଲାଗି ସେ ଆଗରକରଙ୍କୁ ପ୍ରସଂଶା କରିଛନ୍ତି। ସେହିପରି ନ୍ୟୁଜିଲାଣ୍ଡ୍‌ ଓ ଦକ୍ଷିଣ ଆଫ୍ରିକାଠାରୁ ଘରୋଇ ମାଟରେ ଟେଷ୍ଟ ଶୃଙ୍ଖଳା ପରାଜୟ ପରି ନୈରାଶ୍ୟଜନକ ସମୟରେ ଫୋନ କରି ସମର୍ଥନ କରିଥିବାରୁ ସେ ଜୟ ଶାହାଙ୍କୁ ସମର୍ଥନ କରିଛନ୍ତି। ସମାଲୋଚକଙ୍କୁ ଜବାବ ଦେଇ ସେ କହିଛନ୍ତି ଯେ ତାଙ୍କର ଉତ୍ତରଦାୟିତ୍ବ କେବଳ ଡ୍ରେସିଂ ରୁମରେ ଥିବା ୩୦ ସଦସ୍ୟଙ୍କ ପ୍ରତି ରହିଛି, ସୋସିଆଲ୍‌ ମିଡିଆ ପ୍ରତି ନୁହେଁ। ଖେଳାଳିମାନେ ଭଲ ପ୍ରଶିକ୍ଷକଙ୍କୁ ତିଆରି କରନ୍ତି।