ଗଜରାଜ : ଶତ୍ରୁ ନା ସମ୍ପତ୍ତି, ତୀବ୍ର ହେଉଛି ହାତୀ-ମଣିଷ ଲଢେଇ

ହାତୀକୁ ନେଇ ମଣିଷର ସାଂସ୍କୃତିକ,ଐତିହ୍ୟ ଓ ଧାର୍ମିକ ଭାବନା ଯୋଡି ହୋଇ ରହିଛି । ନହେଲେ କୋହ୍ଲାପୁରରେ ହାତୀ ମାଧୁରୀକୁ ବିଦାୟ ଦେବା ବେଳେ ଏଭଳି ଭାବବିହ୍ବଳ ପରିବେଶ ସୃଷ୍ଟି ହୋଇନଥାନ୍ତା । ଉଭୟ ହାତୀ ଓ ମଣିଷ ଆଖିର ଏ ଲୁହ ଦର୍ଶାଉଥିଲା କେହି କାହାରିକୁ ଦଣ୍ଡେ ଛାଡି ରହିବାକୁ ନାରାଜ ।

47

Photograph: (kanak news)

କନକ ବ୍ୟୁରୋ: ବିଶ୍ବ ହସ୍ତୀ ଦିବସରେ ହାତୀଙ୍କ ସୁରକ୍ଷାକୁ ନେଇ ବଢିଛି ଚିନ୍ତା । ଗତ ୫ ବର୍ଷରେ ହାତୀ ସଂଖ୍ୟାରେ ବୃଦ୍ଧି କମ, ମୃତ୍ୟୁ ଅଧିକ ହୋଇଛି । ମଣିଷ-ହାତୀ ଲଢେଇ ଏହା ପଛର ସବୁଠୁ ବଡ କାରଣ ପାଲଟିଛି । ସ୍ବାର୍ଥ ପାଇଁ ସାଥୀ ପାଲଟି ଯାଇଛି ଶତ୍ରୁ । 

ହାତୀକୁ ନେଇ ମଣିଷର ସାଂସ୍କୃତିକ,ଐତିହ୍ୟ ଓ ଧାର୍ମିକ ଭାବନା ଯୋଡି ହୋଇ ରହିଛି । ନହେଲେ କୋହ୍ଲାପୁରରେ ହାତୀ ମାଧୁରୀକୁ ବିଦାୟ ଦେବା ବେଳେ ଏଭଳି ଭାବବିହ୍ବଳ ପରିବେଶ ସୃଷ୍ଟି ହୋଇନଥାନ୍ତା । ଉଭୟ ହାତୀ ଓ ମଣିଷ ଆଖିର ଏ ଲୁହ ଦର୍ଶାଉଥିଲା କେହି କାହାରିକୁ ଦଣ୍ଡେ ଛାଡି ରହିବାକୁ ନାରାଜ । ହେଲେ ହାତୀ-ମଣିଷ ସମ୍ପର୍କର ଅନ୍ୟ ଏକ ଦିଗଟି ଆପଣଙ୍କୁ ହତଚକିତ କରିଦେବ। ଓଡ଼ିଶାର ବିଭିନ୍ନ ସ୍ଥାନରୁ ଆସୁଥିବା ଖବର ହାତୀ-ମଣିଷର ତିକ୍ତ ସମ୍ପର୍କକୁ ସାମ୍ନାକୁ ଆଣିଛି । କେଉଁଠି ମଣିଷ ହାତୀର ଜୀବନ ନେଉଛି ତ ପୁଣି କେଉଁଠି ହାତୀ ଆକ୍ରମଣରେ ଯାଉଛି ମଣିଷ ଜୀବନ । ଉଭୟ ହାତୀ-ମଣିଷ ଆଉ ସାଥୀ ହୋଇ ନାହାନ୍ତି । ପ୍ରଶ୍ନ ଉଠୁଛି, କାହିଁକି ଦିନକୁ ଦିନ ବଢୁଛି ହାତୀ-ମଣିଷ ଲଢେଇ? କିଏ ଏଥିପାଇଁ ଦାୟୀ? ମଣିଷ-ହାତୀ ପରସ୍ପରକୁ ଶତ୍ରୁ ଭାବିବା ପଛର କାରଣ କଣ?

ଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ ହାତୀ ସଂଖ୍ୟା ବଢିଛି, ହେଲେ ହାତୀଙ୍କ ପାଇଁ ଉର୍ଦ୍ଦିଷ୍ଟ ବାସସ୍ଥାନ ସଙ୍କୁଚିତ ହେବାରେ ଲାଗିଛି। ଯେଉଁଥିପାଇଁ ଜଙ୍ଗଲ ଛାଡି ଜନବସତି ମୁହାଁ ହେଉଛନ୍ତି ଗଜରାଜ। ଆଉ ଏହାର ପରିଣାମ ହେଉଛି ମଣିଷ-ହାତୀ ଭିତରେ ସଂଘର୍ଷ। ୨୦୨୪ ସୁଦ୍ଧା ଓଡ଼ିଶାରେ ୩୮ ବନଖଣ୍ଡରେ ୨୦୯୮ ହାତୀ ଅଛନ୍ତି। ସେହିଭଳି ଗତ ୫ ବର୍ଷରେ ଯାଇଛି ୩୯୨ ହାତୀଙ୍କ ଜୀବନ। ଶିକାରୀ ଆକ୍ରମଣ, ବିଦ୍ୟୁତ ଆଘାତ ଓ ଅପ୍ରାକୃତି ଉପାୟରେ ଅଧିକାଂଶ ହାତୀଙ୍କର ମୃତ୍ୟୁ ହୋଇଛି। ଯାହା ବେଶ ଉଦବେଗଜନକ। ଦିନ କେଇଟା ଭିତରେ ସାଥୀ ପାଲଟିଯାଇଛି ଶତ୍ରୁ। ଏସବୁ ଭିତରେ ଗଜରାଜଙ୍କ ସୁରକ୍ଷା ପାଇଁ ହାତୀ କରିଡର ଚିହ୍ନଟ ଓ ପୁନଃରୁଦ୍ଧାର କେବେ ହେବ? ତାହା ସବୁଠୁ ବଡ ପ୍ରଶ୍ନ ।

ଖୁବଶୀଘ୍ର ହାତୀ-ମଣିଷ ଲଢେଇର ସମାଧାନ ପାଇଁ ସବୁ ରାଜ୍ୟର ବନ୍ୟପ୍ରାଣୀ ଅଫିସରଙ୍କୁ ନେଇ ବସିବ ବୈଠକ। ଏଥିରେ ହାତୀଙ୍କ ସୁରକ୍ଷା ଓ ନୂଆ ଜଙ୍ଗଲ ସୃଷ୍ଟି ସହ ବାସସ୍ଥାନ ବୃଦ୍ଧି ଉପରେ ଗୁରୁତ୍ବ ଦିଆଯିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe