ଅବହେଳିତ ଗଜପତିର ପାରଳା ରାଜପ୍ରାସାଦ ; ରକ୍ଷଣାବେକ୍ଷଣ ଅଭାବରୁ ହରାଉଛି ଅସ୍ତିତ୍ବ

Advertisment

ଗଜପତିର ‘ପାରଳା ରାଜପ୍ରାସାଦ’ ଆଜି ଅବହେଳାର ଶିକାର ହୋଇଛି। ରକ୍ଷଣାବେକ୍ଷଣ ଅଭାବରୁ ଗଜପତି ମହାରାଜାଙ୍କ ଏହି ଭବ୍ୟ ପ୍ରାସାଦ ଆଜି ନିଜ ପରିଚୟ ହରାଉଛି । ଏହାକୁ ଜାତୀୟ ସ୍ମାରକୀ ଘୋଷଣା ନେଇ ବାରମ୍ବାର ଦାବି ହୋଇଛି। ଏ କାମ ବି ପ୍ରସ୍ତାବରେ ଅଟକିଯାଇଛି ।

ଗଜପତିର ‘ପାରଳା ରାଜପ୍ରାସାଦ’ ଆଜି ଅବହେଳାର ଶିକାର ହୋଇଛି। ରକ୍ଷଣାବେକ୍ଷଣ ଅଭାବରୁ ଗଜପତି ମହାରାଜାଙ୍କ ଏହି ଭବ୍ୟ ପ୍ରାସାଦ ଆଜି ନିଜ ପରିଚୟ ହରାଉଛି । ଏହାକୁ ଜାତୀୟ ସ୍ମାରକୀ ଘୋଷଣା ନେଇ ବାରମ୍ବାର ଦାବି ହୋଇଛି। ଏ କାମ ବି ପ୍ରସ୍ତାବରେ ଅଟକିଯାଇଛି ।

Gajapati

Gajapati Photograph: (kanak news)

କନକ ବ୍ୟୁରୋ : ଓଡ଼ିଶାର ଗୌରବ, ରାଜ୍ୟର ପ୍ରମୁଖ ଐତିହ୍ୟ କୀର୍ତ୍ତିରାଜି ମଧ୍ୟରେ ଅନ୍ୟତମ ଗଜପତିର ‘ପାରଳା ରାଜପ୍ରାସାଦ’ ଆଜି ଅବହେଳାର ଶିକାର ହୋଇଛି। ରକ୍ଷଣାବେକ୍ଷଣ ଅଭାବରୁ ଗଜପତି ମହାରାଜାଙ୍କ ଏହି ଭବ୍ୟ ପ୍ରାସାଦ ଆଜି ନିଜ ପରିଚୟ ହରାଉଛି । ଏହାକୁ ଜାତୀୟ ସ୍ମାରକୀ ଘୋଷଣା ନେଇ ବାରମ୍ବାର ଦାବି ହୋଇଛି। ଏ କାମ ବି ପ୍ରସ୍ତାବରେ ଅଟକିଯାଇଛି । ଓଡ଼ିଶାର ଏକମାତ୍ର ବକିଂହାମ୍‌ ପ୍ୟାଲେସ୍ ଶୈଳୀରେ ନିର୍ମିତ ମହଲ। ୨୫ ଏକର ପରିମିତ ଜମିରେ ପରିବେଷ୍ଟିତ ଏହି ଭବ୍ୟ ପ୍ରସାଦ ହେଉଛି ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ ପୁରୋଧା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ବାସସ୍ଥାନ। ଯାହା ଆଜି ଶ୍ରୀହୀନ। ପ୍ରାସାଦର ଅଧିକାଂଶ ଅଂଶ ନଷ୍ଟ ହୋଇ ଦରବାରର ମୁଖ୍ୟ ହଲ୍‌ରୁ ପାଣି ଗଳୁଛି। ରାଣୀ ମହଲର ଉପରଭାଗ ଭୁଶୁଡ଼ିପଡ଼ିଲାଣି। ବର୍ତ୍ତମାନ ପ୍ରାସାଦରେ ହାତଗଣତି କର୍ମଚାରୀ କାର୍ଯ୍ୟରତ ଅଛନ୍ତି। ରାଜଜେମା ସୁଶ୍ରୀ କଲ୍ୟାଣୀ ଦେବୀ ବେଳେବେଳେ ଆସୁଛନ୍ତି। ଐତିହ୍ୟକୁ ସୁରକ୍ଷା ଦେବାକୁ ଭୁଲିଯାଇଛନ୍ତି ସରକାର।

ଜଗନ୍ନାଥ ଗଜପତି ନାରାୟଣ ଦେଓ (ତୃତୀୟ) ଏହି ପ୍ରାସାଦ ନିର୍ମାଣ କରିଥିଲେ। ୧୮୮୫ରେ ଏଥିପାଇଁ ପ୍ରାୟ ୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଏହାର ଡିଜାଇନ୍ ପ୍ରସ୍ତୁତ କରିଥିଲେ ଚେଶୋଲମ୍ ନାମକ ଜଣେ ୟୁରୋପୀୟ। ସୁନାରଙ୍ଗରେ ସଜ୍ଜିତ କାନ୍ଥ ଓ ବଡ଼ କାଠରେ ନିଖୁଣ କାରୁକାର୍ଯ୍ୟ ପ୍ରାସାଦର ମୁଖ୍ୟ ଆକର୍ଷଣ। ଏଠାରୁ ହିଁ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଆନ୍ଦୋଳନର ମୂଳଦୁଆ ପଡ଼ିଥିଲା। ସ୍ବତନ୍ତ୍ର ଉତ୍କଳର ଗୌରବ ବହନ କରୁଥିବା ଏହି ଐତିହ୍ୟ ଆଜି ନିଜ ପରିଚୟ ଖୋଜୁଛି। ରାଜପ୍ରାସାଦର ପୁନରୁଦ୍ଧାର ସହ ଏହାକୁ ଜାତୀୟ ସ୍ମାରକୀ ମାନ୍ୟତା ଦେବାକୁ ବହୁବାର ଦାବି ଉପସ୍ଥାପନ କରାଯାଇଛି। କିଛିବର୍ଷ ତଳେ ଏହାକୁ ଜାତୀୟ ସ୍ମାରକୀ ଘୋଷଣା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ଏଥିପାଇଁ କୌଣସି ପ୍ରକ୍ରିୟା ଆରମ୍ଭ ହୋଇପାରିନି। ଯାହା ଲୋକଙ୍କ ମଧ୍ୟରେ ଅସନ୍ତୋଷର କାରଣ ପାଲଟିଛି ।

ଅଧିକ ପଢ଼ନ୍ତୁ---ଫେଲ୍‌ ମାରିଛି ମେଗା ପାନୀୟ ଜଳ ପ୍ରକଳ୍ପ ; ଚୁଆପାଣି ମେଣ୍ଟାଉଛି ଶୋଷ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe