SCHOOL-PROBLEM Photograph: (kanak news)
କନକ ବ୍ୟୁରୋ: ଦୟନୀୟ ସ୍ଥିତିରେ ଶିକ୍ଷା ବ୍ୟବସ୍ଥା । କାରଣ ଗୋଟିଏ ଶ୍ରେଣୀ ଗୃହରେ ପ୍ରଥମରୁ ପଞ୍ଚମ ଯାଏଁ ପାଠ ପଢ଼ାଉଛନ୍ତି ପାଞ୍ଚ ଶିକ୍ଷକ ଶିକ୍ଷୟତ୍ରୀ । ଏଭଳି ଖବର ଆସିଛି ଗଜପତି ଜିଲ୍ଲା ମୋହନା ବ୍ଲକ ବନ୍ଧାଗୁଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟରେ । ଗାଁରେ ଏକ ମାତ୍ର ବିଦ୍ୟାଳୟ ଥିବା ସେହି ସ୍କୁଲରେ ଦୁଇଟି ଶ୍ରେଣୀ ଗୃହ ରହିଥିଲା । ହେଲେ ଗୋଟିଏ ଶ୍ରେଣୀ ଗୃହ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ବେଳେ ବିଦ୍ୟାଳୟଟି ବନ୍ଦ ରଖା ଯାଇଛି । ଆଉ ଗୋଟେ ଶ୍ରେଣୀ ଗୃହରେ ବାଲ୍ ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପଢ଼ୁଛନ୍ତି । ଏମିତି କି ମୋଟ୍ ୩୩ ଜଣ ପିଲାଙ୍କୁ ଗୋଟିଏ ଶ୍ରେଣୀରେ ପାଞ୍ଚଜଣ ଶିକ୍ଷକ ଶିକ୍ଷୟିତ୍ରୀ ପାଠ ପଢ଼ାଉଛନ୍ତି ।
ବଡ଼କଥା ହେଉଛି ଦେଶର ଆଗାମୀ ଭବିଷ୍ୟତ ମାନଙ୍କୁ ଏଭଳି ଶିକ୍ଷାଦାନ ଦେଲେ କିଭଳି ସେମାନେ ଭବିଷ୍ୟତ ଗଢ଼ିବେ ଆଉ କେମିତି ଆଗକୁ ବଢ଼ିବେ? ସରକାର ଶିକ୍ଷାର ଗୁଣବତ୍ତା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ବାସ୍ତବରେ ସ୍ଥିତି ଦେଖିବାକୁ ଏମିତି । ବର୍ଷାଦିନେ ଏଠି ଛାତରୁ ପାଣି ଗଳୁଥିବା ଦୟନୀୟ ସ୍ଥିତିରେ ସମ୍ମୁଖୀନ ହେଉଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ । ଏମିତିକି ଏ ସ୍କୁଲରେ ସାମାନ୍ୟ ରୋଷେଇ ଘର ଖଣ୍ଡେ ନାହିଁ । ନା ପିଇବାକୁ ପାଣି ନା ପିଲାଙ୍କ ପାଇଁ ଖେଳିବା ସୁବିଧା ନାହିଁ କହିଲେ ବି ଚଳେ ।
ଅଧିକ ପଢ଼ନ୍ତୁ--ଜାପାନରେ ଭୂମିକମ୍ପ, ସୁନାମୀ ଆଲର୍ଟ ; ସମୁଦ୍ରରେ ଉଠିପାରେ ବଡ଼ ବଡ଼ ଜୁଆର
ଖାଲି ବନ୍ଧାଗୁଡ଼ା ନୁହେଁ ମୋହନାର ପଥରଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବି ସମାନ ସ୍ଥିତି । ଏଠି ବାଲ୍ ବାଟିକାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପଢ଼ୁଛନ୍ତି । ଏନେଇ ବ୍ଲକ ଶିକ୍ଷା ଅଧିକାରୀ ନରେନ୍ଦ୍ର କୁମାର ବେହେରାଙ୍କୁ ପଚାରି ବୁଝିଥିଲୁ, ସେ କହିଛନ୍ତି ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି କିନ୍ତୁ କୌଣସି କାର୍ଯ୍ୟାଦେଶ ଆସିନାହିଁ ।
Follow Us