କନକ ବ୍ୟୁରୋ : ଗଜପତି ପୋଲିସ ପକ୍ଷରୁ ଅପରେସନ ଗ୍ରୀନ କ୍ଲିନ୍ ଅଭିଯାନ ଆରମ୍ଭ ହୋଇଥିବା ବେଳେ ଅଡବା ଥାନା ପକ୍ଷରୁ ରାଇପଙ୍କା ଗ୍ରାମ ପଞ୍ଚାୟତ ସିକିଲିମା ଓ ଗୁଞ୍ଜିପଦର ଗାଁ ନିକଟସ୍ଥ ଜଙ୍ଗଲ ଜମିରେ ବେଇଆଇନ୍ ଭାବେ ଚାଷ କରାଯାଇଥିବା ୮୨ ଏକର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ୧ ଲକ୍ଷ ୬୪ ହଜାର ଗଛ ନଷ୍ଟ କରାଯାଇଥିବା ବେଳେ ଆନୁମାନିକ ବଜାର ଦର ୧୭ କୋଟି ଟଙ୍କା ହେବ ବୋଲି ଅଡବା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଏହି ଚଢ଼ାଉରେ ୭ ପ୍ଲାଟୁନ୍ ପୁଲିସ, ଅବକାରୀ ବିଭାଗ, ରାଜସ୍ବ ବିଭାଗ ଓ ବନ ବିଭାଗ ର କର୍ମଚାରୀଙ୍କ ମିଳିତ ରେ ଚଢ଼ାଉ କରାଯାଇଥିଲା ।
ଗଜପତି ପୋଲିସର ଅପରେସନ୍ ଗ୍ରୀନ୍ କ୍ଲିନ୍ ଅଭିଯାନ । ସିକିଲିମା ଓ ଗୁଞ୍ଜିପଦର ନିକଟରେ ଆନୁମାନିକ ୧୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ
୧ ଲକ୍ଷ ୬୪ ହଜାର ଗଛ ନଷ୍ଟ କରାଯାଇଥିବା ବେଳେ ଆନୁମାନିକ ବଜାର ଦର ୧୭ କୋଟି ଟଙ୍କା ହେବ ବୋଲି ଅଡବା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଏହି ଚଢ଼ାଉରେ ୭ ପ୍ଲାଟୁନ୍ ପୁଲିସ, ଅବକାରୀ ବିଭାଗ, ରାଜସ୍ବ ବିଭାଗ ଓ ବନ ବିଭାଗ ର କର୍ମଚାରୀଙ୍କ ମିଳିତ ରେ ଚଢ଼ାଉ କରାଯାଇଥିଲା ।
/kanak/media/media_files/2024/12/01/XOeAMBcVxsBXWMS1MG01.jpg)