କନକ ବ୍ୟୁରୋ : ଶ୍ରୀମନ୍ଦିର ସମୀକ୍ଷା ପରେ ଗଜପତି ମହାରାଜଙ୍କ ବଡ଼ ସୂଚନା । କହିଲେ , ଶ୍ରୀମନ୍ଦିର ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ସୁରକ୍ଷିତ । ଶ୍ରୀମନ୍ଦିର ନିର୍ମାଣ ଶୈଳୀରେ କାମ ହୋଇଛି ଏବଂ ଖରାପ ହୋଇଥିବା ୬୦୦ ପଥର ପରିବର୍ତ୍ତନ ହୋଇଛି । ନୀଳାଦ୍ରିବିଜେ ଭିତରେ ସବୁକାମ ଶେଷ ହେବ । ମହାପ୍ରଭୁଙ୍କ କାମ ସୁରୁଖୁରୁରେ ହେଉଥିବାର କହିଲେ ଗଜପତି । 

Advertisment

କାମ ଅନୁଧ୍ୟାନ ପରେ ଗଜପତିଙ୍କ ସୂଚନା ,ଖୁବ୍‌ ଶୀଘ୍ର ହେବ ରତ୍ନଭଣ୍ଡାର ଗଣତିମଣତି । ନୀଳାଦ୍ରିବିଜେ ପରେ ଏହି ପ୍ରକ୍ରିୟା ଆରମ୍ଭ ହେବ । ରାଜ୍ୟ ସରକାରଙ୍କ ପରାମର୍ଶକ୍ରମେ ହେବ ଗଣତିମଣତି । ଆଜି ଶ୍ରୀମନ୍ଦିରରେ ପହଞ୍ଚି କାର୍ଯ୍ୟର ସମୀକ୍ଷା କରିଥିଲେ ଗଜପତି ମହାରାଜ । ତାଙ୍କ ସହ ଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଏଏସଆଇ ସୁପରିଟେଣ୍ଡେଣ୍ଟ ଡିବି ଗଡ଼ନାୟକ । ଦକ୍ଷିଣ ଦ୍ବାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ ଗଜପତି ।