କନକବ୍ୟୁରୋ : ମାର୍ଲବା ଘାଟିରେ ଇସ୍ପାତ ବସ୍ ଦୁର୍ଘଟଣା । ଗଜପତି ଜିଲ୍ଲା ରାୟଗଡ଼ ଥାନା ମାର୍ଲବା ଘାଟିରେ ଇସ୍ପାତ ବସ୍ ଦୁର୍ଘଟଣା ଘଟିଛି । ବସ୍ଟି ଭୁବନେଶ୍ଵରଠାରୁ ପାରଳାଖେମୁଣ୍ଡି ଅଭିମୁଖେ ଆସୁଥିବା ବେଳେ ମାର୍ଲବା ଘାଟିରେ ଓଲଟି ପଡିଛି । ଘାଟି ରାସ୍ତାରୁ ଆସୁଥିବା ବେଳେ ଆରପଟେ ଓଲଟି ପଡିଥିଲା । ବସରେ ଥିବା ୨୫ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ଆହତ ମାନଙ୍କୁ ପ୍ରଥମେ ରାୟଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିବା ବେଳେ ଆହତ ମାନଙ୍କୁ ଚିକିତ୍ସା ପାଇଁ ପଠାଯାଇଛି । କିଛି ଜଣଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।
--
ଗଜପତି ମାର୍ଲବା ଘାଟିରେ ଓଲଟିଲା ବସ୍ : ୨୫ ଆହତ
ମାର୍ଲବା ଘାଟିରେ ଇସ୍ପାତ ବସ୍ ଦୁର୍ଘଟଣା । ଗଜପତି ଜିଲ୍ଲା ରାୟଗଡ଼ ଥାନା ମାର୍ଲବା ଘାଟିରେ ଇସ୍ପାତ ବସ୍ ଦୁର୍ଘଟଣା ଘଟିଛି । ବସ୍ଟି ଭୁବନେଶ୍ଵରଠାରୁ ପାରଳାଖେମୁଣ୍ଡି ଅଭିମୁଖେ ଆସୁଥିବା ବେଳେ ମାର୍ଲବା ଘାଟିରେ ଓଲଟି ପଡିଛି ।
/kanak/media/media_files/2025/05/18/maCm598xStk9Z5JNSUMW.jpg)