ସରିଲା ବଡଓଷା : ବାବା ଧବଳେଶ୍ୱରଙ୍କ ପାଖରେ ଲାଗିହେଲା ଗଜଭୋଗ

ବଡ଼ଓଷାରେ ଆଠଗଡ଼ର ପ୍ରସିଦ୍ଧ ବାବା ଧବଳେଶ୍ୱରଙ୍କ ପାଖରେ ଲାଗିହେଲା ଗଜଭୋଗ । ରାତି ତମାମ ଉଜାଗର ହୋଇ ବାବାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ । ଶୃଙ୍ଖଳିତ ଦର୍ଶନ ଲାଗି ପ୍ରଶାସନର ପ୍ରସ୍ତୁତି ପୂଜକଙ୍କ ପକ୍ଷରୁ ସମସ୍ତ ବସାଘର ଆଗରେ ପ୍ରସାଦ ବିକ୍ରିର ବ୍ୟବସ୍ଥା ।

2aaaaaaaaa

କନକ ବ୍ୟୁରୋ: ସରିଲା ପବିତ୍ର ବଡ଼ଓଷା, ବାବା ଧବଳେଶ୍ୱରଙ୍କ ପାଖରେ ଲାଗିହେଲା ଗଜଭୋଗ। ରାତି ତମାମ ଉଜାଗର ହୋଇ ବାବାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼, ଶୃଙ୍ଖଳିତ ଦର୍ଶନ ଲାଗି ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା। ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ଆଠଗଡ଼ର ଆରାଧ୍ୟ ବାବା ଧବଳେଶ୍ୱରଙ୍କ ପାଖରେ ପ୍ରସିଦ୍ଧ ଗଜଭୋଗ ଲାଗି କରାଯାଇଛି। ବଡ଼ ଓଷା ଓ କାର୍ତ୍ତିକ ବ୍ରତ କରିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ଗଜଭୋଗ ପାଇବା ପରେ ନିଜର ବ୍ରତ ଉଦଯାପନ କରିଛନ୍ତି। 

ହଜାର ହଜାର ଶ୍ରଦ୍ଧାଳୁ ରାତି ତମାମ ଉଜାଗର ରହି ଭୋରୁ ଏହି ପ୍ରସିଦ୍ଧ ଗଜଭୋଗ ଓ ତରଣ ପ୍ରସାଦ ପାଇଛନ୍ତି। ଏଥିପାଇଁ ପୂଜକଙ୍କ ପକ୍ଷରୁ ସମସ୍ତ ବସାଘର ଆଗରେ ପ୍ରସାଦ ବିକ୍ରିର ବ୍ୟବସ୍ଥା କରାଯାଇଛି। ଶାନ୍ତିଶୃଙ୍ଖଳାର ସହ ଦର୍ଶନ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe