Photograph: (kanaknews)
କନକବ୍ୟୁରୋ : ଲିବ୍ୟାରେ ପୁଣି ଥରେ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଛି । ଜିଣ୍ଟାନ ସହରରେ ଲିବ୍ୟାର ପୂର୍ବତନ ଏକଛତ୍ରବାଦୀ ଶାସକ ମୁଅମର୍ ଗଦ୍ଦାଫିଙ୍କ ପୁଅ ସୈଫ୍ ଅଲ- ଇସଲାମ୍ ଗଦ୍ଦାଫି (୫୩)ଙ୍କୁ ତାଙ୍କ ଘରେ ଗୁଳି କରି ହତ୍ୟା କରାଯାଇଛି । ସୈଫ ଅଲ- ଇସଲାମ୍ ତାଙ୍କ ବଗିଚାରେ ବୁଲୁଥିବା ସମୟରେ ୪ ଜଣ ବନ୍ଧୁକଧାରୀ ତାଙ୍କ ଉପରକୁ ଅତର୍କିତ ଭାବେ ଗୁଳିଚାଳନା କରିଥିଲେ।
ଅଧିକ ପଢନ୍ତୁ... ବଲୁଚ ବିଦ୍ରୋହୀଙ୍କ ଆକ୍ରମଣରେ ଭୟଭୀତ ଚୀନ୍: ପାକିସ୍ତାନ ଆଗରେ ରଖିଲା ବଡ଼ ସର୍ତ୍ତ
ସୈଫ୍ ଅଲ୍-ଇସଲାମ୍ଙ୍କୁ ଏକଦା ଲିବ୍ୟାର ପରବର୍ତ୍ତୀ ଶାସକ ଭାବେ ବିବେଚନା କରାଯାଉଥିଲା । ମୁଅମର ଗାଦ୍ଦାଫିଙ୍କ ଶାସନ କାଳରେ ସେ ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ଥିଲେ। କେଉଁ କାରଣରୁ ସୈଫ୍ ଅଲ୍-ଇସଲାମଙ୍କୁ ହତ୍ୟା କରାଯାଇଥିଲା ତାହା ଅସ୍ପଷ୍ଟ ରହିଛି । ତେବେ ଏହି ଘଟଣା ପୁଣି ଥରେ ଲିବ୍ୟାର ଅସ୍ଥିର ସୁରକ୍ଷା ବ୍ୟବସ୍ଥା ଏବଂ ଦୀର୍ଘକାଳୀନ ରାଜନୈତିକ ଦ୍ୱନ୍ଦ୍ୱକୁ ଚର୍ଚ୍ଚାକୁ ଆଣିଛି ।
ସୈଫ୍ ଅଲ୍-ଇସଲାମ୍ଙ୍କୁ ଜିଣ୍ଟାନ ସହରରେ ତାଙ୍କ ଘରେ ହତ୍ୟା କରାଯାଇଥିବା ତାଙ୍କ ଓକିଲ ଖାଲିଦ ଅଲ-ଜାୟଦି ଓ ତାଙ୍କ ରାଜନୈତିକ ପ୍ରତିନିଧି ମଙ୍ଗଳବାର ସୂଚନା ଦେଇଛନ୍ତି। ବନ୍ଧୁକଧାରୀମାନେ ମୁଖା ପିନ୍ଧିଥିବାବେଳେ ହତ୍ୟାକାଣ୍ଡ ପୂର୍ବରୁ ଘରେ ଲାଗିଥିବା କ୍ୟାମେରାକୁ ନିଷ୍କ୍ରିୟ କରିଦେଇଥିଲେ। ଲିବ୍ୟାର ଅଧିକାରୀ ଏହି ହତ୍ୟାକାଣ୍ଡର ତଦନ୍ତ ଆରମ୍ଭ କରିଦେଇଛନ୍ତି। ହତ୍ୟାକାରୀ ଏକ କମାଣ୍ଡୋ ୟୁନିଟ୍ ବୋଲି କୁହାଯାଇଛି ।
ହତ୍ୟାର ଉଦ୍ଦେଶ୍ୟ ଏବଂ ଏହାର ପଛରେ କାହାର ହାତ ଅଛି ଜଣାପଡ଼ିନି । ତେବେ ସୈଫ୍ ଅଲ୍-ଇସଲାମଙ୍କ ହତ୍ୟାକୁ ନେଇ ଅଲଗା ଅଲଗା କଥା ସାମ୍ନାକୁ ଆସୁଛି। ଇସଲାମଙ୍କ ଭଉଣୀ ଲିବ୍ୟା ଟେଲିଭିଜନକୁ କହିଥିଲେ ଯେ, ଆଲଜେରିଆ ଓ ଲିବ୍ୟା ସୀମା ନିକଟର ତାଙ୍କ ଭାଇର ମୃତ୍ୟୁ ହୋଇଛି । ମୁଅମର ଗାଦ୍ଦାଫିଙ୍କ ପତନ ପରେ ୨୦୧୧ରେ ଧରାପଡ଼ିବା ପରେ ସୈଫ୍ ଅଲ୍- ଇସଲାମ ଜାତୀୟ ରାଜନୀତିରେ ପୁନର୍ବାର ଉଭା ହେବା ପୂର୍ବରୁ ଏକ ଦୂର ପାହାଡିଆ ସହରରେ ପ୍ରାୟ ଏକ ଦଶନ୍ଧି ବନ୍ଦୀ ଜୀବନ ବିତାଇଥିଲେ।
Follow Us