ଭବିଷ୍ୟତର ବ୍ରହ୍ମାସ୍ତ୍ର, ଭାରତର ପ୍ରଥମ ହାଇପରସୋନିକ ମିସାଇଲ୍

Advertisment

ଭାରତର ପ୍ରଥମ ହାଇପରସୋନିକ୍ କ୍ଷେପଣାସ୍ତ୍ର  ୭୭ତମ ଗଣତନ୍ତ୍ର ଦିବସର ପ୍ୟାରେଡର ସାମିଲ ହେଇଥିଲା । DRDOର ଲଙ୍ଗରେଞ୍ଜ ଆଣ୍ଟି-ସିପ ହାଇପରସୋନିକ୍‌ ଗ୍ଲାଇଡ ମିସାଇଲ (LRAShM) ପ୍ରଥମଥର ପାଇଁ ଗଣତନ୍ତ୍ର ଦିବସ ପ୍ୟାରେଡରେ ବିସ୍ତାର କରିଥିଲା

ଭାରତର ପ୍ରଥମ ହାଇପରସୋନିକ୍ କ୍ଷେପଣାସ୍ତ୍ର  ୭୭ତମ ଗଣତନ୍ତ୍ର ଦିବସର ପ୍ୟାରେଡର ସାମିଲ ହେଇଥିଲା । DRDOର ଲଙ୍ଗରେଞ୍ଜ ଆଣ୍ଟି-ସିପ ହାଇପରସୋନିକ୍‌ ଗ୍ଲାଇଡ ମିସାଇଲ (LRAShM) ପ୍ରଥମଥର ପାଇଁ ଗଣତନ୍ତ୍ର ଦିବସ ପ୍ୟାରେଡରେ ବିସ୍ତାର କରିଥିଲା

34

Photograph: (kanak news)

କନକ ବ୍ୟୁରୋ:ଭାରତର ପ୍ରଥମ ହାଇପରସୋନିକ୍ କ୍ଷେପଣାସ୍ତ୍ର ଯାହା ଆଗାମୀ ଦିନରେ ଶତ୍ରୁ ଦେଶକୁ ପରାଜୟ କରିବାର ସାମର୍ଥ୍ୟ ରଖୁଛି । ଏହା ୭୭ତମ ଗଣତନ୍ତ୍ର ଦିବସର ପ୍ୟାରେଡର ସାମିଲ ହେଇଥିଲା । DRDOର ଏହି ଲଙ୍ଗରେଞ୍ଜ ଆଣ୍ଟି-ସିପ ହାଇପରସୋନିକ୍‌ ଗ୍ଲାଇଡ ମିସାଇଲ (LRAShM) ପ୍ରଥମଥର ପାଇଁ ଗଣତନ୍ତ୍ର ଦିବସ ପ୍ୟାରେଡରେ ବିସ୍ତାର କରିଥିଲା । ଏହା ଭାରତର ଭବିଷ୍ୟତର ବ୍ରହ୍ମାସ୍ତ୍ର ବୋଲି DRDO ପକ୍ଷରୁ ସୂଚନା ମିଳିଛି , ଏହାର ପରିସର ୧୫୦୦କିଲୋମିଟର ପର୍ଯ୍ୟନ୍ତ ଗତିକରିପାରିବ । ଯାହା ଶତ୍ରୁର ରାଡାର ଧରିପାରିବ ନାହିଁ ।

ଭାରତୀୟ ନୌସେନା ପାଇଁ ଡିଜାଇନ୍ କରାଯାଇଥିବା ଏହି କ୍ଷେପଣାସ୍ତ୍ର ଭାରତ ମହାସାଗରରେ ସାମୁଦ୍ରିକ ଆକ୍ରମଣ କ୍ଷମତାକୁ ବୃଦ୍ଧି କରିବ । ଭବିଷ୍ୟତରେ, ଏହାର ପରିସର ୩୦୦୦-୩୫୦୦ କିଲୋମିଟର ପର୍ୟ୍ୟନ୍ତ ପହଞ୍ଚିବ । ୭୭ତମ ଗଣତନ୍ତ୍ର ଦିବସରେ ଭାରତ ନିଜର ହାଇପରସୋନିକ ମିସାଇଲ ପ୍ୟାରେଡରେ ଦେଖାଇତଥିଲା । DRDO  ସୂଚନା ଅନୁସାରେ ଜଣାପଡିଛି ଯେ ଏହା ଭାରତୀୟ ନୌସେନା ପାଇଁ ପ୍ରସ୍ତୁତ କରାଯାଇଛି । ହିନ୍ଦୁ ମହାସାଗରରେ ଭାରତ ସମୁଦ୍ରିକ କ୍ଷେତ୍ରକୁ ଏହା ମଜବୁତ କରିବ । ଏହି ହାଇପରସୋନିକ କ୍ଷେପଣାସ୍ତ୍ରକୁ ଶତ୍ରୁ ଦେଶର ରାଡାର ଚିହ୍ନଟ କରିପାରିବ ନାହିଁ ।

ହାଇପରସୋନିକ ମିସାଇଲର ଗୁରୁତ୍ୱ କ'ଣ ?

.ରେଞ୍ଜ :୧୫୦୦କିଲୋମିଟର
.ସ୍ପୀଡ : ମାକ୍ ୮-୧୦ ଶତ୍ରୁଦେଶର ଜାହାଜକୁ ୧୫ ମିନଟରୁ କମ ସମୟ ଭିତରେ ନଷ୍ଟ କରିଦେବ ।
.ପ୍ରକାର : ହାଇପରସୋନିକ୍ ଗ୍ଲାଇଡ୍ ଯାନ (HGV) ଏକ ରକେଟ୍‌ରେ ଉତକ୍ଷେପଣ କରାଯାଏ, ତା’ପରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଏକ ଅନିୟମିତ ପଥ ଦେଇ ଗ୍ଲାଇଡ୍ ହୁଏ, ଯାହାକୁ ଅଟକାଇବା ବହୁତ କଷ୍ଟ ।
.ପେଲୋଡ୍: ବିଭିନ୍ନ ପ୍ରକାରର ଯୁଦ୍ଧାସ୍ତ୍ର ବହନ କରିପାରେ। ଶତ୍ରୁ ଯୁଦ୍ଧଜାହାଜ ଏବଂ ବିମାନ ବାହକମାନଙ୍କୁ ଧ୍ୱଂସ କରିବାକୁ ସକ୍ଷମ।
.ଉଦ୍ଦେଶ୍ୟ- ମୁଖ୍ୟ ରୂପରେ ଭାରତାୟ ନୌସେନା ପାଇଁ ଜାହାଜ-ବିରୋଧୀ ଭୂମିକାରେ, କିନ୍ତୁ ଭବିଷ୍ୟତରେ ଏକ ସ୍ଥଳ-ଆକ୍ରମଣ ସଂସ୍କରଣ ମଧ୍ୟ ସମ୍ଭବ ହେଇପାରିବ । 

ଆହୁରି ପଢନ୍ତୁ ଶସ୍ତା ହେଲା ସୁନା ଆଉ ରୁପା ଦାମ; ଜାଣନ୍ତୁ, କେତେ ଅଛି ରେଟ୍?

ଏହି ମିସାଇଲର ବିଶେଷ୍ୟତ ହେଉଛି ଶତ୍ରୁ ଦେଶର ରଡାରଠାରୁ ବଞ୍ଚି ଦ୍ରୁତ ଗତିରେ ଆକ୍ରମଣ କରେ । ଏହାର ହାଇପରସୋନିକ୍ ଗତି ଶତ୍ରୁକୁ ପ୍ରତିକ୍ରିୟା ଦେବା ପାଇଁ ବହୁତ କମ୍ ସମୟ ଦିଏ । ଏହା ଭାରତକୁ ଭାରତ ମହାସାଗରରେ ଏକ ଦୃଢ଼ ସ୍ଥିତି ଦେବ, ବିଶେଷକରି ଚୀନର ବଢୁଥିବା ନୌସେନା ବିରୁଦ୍ଧରେ  ଭବିଷ୍ୟତରେ  ଏହାର ପରିସର୩୦୦୦-୩୫୦୦ କିଲୋମିଟର ବଢାଯିବ  । DRDO ବୈଜ୍ଞାନିକଙ୍କ କହିବା ଅନୁସାରେ ଏହା ଭାରତର ଭବିଷ୍ୟତ ।


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe