ମିଳୁନି କାଠ, ଶବ ପୋଡ଼ାଯିବ କେମିତି ? DFO ଘର ସାମ୍ନାରେ ଶବ ଥୋଇଦେଲେ ଲୋକେ

ଦୁଇଟି ମୃତଦେହ ରଖି ଶ୍ମଶାନ ବନ୍ଧୁ ଏବଂ ମୃତକ ମାନଙ୍କ ପରିଜନ ଧାରଣାରେ ବସିଛନ୍ତି

DFO Case

DFO Case Photograph: (kanak News)

କନକ ବ୍ୟୁରୋ: ଶବସତ୍କାର ପାଇଁ କାଠର ଅଭାବ । ଡିଏଫଓଙ୍କ ବାସଭବନ ସମ୍ମୁଖରେ ମୃତଦେହ ରଖି ପ୍ରତିବାଦ ଲୋକେ । ସୁନ୍ଦରଗଡ଼ ଡିଏଫ୍ଓ ପ୍ରଦୀପ ମିରାସେଙ୍କ ବାସଭବନ ସମ୍ମୁଖରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଦୁଇଟି ମୃତଦେହ ରଖି ଶ୍ମଶାନ ବନ୍ଧୁ ଏବଂ ମୃତକ ମାନଙ୍କ ପରିଜନ ଧାରଣାରେ ବସିଛନ୍ତି । ଶବସତ୍କାର ପାଇଁ ଅନେକ ସମୟରେ ଏଠାରେ କାଠର ଅଭାବ ଦେଖାଦେଉଥିବା ବେଳେ ଏହାର ସ୍ଥାୟୀ ସମାଧାନ ବୋଲି ଦାବି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe