କନକ ବ୍ୟୁରୋ: ଶବସତ୍କାର ପାଇଁ କାଠର ଅଭାବ । ଡିଏଫଓଙ୍କ ବାସଭବନ ସମ୍ମୁଖରେ ମୃତଦେହ ରଖି ପ୍ରତିବାଦ ଲୋକେ । ସୁନ୍ଦରଗଡ଼ ଡିଏଫ୍ଓ ପ୍ରଦୀପ ମିରାସେଙ୍କ ବାସଭବନ ସମ୍ମୁଖରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଦୁଇଟି ମୃତଦେହ ରଖି ଶ୍ମଶାନ ବନ୍ଧୁ ଏବଂ ମୃତକ ମାନଙ୍କ ପରିଜନ ଧାରଣାରେ ବସିଛନ୍ତି । ଶବସତ୍କାର ପାଇଁ ଅନେକ ସମୟରେ ଏଠାରେ କାଠର ଅଭାବ ଦେଖାଦେଉଥିବା ବେଳେ ଏହାର ସ୍ଥାୟୀ ସମାଧାନ ବୋଲି ଦାବି ହୋଇଛି ।

Advertisment