ମିଳିଲା ଟଙ୍କା, ପୂରଣ ହେବ ପକ୍କା ଘର ସ୍ୱପ୍ନ, ଅନ୍ତ୍ୟୋଦୟ ଯୋଜନାର ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଟଙ୍କା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

7PM2

କନକ ବ୍ୟୁରୋ : କେହି ବି ଯେମିତି ଚାଳ ଛପର ଘରେ ରହିବେନି । ଛାତ ଘରେ ରହିବେ । ଏହି ଲକ୍ଷ୍ୟ ବାଟ ହୁଡିଥିଲା, କିନ୍ତୁ ଏବେ ପୁଣି ଥରେ ଟ୍ରାକକୁ ଫେରୁଛି । ପ୍ରଧାନମନ୍ତ୍ରୀ ଆବାସ, ଅନ୍ତ୍ୟୋଦୟ ଯୋଜନା ମାଧ୍ୟମରେ ଘର ଯୋଗାଇ ଦେଉଛନ୍ତି ମୋହନ ସରକାର । ଗତକାଲି ଭୁବନେଶ୍ବରରେ ଲଟେରି ମାଧ୍ୟମରେ ବସ୍ତିବାସିନ୍ଦାଙ୍କୁ ଘର ମିଳିବା ପରେ ଆଜି ଅନ୍ତ୍ୟୋଦୟ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। 

ବର୍ଷ ବର୍ଷ ଧରି ଅପେକ୍ଷା କରିବା ପରେ ପୂରଣ ହେବାକୁ ଯାଉଛି ଆଶା । ସ୍ବପ୍ନର ଘର ଗଢ଼ିବେ ଗରିବ, ବାତ୍ୟା, ବନ୍ୟା କ୍ଷତିଗ୍ରସ୍ତ । ଅନ୍ତ୍ୟୋଦୟ ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀଙ୍କୁ ଖାତାକୁ ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାୟ ୪୮ ହଜାର ୬୯୩ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯାଇଛି ଘର ପାଇଁ ପ୍ରଥମ କିସ୍ତିର ଅର୍ଥ ରାଶି । 

ବୃଦ୍ଧ ଦମ୍ପତିଙ୍କୁ ସାହା ଅଧା ଭଙ୍ଗା ମାଟି ଘର, ଅନ୍ତ୍ୟୋଦୟ ଯୋଜନାରେ ଘର ଦେବାକୁ ପ୍ରତିଶ୍ରୁତି ଦେଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ

ପ୍ରଥମ କିସ୍ତି ଟଙ୍କା ପଠାଇବା ଅବସରରେ ଘର ପାଇଥିବା ବିଭିନ୍ନ ଜିଲ୍ଲାର ହିତାଧିକାରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ସିଧାସଳଖ କଥା ହୋଇଛନ୍ତି । ଧାର୍ଯ୍ୟ ସମୟ ଭିତରେ ଘର କରି ଅତିରିକ୍ତ ସହାୟତା ରାଶି ୨୦ହଜାର ଟଙ୍କା ନେବାକୁ ପରାମର୍ଶ ଦେଇଛନ୍ତି ।

ଅନ୍ତ୍ୟୋଦୟ ଗୃହ ଯୋଜନା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଧ୍ୟ ପକ୍କା ଘର ଯୋଗାଇ ଦେଉଛନ୍ତି ସରକାର।  ତେବେ ଲକ୍ଷ ଲକ୍ଷ ଆବେଦନକାରୀ ଥିବାବେଳେ ଯୋଗ୍ୟ ହିତାଧିକାରୀ ଯେମିତି ଘର ପାଇବେ ତା ଉପରେ ଗୁରୁତ୍ବ ଦିଆଯାଉଛି। 

 ୧୯୯୯ ମସିହା ପରଠାରୁ ଘର ଯୋଗାଇ ଦିଆଯାଉଛି । ଇନ୍ଦିରା ଆବାସ, ପ୍ରଧାନମନ୍ତ୍ରୀ ଆବାସ,ବିଜୁ ପକ୍କା ଘର, ଅନ୍ତ୍ୟୋଦୟ ଘର ବଣ୍ଟା ଯାଉଛି । କିନ୍ତୁ ତ୍ରୁଟିପୂର୍ଣ୍ଣ ଚୟନ ଯୋଗୁଁ ଆଜି ପର୍ଯ୍ୟନ୍ତ  ପୂରଣ ହୋଇପାରିନି ଟାର୍ଗେଟ। ପ୍ରଶ୍ନ ଉଠୁଛି, 
କେବେ ସମସ୍ତଙ୍କୁ ମୁଣ୍ଡ ଉପରେ ରହିବ ଛାତ ଘର? 
କେବେ ସୁଦ୍ଧା ପୂରଣ ହେବ ସମସ୍ତଙ୍କ ପକ୍କା ଘର ସ୍ବପ୍ନ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe