ବକ୍ସଅଫିସରେ କମାଲ କରୁଛି ଫିଲ୍ଲ ହାଉସଫୁଲ ୫

ହାଉସଫୁଲ ୫ ‘ ଏବେ ଦୁଇ ୨୦୨୫ ବର୍ଷର ତୃତୀୟ ସର୍ବାଧିକ ଆୟକାରୀ ହିନ୍ଦୀ ଫିଲ୍ମ ହୋଇସାରିଛି।

092

Photograph: (kanaknews)

କନକବ୍ୟୁରୋ : ବଲିଉଡର ଖିଲାଡି ଭାବେ ଅକ୍ଷୟ କୁମାର ବେଶ ଜଣାଶୁଣା । ଆଜିକାଲି ସେ ନିଜର ରେକର୍ଡ ଭାଙ୍ଗିବାରେ ବ୍ୟସ୍ତ ଅଛନ୍ତି ।  ଚଳିତବର୍ଷ ବଡ଼ ବଡ଼ ଷ୍ଟାରଙ୍କ ଫିଲ୍ମଗୁଡ଼ିକ ଭଲ ରହିଥିଵା କରୁଥିବା ବେଳେ ଅକ୍ଷୟ ଗୋଟିଏ ନୁହେଁ ବରଂ ଦୁଇଟି ବଡ଼ ହିଟ୍ ଦେଇଛନ୍ତି ।  ତାଙ୍କ କମେଡି ଫିଲ୍ମ ‘ହାଉସଫୁଲ ୫’ ବକ୍ସ ଅଫିସରେ ଦେଶପ୍ରେମୀ ଆକ୍ସନ ଫିଲ୍ମ ‘ସ୍କାଏ ଫୋର୍ସ’କୁ ପଛରେ ପକାଇ ବର୍ଷର ତୃତୀୟ ସବୁଠାରୁ ବଡ଼ ହିଟ୍ ହିନ୍ଦୀ ଫିଲ୍ମ ହେବାର ରେକର୍ଡ ସୃଷ୍ଟି କରିଛି  । 
ତରୁଣ ମନସୁଖାନୀଙ୍କ ନିର୍ଦ୍ଦେଶିତ ହୋଇଥିବା ସାଜିଦ ନାଡିଆଡୱାଲାଙ୍କ ପ୍ରଯୋଜିତ ‘ହାଉସଫୁଲ ୫ ‘ ମାତ୍ର ଛଅ ଦିନରେ .୧୧୯.୭୫ କୋଟି ରୋଜଗାର କରିଛି । ପ୍ରଥମ ଦିନରେ ଫିଲ୍ମଟି ଭଲ ଆୟ ଓପନିଂ କରିଥିଲା ଏବଂ ରବିବାର ଏହି ସଂଖ୍ୟା ୩୨.୫ କୋଟିରେ ପହଞ୍ଚିଛି । ସପ୍ତାହାନ୍ତରେ ସାମାନ୍ୟ ହ୍ରାସ ଘଟିଥିଲା, କିନ୍ତୁ ଫିଲ୍ମର ଆୟ ସ୍ଥିର ରହିଛି ।

ହାଉସଫୁଲ ୫ ‘ ଏବେ ଦୁଇ ୨୦୨୫ ବର୍ଷର ତୃତୀୟ ସର୍ବାଧିକ ଆୟକାରୀ ହିନ୍ଦୀ ଫିଲ୍ମ ହୋଇସାରିଛି। ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଛି ଭିକି କୌଶଳଙ୍କ ଐତିହାସିକ ଫିଲ୍ମ ‘ଚାଭା’, ଯାହା ରେକର୍ଡ ଭାଙ୍ଗି ୫୮୫.୭ କୋଟି ଟଙ୍କା ରୋଜଗାର କରିଛି। ଦ୍ୱିତୀୟ ସ୍ଥାନରେ ଅଛି ଅଜୟ ଦେବଗନଙ୍କ ‘ରେଡ୍ ୨’, ଯାହାର ଆୟ ୧୭୧ କୋଟି ଟଙ୍କା ଅତିକ୍ରମ କରିଛି ।

ହାଉସଫୁଲ ୫ ‘ର ମନୋରଞ୍ଜନକାରୀ କଳାକାରମାନେ ମଧ୍ୟ ଏହାର ସଫଳତାରେ ଏକ ବଡ଼ ଭୂମିକା ଗ୍ରହଣ କରିଥିଲେ । ଅକ୍ଷୟଙ୍କ ସହିତ, ରିତେଶ ଦେଶମୁଖ, ଅଭିଷେକ ବଚ୍ଚନ, ଫରଦୀନ ଖାନ, ସୋନମ ବାଜୱା, ନର୍ଗିସ ଫାଖ୍ରୀ, ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ, ଚଙ୍କି ପାଣ୍ଡେ, ଡିନୋ ମୋରିଆ ଏବଂ ଜନି ଲିଭରଙ୍କୁ ଫିଲ୍ମରେ ଦେଖିବାକୁ ମିଳିଥିଲା ।

ସମସ୍ତ ଅଭିନେତା ସେମାନଙ୍କର କମିକ୍ ଟାଇମିଂ ଏବଂ ମହାନ କେମେଷ୍ଟ୍ରି ସହିତ ଦର୍ଶକଙ୍କୁ ବହୁତ ହସାଇଥିଲେ । କିନ୍ତୁ ଯଦି ଏବେ ପୁରା ରିପୋର୍ଟ ବର୍ତ୍ତମାନ ସୁଦ୍ଧା ଦେଖିବା ତେବେ ଏବେ ବକ୍ସ ଅଫିସରେ ଏହାର କମାଲ କମିବାରେ ଲାଗିଛି , ବର୍ତ୍ତମାନ ସୁଦ୍ଧା ରିପୋର୍ଟ ଅନୁଯାୟୀ  ପ୍ରଥମ ଦିନ- ୨୪ କୋଟି ,  ଦ୍ୱିତୀୟ ଦିନ-୨୯ କୋଟି ତୃତୀୟ ଦିନ- ୩୨.୫ କୋଟି ,  ଚତୁର୍ଥ ଦିନ- ୧୩ କୋଟି ପଞ୍ଚମ ଦିନ- ୧୧.୨୫ କୋଟି ,  ଷଷ୍ଠ ଦିନ- ୮.୫ କୋଟି , ସପ୍ତମ ଦିନ- ୭ କୋଟି ଅଷ୍ଟମ ଦିନ- ୬ କୋଟି । ହାଉସଫୁଲ ୫ରେ ଅକ୍ଷୟଙ୍କ ଦମଦାର ସବୁବେଳେ ଦର୍ଶକ ଙ୍କ ମନ ଜିଣିନିଏ ,ତାଙ୍କ ଅଭିନୀତି ସମସ୍ତ ଫିଲ୍ଲ ରେ ନିଚ୍ଛକ କଳା ଭରି ରହିଥାଏ । ସେଥିପାଇଁ ସେ ଦର୍ଶକଙ୍କୁ ତାଙ୍କ ଅଭିନୟରେ ବାନ୍ଧି ରଖିଥାନ୍ତି 
 


 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe