କନକ ବ୍ୟୁରୋ : ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ସି ଗିରଫ । ବେଲଜିୟମରେ ଗିରଫ ହୋଇଥିବା ନେଇ ସିବିଆଇ ପକ୍ଷରୁ ସୂଚନା ଦିଆଯାଇଛି । ମେହୁଲ ଚୋକ୍ସିଙ୍କ ପ୍ରତ୍ୟର୍ପଣ ନେଇ ଭାରତର ଅନୁରୋଧ କ୍ରମେ ତାଙ୍କୁ ବେଲ୍ଜିୟମ ପୁଲିସ ତାଙ୍କୁ ଗିରଫ କରିଛି । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ରୁ ୧୩ ହଜାର ୫୦୦ କୋଟି ଟଙ୍କା ଋଣ ଠକେଇ କରିଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ରହିଛି । ୬୫ ବର୍ଷିୟ ମେହୁଲ ଚୋକ୍ସିଙ୍କୁ ଶନିବାର ଗିରଫ ହୋଇଥିବା ବେଳେ ସେ ଜେଲ୍ରେ ଅଛନ୍ତି ।
ଭାରତ ଛାଡି ପଳାଇବା ପରେ ମୁମ୍ବାଇ କୋର୍ଟ ଦୁଇ ଥର ତାଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରି କରିଥିଲା । ମେ, ୨୦୧୮ ଏବଂ ଜୁନ, ୨୦୨୧ ମେହୁଲ ଚୋକ୍ସିଙ୍କ ବିରୋଧରେ ୱାରେଣ୍ଟ ଜାରି ହୋଇଥିଲା । ଏହି ୱାରେଣ୍ଟ ଆଧାରରେ ତାଙ୍କୁ ଗିରଫ କରିଛି ବେଲଜିୟମ ପୁଲିସ । ତେବେ ଅସୁସ୍ଥତା ଦର୍ଶାଇ ମେହୁଲ ଚୋକ୍ସି ଜାମିନ ପାଇଁ ଆବେଦନ କରିଥିବା ସୂଚନା ମଳିଛି । ତାଙ୍କୁ ଭାରତ ଆଣିବାକୁ ସିବିଆଇ ଚେଷ୍ଟା ଚଳାଇଛି । ପିଏନବି ଠକେଇ ପର୍ଦାଫାଶ୍ର ସପ୍ତାହ ପୂର୍ବରୁ ଗତ ଜାନୁଆରୀ ୨୦୧୮ରେ ଦେଶ ଛାଡି ପଳାଇଥିଲେ। ଏହି ଠକେଇ ମେହୁଲ ଚୋକ୍ସିଙ୍କ ସହ ତାଙ୍କ ଭଣଜା ନୀରବ ମୋଦୀ ସାମିଲ ଅଛନ୍ତି ।