କନକ ବ୍ୟୁରୋ : ଭିଜିଲାନ୍ସ ହାତରେ କନ୍ଧମାଳ ଦାରିଙ୍ଗବାଡ଼ି ବ୍ଲକ୍ ଅଧୀନ ପଞ୍ଚାୟତ ନିର୍ବାହୀ ଅଧିକାରୀ । ୫୪ ଲକ୍ଷରୁ ଅଧିକ ସରକାରୀ ଅର୍ଥ ହଡ଼ପ କରିବା ଅଭିଯୋଗରେ ଅକ୍ରୁର ମାଝୀଙ୍କୁ ମାଡ଼ି ବସିଲା ଭିଜିଲାନ୍ସ । ତିନି ମାସ ପୂର୍ବରୁ ଅକ୍ରୁରଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଏହା ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଥିବା ବେଳେ ଅକ୍ରୁର ଫେରାର ଥିଲେ । ଫୁଲବାଣୀ ଭିଜିଲାନ୍ସ ଡି. ସି. ପି ହେମନ୍ତ କୁମାର ମହାନ୍ତି ଏକ ଟିମ୍ ଗଠନ କରି ତାଙ୍କୁ ଦାରିଙ୍ଗିବାଡ଼ିରେ ବୁଲୁଥିବା ବେଳେ ମାଡ଼ି ବସିଥିଲେ । ସୂଚନା ମୁତାବକ ପି. ଇ. ଓ ମାଝୀ ଦାରିଙ୍ଗବାଡ଼ି ପଞ୍ଚାୟତର ସରାମୁଳି ପଞ୍ଚାୟତ ଓ ଝିଞ୍ଜିରି ଗୁଡ଼ା ପଞ୍ଚାୟତରେ କାର୍ଯ୍ୟରତ ଥିବା ବେଳେ ୫୩ ଲକ୍ଷ ୫୪ ଟଙ୍କାର ସରକାରୀ ଅର୍ଥ ହଡପ୍ କରିଥିଲେ । ଏହି ସଂକ୍ରାନ୍ତରେ ଭିଜିଲାନ୍ସ ପକ୍ଷରୁ ତଦନ୍ତ କରି ଗତ କାଲି ରାତିରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଅକ୍ରୁର ମାଝୀଙ୍କୁ ଗିରଫ କରି ଅଧିକା ପଚରା ଉଚରା କରୁଛି ଫୁଲବାଣୀ ଭିଜିଲାନ୍ସ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us