କନକବ୍ୟୁରୋ: ନିଜର ଶରୀରକୁ ସୁସ୍ଥ ରଖିବା ସମସ୍ତେ ଚାହାନ୍ତି କିନ୍ତୁ ଆମର ଦୈନନ୍ଦିନ ଜୀବନଶୈଳୀର ପରିବର୍ତ୍ତନ ଆମକୁ ବେଳେବେଳେ ସ୍ୱାସ୍ଥ୍ୟ ଖରାପ କରିଥାଏ । ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ଆମେ ସବୁଜ ପନିପରିବା ଫଳମୁଳ ପ୍ରଚୁର ପରିମାଣ ଖାଇଥାଉ କିନ୍ତୁ ପ୍ରତ୍ୟେକ ଫଳ ପନିପରିବାର ଭିଟାମିନ ଶରୀରକୁ ପୋଷଣ ଯୋଗାଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଫଳ ଖାଇବା ଦ୍ୱାରା ଶରୀରକୁ ପୋଷଣ ମିଳିବା ସହ ଆମ ଶରୀରକୁ ସୁସ୍ଥ ରଖିଥାଏ । 
ପ୍ରଥମରେ ରହିଛି ଡାଳିମ୍ବ ଯାହା ଆମ ଶରୀରକୁ ସୁସ୍ଥ ରଖିବା ସହ ପୋଷଣ ମିଳିଥାଏ । ଏହା ଆମ ଶରୀରରେ କ୍ୟାଲେରୀର ପରିମାଣ କମ କରିବା ସହ ଫ୍ୟାଟର ପରିମାଣ କମ କରିଥାଏ । ଫଳ ଖାଇବା ଦ୍ୱାରା ଆମ ଶରୀରକୁ ପୋଷଣ ମିଳିଥାଏ । ଡାଳିମ୍ବରେ ଥିବା ନ୍ୟୁଟ୍ରିସନ ଆମ ଶରୀରକୁ ପୋଷଣ ଦେବା ସହ କର୍କଟ ହୃଦରୋଗ , ମଧୁମେହ ଏପରି ରୋଗର ହେବା ଶରୀରରେ କମ ଦେଖାଦେଇଥାଏ ।

କିନ୍ତୁ ଡାଳିମ୍ବର ମାତ୍ର ସୀମିତ ରଖି ଖାଇବା ଉଚିତ ଅତ୍ୟଧିକ ପରିମାଣରେ ଏହା ଖାଇବା ଦ୍ୱାରା ତାହା ଶରୀରକୁ କ୍ଷତି ପହଂଚାଇଥାଏ । ଦିନକୁ ୧ରୁ ୨ କପ ଡାଳିମ୍ବ ଖାଇବା ଦ୍ୱାରା ଶରୀରକୁ ପୋଶଣ ମିଳିବା ସହ ରକ୍ତ ଜମାଟ ବାନ୍ଧିନଥାଏ ରକ୍ତ ଶରୀରରେ ପତଳା କରିଥାଏ । କର୍କଟ ରୋଗୀମାନଙ୍କ ପାଇଁ ଏହା ଏକ ଉତ୍ତମ ଖାଦ୍ୟ ହୋଇଥାଏ ।

ଶରୀରରେ ଉତ୍ତମ କୋଲେଷ୍ଟଲର ପରିମାଣ ଡାଳିମ୍ବ ଖାଇଲେ ବଢିଥାଏ । ହୃଦରୋଗରୁ ରକ୍ଷା ପାଇବା ନିମନ୍ତେ ଏହି ଫଳରସ ପିଇବା ଉଚିତ । ଡାଳିମ୍ବରେ ଭିଟାମିନ ସି ରହିଥାଏ ଯାହା ଶରୀର ର ରୋଗ ପ୍ରତିରୋଧକ ଶକ୍ତି ଆମର ବଢାଇଥାଏ । ଏଥିସହ ଚର୍ମ ବାର୍ଧକ ଶରୀରରୁ କମ କରିବା ସହ ତ୍ୱଚାକୁ ସୁନ୍ଦର ମଧ୍ୟ ରଖିଥାଏ । ସେହିପରି ଅନ୍ୟାନ ଫଳ ଭିତରୁ ସେଓ ମଧ୍ୟ ଅନ୍ୟତମ ଆମ ଶରୀରକୁ ଏହା ସୁସ୍ଥ ରଖିବା ସହ ଆମକୁ ରୋଗମୁକ୍ତ ରଖିଥାଏ ।