କନକ ବ୍ୟୁରୋ: ଆସନ୍ତାକାଲି ଧରାବତରଣ କରିବେ ବିଘ୍ନ ବିନାଶକ । ଏଥିପାଇଁ ଗାଁଠୁ ସହର ଚଳ ଚଞ୍ଚଳ ହୋଇ ଉଠିଛି । ବିଦ୍ୟାଦାତାଙ୍କ ଆଗମନ ପାଇଁ ଆଜି ବଜାରରେ ଲୋକଙ୍କ ଗହଳି ଲାଗି ରହିଛି । କିଏ ଗଜାନନଙ୍କ ମୂର୍ତ୍ତି କିଣିବାକୁ ଆସିଛି ତ କିଏ ନୂଆ ପୋଷାକ କିଣିବାକୁ ଭିଡ ଲଗାଇଛି । କେହିକେହି ଗଣେଶ ପୂଜା ପାଇଁ ଭୋଗରାଗ କିଣିବାକୁ ମଧ୍ୟ ଆସିଛନ୍ତି ।
ଏକଦନ୍ତଙ୍କ ଭୋଗ ଗ୍ରାହକଙ୍କ ପକେଟ ଢିଲା କରିଛି । କାଲି ପୂଜା ଥିବାରୁ ଆଜି ଅଚାନକ ଫଳଗୁଡ଼ିକର ଚାହିଦା ବଢ଼ିଛି । ଆଜି ରାଜଧାନୀ ଭୁବନେଶ୍ବରରେ ସେଓ କିଲୋ ପିଛା ୨୦୦ ଟଙ୍କାରେ ବିକ୍ରି ହେଉଛି । ସେହିଭଳି ଅଙ୍ଗୁର କିଲୋ ୩୬୦ ଟଙ୍କାରେ ବିକ୍ରି ହେଉଛି । ଆମ୍ବ ଓ କମଳା ଯଥାକ୍ରମେ ୩୦୦ ଓ ୨୦୦ ଟଙ୍କାରେ ବିକ୍ରି କରାଯାଉଛି ।
ରାତି ପାହିଲେ ପୂଜା ଆରମ୍ଭ ହେବାକୁ ଥିବାରୁ ଆଜି ଯାହା ଦର ଅଛି ସେଥିରେ ଅଳ୍ପ ବହୁତ ଭୋଗ ପାଇଁ ଫଳ କିଣି ନେଉଛନ୍ତି ଲୋକେ । ଆତ କେଜି ୯୦ ଟଙ୍କାରେ ବିକ୍ରି ହେଉଛି । ପିଜୁଳି କିଲୋ ୧୨୦ ଟଙ୍କାରେ ବିକ୍ରି ହେଉଛି । କଦଳୀ କିଲୋ ବି ୬୦ ଟଙ୍କାରେ ବିକ୍ରି ହେଉଛି। ନାସପାତି କିଲୋ ୧୫୦ ଟଙ୍କା ରହିଥିବା ବେଳେ
ତରଭୁଜ କିଲୋ ୪୦ ଟଙ୍କା ଆଦି ଦାମ୍ ରହିଛି ।
ବଜାରରେ ଏଭଳି ଆକାଶଛୁଆଁ ଫଳ ଦରକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ପୂଜା ଆସିଲେ ଜାଣିଶୁଣି ଦୋକାନୀ ଫଳମୂଳଗୁଡିକ ଅଧିକ ଦାମରେ ବିକ୍ରି କରୁଥିବା ଅଭିଯୋଗ କରିଛନ୍ତି ଗ୍ରାହକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/noyuO9zeJIonTuvxdKdn.jpg)