କନକ ବ୍ୟୁରୋ: ନବରାତ୍ରୀ ପୂଜା ଆରମ୍ଭ ହୋଇ ସାରିଛି । ଆଉ ଏହାରି ମଧ୍ୟରେ ଆକାଶ ଛୁଆଁ ହୋଇଛି ଫଳ ଗୁଡ଼ିକର ଦାମ୍ । ପୂଜା ଥିବା ହେତୁ ଲୋକମାନେ ଫଳମୂଳ କିଣାକିଣି କରୁଛନ୍ତି । ଫଳ ଦୋକାନ ଗୁଡିକରେ ମଧ୍ୟ ଭିଡ ଦେଖିବାକୁ ମିଳିଛି । ରାଜଧାନୀରେ ଆପଲ କିଲୋ ପିଛା ୧୨୦ରୁ ୨୦୦ ଟଙ୍କାରେ ବିକ୍ରି ହେଉଛି । ଅଙ୍ଗୁର କିଲୋ ୨୦୦ ଟଙ୍କା, ଆମ୍ୱ କିଲୋ ୨୦୦ ଟଙ୍କା, କମଳା ୧୦୦, ଆତ ୧୨୦ ଟଙ୍କା, ପିଜୁଳି କିଲୋକୁ ୧୨୦ରୁ ୧୫୦ ଟଙ୍କାରେ ବିକ୍ରି କରାଯାଉଛି । ଫଳଦର ଉଚ୍ଚା ରହୁଥିବାରୁ ଗ୍ରାହକଙ୍କ ମନରେ ଅସନ୍ତୋଷ ଦେଖବାକୁ ମିଳିଛି । କିନ୍ତୁ ଦୋକାନୀଙ୍କ କହିବା କଥା ପୂଜା ସମୟରେ ଫଳମୂଳର ଚାହିଦା ଅଧିକ ରହୁଥିବାରୁ ସାମାନ୍ୟ ଦରବୃଦ୍ଧି ହୋଇଥାଏ ।