ଜୀବନ ବଦଳାଇଦେଲେ ପ୍ରେମାନନ୍ଦ ମହାରାଜ : WWE ରିଙ୍ଗରୁ କରିଦେଲେ ରାଧାଙ୍କ ଭକ୍ତ , ଏବେ ଆଧ୍ୟାତ୍ମିକ ରାସ୍ତାରେ ବାହୁବଳୀ ରେସଲର୍

ବିଦେଶ ମାଟିରେ ଏପରି ଏକ ଆଗ୍ରେସିଭ୍ ଫାଇଟିଂ ଗେମ୍ ସମସ୍ତଙ୍କୁ ଭାରି ପସନ୍ଦ ଆସୁଥିଲା । ତେବେ ଏହି ଖେଳରେ ଖାଲି ବିଦେଶୀ ନୁହେଁ ଭାରତୀୟ ମଧ୍ୟ ଅଂଶଗ୍ରହଣ କରୁଥିଲେ ।

Wreseller-Baba

Wreseller-Baba Photograph: (KanakNews)

କନକ ବ୍ୟୁରୋ : ପିଲାବେଳେ ଟିଭିରେ WWE ଫାଇଟିଂ ଗେମ୍ ଦେଖିବାକୁ ଭାରି ମଜା ଲାଗୁଥିଲା । ଖାସ୍ କରି ରବିବାର ହେଲେ ରିମୋଟ୍ ଧରି ଟିଭି ଆଗରେ ବସି WWE ଦେଖା ସାଙ୍ଗକୁ ଭାଇ ସହ ମାରପିଟକୁ ପ୍ରାୟତଃ ସମସ୍ତେ ଅଙ୍ଗେ ନିଭେଇଥିବେ । ବିଦେଶ ମାଟିରେ ଏପରି ଏକ ଆଗ୍ରେସିଭ୍ ଫାଇଟିଂ ଗେମ୍ ସମସ୍ତଙ୍କୁ ଭାରି ପସନ୍ଦ ଆସୁଥିଲା । ତେବେ ଏହି ଖେଳରେ ଖାଲି ବିଦେଶୀ ନୁହେଁ ଭାରତୀୟ ମଧ୍ୟ ଅଂଶଗ୍ରହଣ କରୁଥିଲେ । ଦି ଗ୍ରେଟ୍ ଖଲିଙ୍କ ଫାଇଟିଂ ସିନ୍ କୁହନ୍ତୁ କି ବୀର ମହାନଙ୍କ ଗର୍ଜନ ଭାରତୀୟଙ୍କୁ ଏକପ୍ରକାର ବାନ୍ଧି କରି ରଖୁଥିଲା କହିଲେ କିଛି ଭୁଲ୍ ହେବନି । ସେତେବେଳ ସମୟରେ ଏହି ଭାରତୀୟ ରେସଲରଙ୍କ ପୋଷ୍ଟର୍ ପ୍ରତିଟି ଛାତ୍ରନିବାସର କାନ୍ଥରେ ଅଠା ଲଗାଇ ଛପା ଯାଉଥିଲା । ଓଃ କି କ୍ରେଜ୍ .. କିନ୍ତୁ ଆଜିର ସମୟରେ ସମୟ ଅଭାବରୁ ହେଉ କିମ୍ବା IPL କ୍ରିକେଟର ଯାଦୁ , WWE ର ମାନିଆ ଯେମିତି ଟିକେ କମି କମି ଆସିଛି । ସେ ଯାହା ହେଉନା କାହିଁକି ରେସଲରଙ୍କ କଥା ଯେତେବେଳେ ପଡ଼ିଛି ଉତ୍ତରପ୍ରଦେଶର ହୋଲପୁରରୁ ଆମେରିକାର WWE ର ରିଙ୍ଗ ପର୍ଯ୍ୟନ୍ତ ଯାତ୍ରା କରିଥିବା ରେସଲର୍ ରିଙ୍କୁ ସିଂହ ରାଜପୁତ ଓରଫ୍ ବୀର ମହାନଙ୍କ ଜୀବନର ପରିବର୍ତ୍ତନ ବିଷୟରେ ନ କଥା ହେଲେ କ’ଣ ଚଳିବ !

Rinku
Rinku Photograph: (Google)

ଜଣେ ମୁଷ୍ଟିମେୟ ରେସଲର୍ ଯାହାଙ୍କୁ ଦେଖିଲେ ଥରିଉଠୁଥିଲେ ରିଙ୍ଗରେ ଛିଡ଼ା ହୋଇଥିବା ଫାଇଟର୍ । ବର୍ତ୍ତମାନ ତାଙ୍କର ପରିବର୍ତ୍ତନ ଦେଖିଲେ କାଳୀଦାସଙ୍କ କଥା ମନେ ପଡ଼ିଯାଉଛି । ଅନ୍ତର୍ଜାତୀୟ ଷ୍ଟାଡିୟମରେ ବଡ଼ ବଡ଼ ରେସଲରଙ୍କୁ ପାଣି ପିଆଇଥିବା ଏହି ରେସଲର୍ ଏବେ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ଶରଣରେ ଜୀବନର ନୂଆ ଅଧ୍ୟାୟର ଆରମ୍ଭ କରିଛନ୍ତି । କପାଳରେ ତ୍ରିପୁଣ୍ଡ ଏବଂ ବାହୁରେ ରୁଦ୍ରାକ୍ଷ ପିନ୍ଧି WWE ରିଙ୍ଗକୁ ଯେତେବେଳେ ସେ ଆସୁଥିଲେ ଲଙ୍କାପତି ରାବଣ ଭଳି ଦିଶୁଥିଲେ ଏବଂ ବିପକ୍ଷକୁ ମଧ୍ୟ ଚିତପଟାଙ୍ଗ କରିଦେଉଥିଲେ । କିନ୍ତୁ ବର୍ତ୍ତମାନ ସେ ବୃନ୍ଦାବନ-ମଥୁରାର ଗଳିରେ ସାଧାରଣ ବେଶଭୂଷା ସାଙ୍ଗକୁ କପାଳରେ ଚନ୍ଦନ ଲଗାଇ ସନ୍ଥଙ୍କ ସହ ବିଚରଣ କରୁଥିବା ବେଳେ ରାମଭକ୍ତ ହନୁମାନଙ୍କ ପରି ଦିଶୁଛନ୍ତି । ଆଧ୍ୟାତ୍ମର ମାର୍ଗ ତାଙ୍କୁ ଉଗ୍ରରୁ ଶାନ୍ତ ଆଡ଼କୁ ଯିବାକୁ ପ୍ରେରିତ କରିଛି । ଏନେଇ ରିଙ୍କୁ କୁହନ୍ତି ଯେବେଠାରୁ ସେ ପ୍ରେମାନନ୍ଦ ମହାରାଜଙ୍କ ଶରଣରେ ଆସିଛନ୍ତି ତାଙ୍କୁ ଆନ୍ତରିକ ଶାନ୍ତି ଏବଂ ସନ୍ତୁଷ୍ଟି ମିଳିଛି । ଜୀବନର ବାସ୍ତବିକ ଉଦ୍ଦେଶ୍ୟ ଆତ୍ମ-ସାକ୍ଷାତ୍କାର ଏବଂ ଭଗବାନଙ୍କ ସେବାରେ ଅଛି । ଏହି ଆଧ୍ୟାତ୍ମିକ ମାର୍ଗ ହିଁ ତାଙ୍କୁ ମାଂସାହାରୀରୁ ଶାକାହାରୀ କରିବାରେ ସାହାଯ୍ୟ କଲା । ପ୍ରେମାନନ୍ଦ ମହାରାଜଙ୍କ ବାଣୀ ରିଙ୍କୁଙ୍କୁ ନାସ୍ତିକରୁ ଆସ୍ତିକ ହେବାରେ ସହାୟକ ହେଲା । 

ତେବେ ତାଙ୍କର ଆଧ୍ୟାତ୍ମିକ ଜୀବନ ଏବେ ଏକ ନୂଆ ଦିଗ ଆଡ଼କୁ ଅଗ୍ରସର ହେଉଛି, ଯେଉଁଠାରେ ସେ କେବଳ ନିଜ ଦେଶ ନୁହେଁ, ବରଂ ସାରା ଦୁନିଆରେ ଭାରତୀୟ ସଂସ୍କୃତି ଏବଂ ଆଧ୍ୟାତ୍ମର ପ୍ରଚାର କରୁଛନ୍ତି । ରିଙ୍କୁଙ୍କ କହିବା କଥା ହେଉଛି, “ଭାରତର ସଂସ୍କୃତି ଏବଂ ଅଧ୍ୟାତ୍ମକୁ ଜାଣି ଜଣେ ବ୍ୟକ୍ତି ଶାନ୍ତି ଏବଂ ସଫଳତା ପ୍ରାପ୍ତ କରିପାରିବ ।” ତାଙ୍କର ଏହି ଯାତ୍ରା ଦର୍ଶାଉଛି ଯେ ଯେତେବେଳେ ଜୀବନରେ ସନ୍ତୁଳନ ଏବଂ ସଠିକ୍ ଦିଗ ରହିଥାଏ, ତେବେ ବ୍ୟକ୍ତି କେବଳ ନିଜର ବ୍ୟକ୍ତିଗତ ଖୁସିକୁ ପାଇପାରେ ନାହିଁ ବରଂ ଅନ୍ୟମାନଙ୍କ ଜୀବନକୁ ମଧ୍ୟ ପ୍ରେରିତ କରିପାରେ ।

veermahaan
veermahaan Photograph: (Google)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe