କାଲିଠୁ ବିହାରରେ ଭୋଟ ଅଧିକାର ଯାତ୍ରା ; ନେତୃତ୍ବ ନେବେ ରାହୁଲ ଗାନ୍ଧୀ

ଆସନ୍ତାକାଲି ଠାରୁ ଏସଆଇଆର ପ୍ରସଙ୍ଗରେ ବିହାରରେ ଭୋଟ ଅଧିକାର ଯାତ୍ରା   ।  ନେତୃତ୍ବ ନେବେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ  । ଯାତ୍ରା ସସାରାମ୍ ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧ରେ ପାଟଣାରେ ହେବେ ଉଦଯାପନ 

26

କନକ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆସନ୍ତାକାଲି ବିହାରରେ ଭୋଟ୍ ଅଧିକାର ଯାତ୍ରା ଆରମ୍ଭ କରିବେ । ଶାସାରାମଠାରୁ ଯାତ୍ରା ଆରମ୍ଭ ହୋଇ ସେପ୍ଟେମ୍ବର ୧ ତାରିଖରେ ପାଟନାରେ ଶେଷ ହେବ । ବିହାର ପ୍ରଦେଶ କଂଗ୍ରେସ ସଭାପତି ଅଖିଳେଶ ପ୍ରସାଦ ସିଂହ ଏହି ସୂଚନା ଦେଇଛନ୍ତି । ବିହାରରେ ଭୋଟର ତାଲିକାର ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ ବା ସ୍ୱତନ୍ତ୍ର ବିସ୍ତୃତ ସଂଶୋଧନରେ ପ୍ରାୟ ୬୫ ଲକ୍ଷ ଭୋଟର ବାଦ୍ ପଡ଼ିଥିବା ଅଭିଯୋଗ ହୋଇଛି । ଚୂଡ଼ାନ୍ତ ଭୋଟର ତାଲିକାରୁ ଯେପରି କେହି ବାଦ୍ ନପଡ଼ିବେ, ସେନେଇ ଯାତ୍ରାରେ ଲୋକଙ୍କୁ ରାହୁଲ ସଚେତନ କରିବେ । ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଇଣ୍ଡିମେଣ୍ଟ ସପକ୍ଷରେ ମଧ୍ୟ ପ୍ରଚାର କରାଯିବ । ଭୋଟ୍ ଅଧିକାର ଯାତ୍ରା ପାଇଁ ରାହୁଲ ଗାନ୍ଧୀ ଅଗଷ୍ଟ ୨୦, ୨୫ ଏବଂ ୩୧ ତାରିଖକୁ ଛାଡ଼ି କାଲିଠାରୁ ସେପ୍ଟେମ୍ୱର ୧ ତାରିଖ ପର୍ଯ୍ୟନ୍ତ ବିହାରରେ ରହିବେ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe