ବାହାରୁ ଚିକ୍କଣ ଭିତରେ ଫମ୍ପା । ସ୍ମାର୍ଟ ସ୍କୁଲର ସାଂଘାତିକ ସ୍ଥିତି, ନାହାଁନ୍ତି ବିଜ୍ଞାନ କି ହିନ୍ଦି ଶିକ୍ଷକ, ପାଣି ନଥିବାରୁ ବ୍ୟବହାର ହେଉନି ଶୌଚାଳୟ

Advertisment

ପାଣିର ବ୍ୟବସ୍ଥା ନାହିଁ। ଫଳରେ ଶୌଚାଳୟ ଥାଇ ମଧ୍ୟ ପରିସ୍ରା ପାଇଁ ଛାତ୍ରଛାତ୍ରୀ ଓ ଶିକ୍ଷୟତ୍ରୀଙ୍କୁ ବାହାରକୁ ଯିବାକୁ ପଡ଼ୁଛି। ଆଉ ଏକ ବଡ଼ ସମସ୍ୟା ଶିକ୍ଷକ ଅଭାବ। ବିଜ୍ଞାନ ଓ ହିନ୍ଦୀ ଶିକ୍ଷକ ନାହାଁନ୍ତି। ଦଶମ ପରୀକ୍ଷାକୁ ଆଉ ଦିନ କେଇଟା ବାକି ଥିବା ପିଲାମାନେ ବିଲକୁଲ୍ ବିଜ୍ଞାନ, ହିନ୍ଦୀ ପଢ଼ିନାହାନ୍ତି। 

31 smart

31 smart Photograph: (31 smart)

କନକ ବ୍ୟୁରୋ :  ଧରାକୋଟ ବ୍ଳକ ବଳରାମପୁର ଉସ୍ତା ଉଚ୍ଚ ବିଦ୍ୟାଳୟ। ପୂର୍ବ ସରକାରଙ୍କ ସମୟରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବିଦ୍ୟାଳୟଟିକୁ ରୂପାନ୍ତରିତ କରାଯାଇଛି। ବାହାରୁ ସୁନ୍ଦର ଦେଖାଯାଉଥିବା ବିଦ୍ୟାଳୟର ଭିତର ଫମ୍ପା। ପାଣିର ବ୍ୟବସ୍ଥା ନାହିଁ। ଫଳରେ ଶୌଚାଳୟ ଥାଇ ମଧ୍ୟ ପରିସ୍ରା ପାଇଁ ଛାତ୍ରଛାତ୍ରୀ ଓ ଶିକ୍ଷୟତ୍ରୀଙ୍କୁ ବାହାରକୁ ଯିବାକୁ ପଡ଼ୁଛି। ଆଉ ଏକ ବଡ଼ ସମସ୍ୟା ଶିକ୍ଷକ ଅଭାବ। ବିଜ୍ଞାନ ଓ ହିନ୍ଦୀ ଶିକ୍ଷକ ନାହାଁନ୍ତି। ଦଶମ ପରୀକ୍ଷାକୁ ଆଉ ଦିନ କେଇଟା ବାକି ଥିବା ପିଲାମାନେ ବିଲକୁଲ୍ ବିଜ୍ଞାନ, ହିନ୍ଦୀ ପଢ଼ିନାହାନ୍ତି। 

ଖାଲି ସେତିକିରେ ଅଟକିନି ସ୍ମାର୍ଟ ସ୍କୁଲର ଅବ୍ୟବସ୍ଥା। ଆଦିବାସୀ ପିଲାଙ୍କ ପାଇଁ ଯୁକ୍ତ ଦୁଇ ଖୋଲାଯାଇଛି। କିନ୍ତୁ ଶ୍ରେଣୀଗୃହ ଅଭାବରୁ ସେମାନଙ୍କ ପାଠପଢ଼ାରେ ଅସୁବିଧା ହେଉଛି। ଅନ୍ୟପଟେ ବିଦ୍ୟାଳୟଟି ଜାତୀୟ ରାଜପଥ କଡ଼ରେ ରହିଥିଲେ ମଧ୍ୟ ପାଚେରୀଟିଏ କରାଯାଇନାହିଁ। ତେଣୁ ପିଲାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅଭିଭାବକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe