କନକ ବ୍ୟୁରୋ : ଚଳିତ ବର୍ଷ ଆଇପିଏଲରେ ଆମେ ଏମିତି କିଛି ଖେଳାଳିଙ୍କୁ ଦେଖିଛୁ ଯେଉଁମାନେ ରାଜ୍ୟ ପାଇଁ ନଖେଳିବି ଆଇପିଏଲରେ ହିରୋ ସାଜିଛନ୍ତି । ଆଉ ଏବେ ଘରୋଇ ଦଳ ରେ କିଛି ମ୍ୟାଚ ଖେଳି ଆଇପିଏଲରେ ହିରୋ ସାଜିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଖେଳୁଥିବା ୨୩ବର୍ଷିୟ ଅଶ୍ବିନୀ କୁମାର ଏବେ ଚର୍ଚ୍ଚାରେ , ତାସହ ହାଇଦ୍ରାବାଦ ପଟୁ ଖେଳୁଥିବା ଅନିକେତ ବର୍ମା ମଧ୍ୟ ଧୂଆଁଧାର ବ୍ୟାଟିଂପାଇଁ ଚର୍ଚ୍ଚାରେ ରହିଛନ୍ତି
ଜମୁଛି ଆଇପିଏଲ ଆଉ ଆଇପିଏଲକୁ ଜମାଉଛନ୍ତି ଭାରତୀୟ ଯୁବ ଖେଳାଳି । ନିଜ ପ୍ରତିଭା ଓ ପ୍ରଦର୍ଶନ ବଳରେ ବିଦେଶୀ ଖେଳାଳିଙ୍କୁ ମାତ ଦେଉଛନ୍ତି ଭାରତୀୟ ଯୁବ ଖେଳାଳି । ସବୁଠାରୁ ବଡ କଥା ହେଲା ଏହି ଖେଳାଳି ମାନେ ଘରୋଇ କ୍ରିକେଟରେ ସେତେ ହାଇଲାଇଟ ହୋଇନଥିଲେ । ଆଇପିଏଲ ଫ୍ରାଞ୍ଚାଇଜ୍ ମାନଙ୍କୁ ମଧ୍ୟ ଶ୍ରେୟ ଯିବ କାରଣ ମ୍ୟାନେଜମେଣ୍ଟର ଟିମ ଖେଳାଳି ମାନଙ୍କୁ ଗ୍ରାଉଣ୍ଡରୁ ସିଲେକସନ କରି ଟ୍ରାଏଲ୍ସ ପାଇଁ ସହରକୁ ଆଣିଥାଏ । ଅଶ୍ବିନୀ କୁମାର ,ଗୋଟିଏ ମ୍ୟାଚ ଖେଳି ମୁମ୍ବାଇର ଷ୍ଟାର ପ୍ଲେୟାର ପାଲଟି ଯାଇଛନ୍ତି । ପଂଜାବର ଜାନଜେରୀରେ ଅଶ୍ବିନୀଙ୍କ ଘର ,ସେର-ଇ-ପଂଜାବ ଟି-୨୦ ଲିଗ ରେ ଅଶ୍ବିନୀଙ୍କ ପ୍ରଦର୍ଶନ ଦେଖି ଏମଆଇ ମ୍ୟାନେଜମେଣ୍ଟ ତାଙ୍କୁ ଦଳରେ ସାମିଲ କରିଥିଲା ।ପ୍ର ଥମ ମ୍ୟାଚରେ ଆଜିଙ୍କ୍ୟ ରାହାଣେ ,ରସେଲ, ରିଙ୍କୁ ସିଂ ଓ ମନିଷ ପାଣ୍ଡେଙ୍କ ଭଳି ଷ୍ଟାର ବ୍ୟାଟରଙ୍କୁ ଆଉଟ କରିଥିଲେ । ମେଗା ନିଲାମୀରେ ଅଶ୍ୱନୀଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଦଳ ୩୦ ଲକ୍ଷ ଟଙ୍କାରେ ସାମିଲ୍ କରିଥିଲା । ଡେବ୍ୟୁ ମ୍ୟାଚ୍ରେ ଜବରଦସ୍ତ ପ୍ରଦର୍ଶନ କରି ମୁମ୍ବାଇକୁ ସିଜିନର ପ୍ରଥମ ବିଜୟ ଉପହାର ଦେଇଛନ୍ତି । ଡେବ୍ୟୁ କରିବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ ଅଶ୍ୱନୀ । ଦିନବେଳା ଲଞ୍ଚ୍ କରିପାରିନଥିଲେ, କେବଳ ଗୋଟିଏ କଦଳୀ ଖାଇ ରହିଥିଲେ । ସନ୍ଧ୍ୟାରେ କେକେଆର ବିପକ୍ଷରେ ନିଜର କମାଲ ଦେଖାଇଥିଲେ । ବାପା ଚାଷକାମ କରି ଘର ଚଳାନ୍ତି । ମ୍ୟାଚ୍ ଦେଖିବା ବେଳେ ତାଙ୍କ ଆଖିକୁ ଲୁହ ଆସି ଯାଇଥିବା କଥା କହିଛନ୍ତି ଅଶ୍ବିନୀ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏବେ ଟିମ୍ ଇଣ୍ଡିଆ ମଧ୍ୟ ଜଣେ ବାମହାତୀ ଫାଷ୍ଟ ବୋଲର ସନ୍ଧାନରେ ରହିଛି । ଏଭଳି ସ୍ଥିତିରେ ଅଶ୍ବିନୀଙ୍କ ଉପରେ ନଜର ରଖିପାରେ ବିସିସିଆଇ ।
ଅନ୍ୟପଟରେ ହାଇଦ୍ରାବାଦର ଯୁବ ବ୍ୟାଟର ଅନିକେତ ଦଳ ପାଇଁ ସାଜିଛନ୍ତି ମ୍ୟାଚ ୱିନର , ଛୋଟ ବୟସରୁ ମାଁଙ୍କୁ ହରାଇଥିଲେ ଅନିକେତ, ବାପା ଦ୍ବିତୀୟ ବିବାହ କରିବାରୁ ଅନିକେତଙ୍କ ଦାଦା ତାଙ୍କୁ ମଧ୍ୟପ୍ରଦେଶ ନେଇଆସିଥିଲେ । ଆଉ ସେଠାରେ ଅନିକେତଙ୍କ ସ୍ୱପ୍ନ ପୂରା କରିବାରେ ଲାଗିପଡ଼ିଥିଲେ ତାଙ୍କ ଦାଦା । ଯେଉଁଥିପାଇଁ ଆଜି ଆଇପିଏଲରେ ଅନିକେତ ସ୍ଥାନ ପାଇ ପାରିଛନ୍ତି । ଦିଲ୍ଲୀ ବିପକ୍ଷ ମ୍ୟାଚରେ ଯେତେବେଳେ ହାଇଦ୍ରାବାଦର ବଡ ବଡ ବ୍ୟାଟର ଫେଲ ମାରିଥିଲେ ସେତେବେଳେ ଅନିକେତେ ଦଳକୁ ସମ୍ଭାଳିଥିଲେ । ୪୧ ବଲରେ ୫ ଚୌକା ୬ ଛକା ମାରି ୭୪ ରନ କରିଥିଲେ, ଆଉ ଦଳକୁ ମଜଭୁତ ସ୍ଥିତିରେ ପହଞ୍ଚାଇଥିଲେ । ଏହି ମ୍ୟାଚ ସିନା ହାଇଦ୍ରାବାଦ ହାରିଯାଇଥିଲା ହେଲେ ହୃଦୟ ଜିତି ନେଇଥିଲେ ଅନିକେତ । ଅନିକେତ ବର୍ମା ମଧ୍ୟ ପ୍ରଦେଶ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳୁଛନ୍ତି ।