ଅସହାୟଙ୍କ ଆଶାର କିରଣ, ସଂଘର୍ଷ ଭିତରେ ସମାଜ ପାଇଁ ଧ୍ରୁବ ତାରା

Advertisment

ସଂଘର୍ଷ ତାଙ୍କ ସାଥୀ, ସମାଜସେବା ତାଙ୍କ ନିଶା । ଦାରିଦ୍ର୍ୟ ତାଙ୍କୁ କେବେ ଅଟକାଇ ପାରିନି । ସମାଜସେବାରେ ନିଜକୁ ବ୍ରତୀ କରିଛନ୍ତି । ଏ ହେଉଛନ୍ତି ଧର୍ମଶାଳା ବଡମଙ୍ଗଳପୁର ଗାଁର ଗୋଲକ ଚନ୍ଦ୍ର ପଲେଇ । 

ସଂଘର୍ଷ ତାଙ୍କ ସାଥୀ, ସମାଜସେବା ତାଙ୍କ ନିଶା । ଦାରିଦ୍ର୍ୟ ତାଙ୍କୁ କେବେ ଅଟକାଇ ପାରିନି । ସମାଜସେବାରେ ନିଜକୁ ବ୍ରତୀ କରିଛନ୍ତି । ଏ ହେଉଛନ୍ତି ଧର୍ମଶାଳା ବଡମଙ୍ଗଳପୁର ଗାଁର ଗୋଲକ ଚନ୍ଦ୍ର ପଲେଇ । 

43-Golak Palei

କନକ ବ୍ୟୁରୋ: ପରିଣତ ବୟସରେ ବି ଦବିନାହିଁ ଆତ୍ମବିଶ୍ୱାସର ମେରୁଦଣ୍ଡ । ଆଜି ବି ସମାଜସେବାରେ ବ୍ରତୀ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ବଡମଙ୍ଗଳପୁରପୁର ଗାଁର ଗୋଲକ ପଲେଇ। ଅଚିହ୍ନାଙ୍କ ଶବଦାହ ହେଉ କି ଗରିବ ଅସହାୟ ଝିଅଙ୍କ ବାହାଘର, ଆଜିବି ସକ୍ଷମ ଅନୁଯାୟୀ ଲୋକଙ୍କୁ ବଢ଼ାଉଛନ୍ତି ସହାୟତାର ହାତ। ପରିଣତ ବୟସରେ ପୂର୍ବକଥାକୁ ମନେ ପକାଇଲେ ଭାବବିହ୍ୱଳ ହୋଇପଡନ୍ତି ଗୋଲକ।

ସଂଘର୍ଷ ତାଙ୍କ ସାଥୀ, ସମାଜସେବା ତାଙ୍କ ନିଶା । ଦାରିଦ୍ର୍ୟ ତାଙ୍କୁ କେବେ ଅଟକାଇ ପାରିନି । ସମାଜସେବାରେ ନିଜକୁ ବ୍ରତୀ କରିଛନ୍ତି । ଏ ହେଉଛନ୍ତି ଧର୍ମଶାଳା ବଡମଙ୍ଗଳପୁର ଗାଁର ଗୋଲକ ଚନ୍ଦ୍ର ପଲେଇ । ପିଲାଟି ଦିନରୁ ସଂଘର୍ଷ ଶିଡିରେ ଚଢିଥିବା ଗୋଲକ ଅନ୍ୟ ମାନଙ୍କର ସଂଘର୍ଷ କେବେ ଦେଖିପାରନ୍ତି ନାହିଁ । କାହାର କିଛି ସମସ୍ୟା ହେଲେ ପ୍ରଥମେ ସାମ୍ନାକୁ ଆସନ୍ତି ଗୋଲକ । ସମାଜର ଦୁସ୍ଥ ଲୋକଙ୍କ ପାଇଁ କାମ କରିବା ସହ ଅଚିହ୍ନା ଅଜଣା ବ୍ୟକ୍ତିଙ୍କ ଶବଦାହ କରିବା, ଅଭାବୀ ଝିଅଙ୍କ ବାହାଘର କରିବା, ରୋଗାଗ୍ରସ୍ତ ପଶୁପକ୍ଷୀଙ୍କର ଯତ୍ନ ନେବା ଆଦି କାମକୁ ଜୀବନର ବ୍ରତଭାବେ ଗ୍ରହଣ କରିଛନ୍ତି ।

ପ୍ରଥମେ ଗୋଲକଙ୍କ ଏହି ସମାଜସେବାକୁ ଲୋକ ହସରେ ଉଡାଇ ଦେଉଥିଲେ । ଅନେକ ଟାହିଟାପରା ଶୁଣିବାକୁ ପଡୁଥିଲା । କିନ୍ତୁ ନିଜର ନିଷ୍ଠା ଓ ଅଧ୍ୟବସାୟ ବଳରେ ସେ ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ଅତିକ୍ରମ କରି ସେବାକୁ ନିଜର ବ୍ରତ ବୋଲି ଗ୍ରହଣ କରିନେଇଥିଲେ । ଫଳ ସ୍ୱରୂପ ଗୋଲକଙ୍କୁ ବିଭିନ୍ନ ଅନୁଷ୍ଠାନରୁ ମିଳିଛି ଅନେକ ଶ୍ରଦ୍ଧା ଓ ସମ୍ମାନ । ଯାହାକି ତାଙ୍କୁ ଅଧିକ ସମାଜମନସ୍କ ହେବା ପାଇଁ ପ୍ରେରଣା ଦେଇଛି। ନିଜର ଦୀର୍ଘ ବର୍ଷର ଅନୁଭବକୁ ନେଇ ସେ ଲେଖିଛନ୍ତି ୧୨ ପୁସ୍ତକ । ଯାହାକି ତାଙ୍କର ଅନ୍ୟତମ କୃତୀ । 

ଅନେକଥର ଦ୍ରାରିଦ୍ୟର ଶିକୁଳିରେ ବାନ୍ଧି ହୋଇଛନ୍ତି ଗୋଲକ । ହେଲେ ଦରିଦ୍ର ଲୋକଙ୍କ ପାଇଁ ତାଙ୍କର ଦରଦୀପଣ ଅନ୍ୟମାନଙ୍କୁ ଆଶ୍ଚର୍ଯ୍ୟ କରିଛି । ଜୀବନର ଅପରାହ୍ନ ଗୋଲକଙ୍କ ପାଇଁ ଆନନ୍ଦଦାୟକ ହୋଇପାରିଥିବା ବେଳେ ନିଜର ଦୁଇପୁଅଙ୍କୁ ଉଚ୍ଚଶିକ୍ଷିତ କରି ବେଶ୍ ଆତ୍ମ ସନ୍ତୋଷ ଲାଭ କରୁଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe