କନକ ବ୍ୟୁରୋ:  ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ବିଶ୍ବ ଜାଣୁ ପାକିସ୍ତାନର ଅସଲ ଚେହେରା । ବିଶ୍ବ ମଞ୍ଚରେ ଫିଟୁ ଆତଙ୍କୀସ୍ତାନର ଦୋମୁହାଁ ନୀତି । ଏହି ଅଭିଯାନକୁ ଶତପ୍ରତିଶତ ସତ କରିବା ଲକ୍ଷ୍ୟରେ ବିଭିନ୍ନ ରାଷ୍ଟ୍ରଗସ୍ତ ଏବେ ସର୍ବଦଳୀୟ ପ୍ରତିନିଧିମଣ୍ଡଳୀ । ୩୩ ଦେଶ ଗସ୍ତରେ ୫୯ ଜଣ ସଦସ୍ୟଙ୍କୁ ପଠାଇଛନ୍ତି ମୋଦୀ ସରକାର । ଆତଙ୍କବାଦ ବିରୋଧୀ ଲଢ଼େଇରେ ସହଯୋଗୀ ଦେଶମାନଙ୍କଠୁ ସମର୍ଥନ ହାତେଇବାରେ ସଫଳ ହେଉଛି ଭାରତ । ସେପଟେ ଆମେରିକାରୁ ପାକିସ୍ତାନକୁ କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ସାଂସଦ ଶଶି ଥରୁର । ଆତଙ୍କୀଙ୍କୁ ସହାୟତା ପାଇଁ ପାକିସ୍ତାନକୁ ବହୁମୂଲ୍ୟ ଦେବାକୁ ପଡିବ ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ।

Advertisment

ପୂର୍ବରୁ ଅନେକବାର ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ଆକ୍ରମଣରେ ରକ୍ତାକ୍ତ ହୋଇଛି ଭାରତ । ଏହାର କଡ଼ା ଜବାବ ମଧ୍ୟ ଦେଇଛି ଦେଶ । ସର୍ଜିକାଲ ଷ୍ଟ୍ରାଇକ, ବାଲାକୋଟ ଏୟାରଷ୍ଟ୍ରାଇକ ସହ ମୁହଁତୋଡ ଜବାବ ଦେଇଛନ୍ତି ଭାରତୀୟ ସେନା । ତେବେ ଏପ୍ରିଲ ୨୨ ପହଲଗାମରେ ପାକିସ୍ତାନୀ ଆତଙ୍କୀ ଯେଉଁ ନରସଂହାର ଖେଳାଇଥିଲେ ତାର ଜବାବ ଅପରେସନ ସିନ୍ଦୂର ସହ ଦେଇଛନ୍ତି ମୋଦୀ ସରକାର । ଏଥିସହ ବିଶ୍ବ ମଞ୍ଚରେ ପାକିସ୍ତାନର ମୁଖା ଖୋଲିବାକୁ ୩୩ ଦେଶ ଯାଇଛନ୍ତି ସର୍ବଦଳୀୟ ପ୍ରତିନିଧିମଣ୍ଡଳୀ ।