କନକ ବ୍ୟୁରୋ: ଅର୍ଜୁନ ଟ୍ୟାଙ୍କରୁ ଆରମ୍ଭ କରି ତେଜସ୍ ପର୍ୟ୍ୟନ୍ତ । ଆଜି ଗଣତନ୍ତ୍ର ଦିବସରେ ଦିଲ୍ଲୀ କର୍ତ୍ତବ୍ୟ ପଥରେ ଦେଖିବାକୁ ମିଳିଥିଲା ତିନିସେନାର ଶକ୍ତି । ଆଜି ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୬ ପ୍ରଜ୍ଞାପନ ମେଢ଼, ବିଭିନ୍ନ ମନ୍ତ୍ରାଳୟ, ବିଭାଗ ଓ ସଂଗଠନର ୧୫ଟି ପ୍ରଜ୍ଞାପନ ମେଢ଼ ଦେଖିବାକୁ ମିଳିଥିଲା । ଦେଖିବାକୁ ମିଳିଥିଲା ଭାରତର ସୈନ୍ୟଶକ୍ତି ସମୃଦ୍ଧ ସଂସ୍କୃତିର ଝଲକ ଭାରତ ଆଜି ତାର ଶୌର୍ୟ୍ୟ, ଶକ୍ତି ବୀରତ୍ବ ପ୍ରଦର୍ଶନ କରିଛି । ଆଜି ୭୬ତମ ସାଧାରଣତନ୍ତ୍କ ଦିବସ ପରେଡରେ କର୍ତ୍ତବ୍ୟ ପଥରେ ଏସବୁ ଦେଖିବାକୁ ମିଳିଥିଲାଯ । ଆକର୍ଷଣୀୟ ଥିଲା ତିନିସେନା-ସ୍ଥଳ, ଜଳ ଓ ବାୟୁସେନା ଶକ୍ତର ଝଲକ । ଯୁଦ୍ଧାସ୍ତ୍ର ପ୍ରଦର୍ଶନ ସହ ତିନିସେନା ସହିଚ ଅର୍ଦ୍ଧସାମରିକ ବାହିନୀର ୭୦ କମ୍ପାନିର ୧୫ ହଜାରରୁ ଅଧିକ କର୍ମଚାରୀ ଭାଗ ନେଇଥିଲେ ।

Advertisment

ତେବେ ଯୁଦ୍ଧାସ୍ତ୍ର ଥିଲା ମୁଖ୍ୟ ଆକର୍ଷଣ । ଉଭୟ ଜଳ ଓ ସ୍ଥଳଭାଗରେ ଟାର୍ଗେଟକୁ ଲକ୍ଷ୍ୟଭେଦ କରିପାରିବବ୍ରହ୍ମୋସ୍  କ୍ଷେପଣାସ୍ତ୍ର,  ପିନାକ ମଲଟି ଲଞ୍ଚର ରକେଟ୍ ସିଷ୍ଟମ, ୧୭୩ ଏମ୍ଏମ୍ ମଲଟିପୁଲ ବ୍ୟାରେଲ ରକେଟ୍- ବିଏମ୍-୨୧ ଅଗ୍ନିବାଣ ଏବଂ ଆକାଶ ୱିପନ ସିଷ୍ଟମକୁ ଦେଖିଥିଲେ ଦେଶ ବିଦେଶର ଅତିଥି । ଅଲଟେରାନ ଭେହିକିଲ- ଏଟିଭି ଚେତକ, ସ୍ପେଶାଲିଷ୍ଟ ମୋବିଲିଟି ଭିହିକିଲ କପିଧ୍ବଜ, ଟି ଟ୍ବେଣ୍ଟି ଭୀଷ୍ଣ, ନାଗ ମିଜାଇଲ୍ ସିଷ୍ଟମକୁ ସାଧାରଣତନ୍ତ୍ର ଦିବସରେ କର୍ତ୍ତବ୍ୟ ପଥ ପରେଡର ପ୍ରଦର୍ଶନ କରାଯାଇଥିଲା ।  

ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ବିକ୍ ରିଆକ୍ସନ ଫାଇଟିଂ ଭେହିକିଲ ନନ୍ଦିଘୋଷକୁ ଦେଖି ଦର୍ଶକ ଓ ଅତିଥି ମୁଗ୍ଧ ହୋଇଯାଇଥିଲେ । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନାମରେ ଏହି ଭେହିକିଲର ନାମକରଣ କରାଯାଇଛି । କର୍ତ୍ତବ୍ୟ ପଥ ପରେଡରେ ନନ୍ଦିଘୋଷ  କ୍ବିକ୍ ରିଆକ୍ସନ ଫାଇଟିଂ ଭେହିକିଲ ମାର୍ଚ୍ଚିଂର ନେତୃତ୍ବ ନେଇଥିଲେ ମେଜର ରାଧିକା ସେନ୍‌ । ଯାହାକି ଭାରତୀୟ ପ୍ରତିରକ୍ଷା ବାହିନୀରେ ମହିଳାଙ୍କ ଭୂମିକାକୁ ଦର୍ଶାଇଥିଲା । ପରେଡରେ ବିଏମପି-୨ ଇନଫ୍ୟାଣ୍ଟ୍ରି ଟ୍ୟାଙ୍କ ମଧ୍ୟ ଦେଖିବାକୁ ମିଳିଥିଲା ।

ସୌର୍ୟ୍ୟ ଓ ପରାକ୍ରମ ପ୍ରଦର୍ଶନ କରିଛି ଭୀଷ୍ମ ୯୦ ଟ୍ୟାଙ୍କ । ୭୪ ଆର୍ମି ରେଜିମେଣ୍ଟ କ୍ୟାପଟେନ ନବଜୋତ ସିଂଙ୍କ ନେତୃତ୍ବରେ ଟି-୯୦ ଭୀଷ୍ମ ଟ୍ୟାଙ୍କ ଶକ୍ତି ପ୍ରଦର୍ଶନ କରିଛି । ଏହା ୨୦୦୧ ମସିହାରେ ଭାରତୀୟ ସେନାରେ ସାମିଲ ହୋଇଥିଲା । ସେନାର ଅନ୍ୟତମ ଯୁଦ୍ଧ ଟ୍ୟାଙ୍କ ମଧ୍ୟରେ ବେଶ ଶକ୍ତିଶାଳୀ ଓ ଅତ୍ୟାଧୁନିକ ଟ୍ୟାଙ୍କ ହେଉଛି ଭୀଷ୍ମ ଟି-୯୦ଘଣ୍ଟା ପ୍ରତି ଏହାର ବେଗ ୬୦ କିମି । ମୋଟ ୩ଜଣ ସଦସ୍ୟ ବସିପାରିବେ ଓ ଓଜନ ଏହାର ୪୬୦କେଜି ।
 
ଗଣତନ୍ତ୍ର ଦିବସରେ ସୁପରସୋନିକ କ୍ରୁଜ ମିସାଇଲ ବହ୍ମୋସ ମିସାଇଲ ଶକ୍ତି ପ୍ରଦର୍ଶନ କରିଛି । ଭାରତୀୟ ସେନାର ଏହା ଅନ୍ୟତମ ଶକ୍ତିଶାଳି ଓ ଅତ୍ୟାଧୁନିକ ମିସାଇଲ ଅଟେ । ପୂର୍ବ ସଂସ୍କରଣରେ ଏହର ୨୯୦ କିଲୋମିଟର ପର୍ୟ୍ୟନ୍ତ ଲକ୍ଷ ଭେଦ କରିପାରୁଥିବାବେଳେ ନୂଆ ସଂସ୍କରଣ ୯୦୦ କିମି ପର୍ୟ୍ୟନ୍ତ ଲକ୍ଷ ଭେଦ କରିବାକୁ ସକ୍ଷମ ।ଭାରତ ଓ ରୁଷ ମିଳିତଭାବେ ଏହାର ନିର୍ମାଣ କରିଛନ୍ତି ।


ଦୁନିଆର ପ୍ରଥମ ଥ୍ରୀଡି ରକେଟ ଲଞ୍ଚର ଅଗ୍ନିବାଣ କର୍ତ୍ତବ୍ୟପଥରେ ଶକ୍ତି ପ୍ରଦର୍ଶନ କରିଛି । ୨୦୨୪ ମେ ୩୦ ପ୍ରଥମ ଥର ପାଇଁ ଭାରତୀୟ ସେନାରେ ସାମିଲ ହୋଇଥିଲା । ସ୍ବଦେଶୀ କୌଶଳରେ ନିର୍ମିତ ଅଗ୍ନିବାଣ ରକେଟକୁ ଚେନ୍ନାଇର ଏକ କମ୍ପାନୀ ନିର୍ମାଣ କରିଛି । ଡବଲ ରେଞ୍ଜ ଲଞ୍ଚ ଭେହିକିଲ ଓ ଏହା ୩ଶହ କେଜି ପେଲୋଡ କ୍ଷମତା ସମ୍ପନ୍ନ ହେଉଛି ଅଗ୍ନିବାଣ  

୭୬ତମ ଗଣତନ୍ତ୍ର ଦିବସ ଅବସରରେ କର୍ତ୍ତବ୍ୟପଥରେ ଗଢ଼ିଛି କୁଇକ ରିଆକ୍ସନ ଫାଇଟିଂ ଭେହିକିଲ ନନ୍ଦିଘୋଷ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥ ନନ୍ଦିଘୋଷ ନାମରେ ନାମିତ ହୋଇଛି ଏହି ପ୍ରତିରକ୍ଷା ବାହନ । ମେଜର ରାଧିକାଙ୍କ ନେତୃତ୍ବ ଏହାକୁ ପ୍ରଦର୍ଶିତ କରାଯାଇଛି ।ନନ୍ଦିଘୋଷରେ ମୋଟ ୮ଜଣ ଏକାସହ ଯୁଦ୍ଧ ଭୂମିକୁ ଓହ୍ଲାଇପାରିବେ ।ସ୍ଥଳ,ଜଳ ଓ ପାହାଡିଆ ଅଞ୍ଚଳରେ ଆରାମରେ ଯିବା ସହ ଶତ୍ରୁକୁ ଚେକ ଦେବାରେ କ୍ଷମତା