କନକ ବ୍ୟୁରୋ: ପେନ୍ସନ୍ ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ଦେଶରେ ପେନ୍ସନ୍ ବ୍ୟବସ୍ଥାରେ ସଂସ୍କାର ଆଣିଲେ କେନ୍ଦ୍ର ସରକାର । ନୂଆ ବ୍ୟବସ୍ଥାରେ ଏବେ ଯେକୌଣସି ବ୍ୟାଙ୍କରୁ ଉଠାଇ ହେବ ଟଙ୍କା । ଏହି ବ୍ୟବସ୍ଥାରେ ୨୦୨୪ ଡିସେମ୍ବର ମାସର ୧୫୭୦ କୋଟି ଟଙ୍କାର ପେନ୍ସନ୍କୁ ଏକକାଳୀନ ୬୮ ଲକ୍ଷରୁ ଅଧିକ ପେନ୍ସନ୍ଭୋଗୀଙ୍କୁ ଦିଆଯାଇଛି । ଏବେ ପେନ୍ସନ୍ଭୋଗୀମାନେ ଦେଶର ଯେକୌଣସି ସ୍ଥାନରେ ଯେକୌଣସି ବ୍ୟାଙ୍କ ଶାଖାରୁ ନିଜ ପେନ୍ସନ୍ ପାଇପାରିବେ । ଏହାସହ ପେନ୍ସନ୍ ଆରମ୍ଭ କରିବା ଲାଗି ସେମାନଙ୍କୁ ବ୍ୟାଙ୍କକୁ ନିଜେ ଯିବାକୁ ପଡ଼ିବ ନାହିଁ । ଚଳିତ ବର୍ଷ ଜାନୁଆରିରୁ ଦେଶରେ ଥିବା ଇପିଏଫ୍ଓର ସମସ୍ତ ୧୨୨ ଆଞ୍ଚଳିକ କାର୍ଯ୍ୟାଳୟ ଜରିଆରେ ଏହି କେନ୍ଦ୍ରୀଭୂତ ବ୍ୟବସ୍ଥା ଲାଗୁ କରାଯାଇଛି । ଶ୍ରମମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଏହାକୁ ଇପିଏଫ୍ଓର ଆଧୁନିକୀକରଣରେ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ କହିଛନ୍ତି । ପୂର୍ବରୁ ଇପିଏଫ୍ଓ ୩-୪ଟି ବ୍ୟାଙ୍କ ସହ ବୁଝାମଣା କରି ସେମାନଙ୍କ ଜରିଆରେ ପେନ୍ସନ୍ ଦେଉଥିଲା । ସେଥିରେ ପେନ୍ସନ୍ଭୋଗୀମାନଙ୍କୁ କେବଳ ସେହି ବ୍ୟାଙ୍କଗୁଡ଼ିକରୁ ପେନ୍ସନ୍ ନେବାକୁ ପଡ଼ୁଥିଲା । ଅନ୍ୟ ଏକ ସମସ୍ୟା ଥିଲା ଯେ ପେନ୍ସନ୍ ପାଇବା ଆରମ୍ଭ କରିବା ଲାଗି ବ୍ୟାଙ୍କ ପାଖକୁ ପେନ୍ସନ୍ଭୋଗୀଙ୍କୁ ନିଜେ ଯିବାକୁ ପଡ଼ୁଥିଲା । କିନ୍ତୁ ନୂଆ ବ୍ୟବସ୍ଥାରେ ସେହି ସମସ୍ତ ସମସ୍ୟା ଦୂର ହୋଇଛି ।
ଏବେ ଯେକୌଣସି ବ୍ୟାଙ୍କରୁ ମିଳିବ ପେନ୍ସନ୍ । ପେନ୍ସନ୍ ଉପଭୋକ୍ତାଙ୍କ ପାଇଁ ଖୁସି ଖବର ।
ପେନ୍ସନ୍ ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ଏବେ ଯେକୌଣସି ବ୍ୟାଙ୍କରୁ ଉଠାଇହେବ ଟଙ୍କା । ପୁରୁଣା ବ୍ୟବସ୍ଥାରେ ଅଣାଗଲା ସଂସ୍କା । ଇପିଏଫ୍ଓ ପକ୍ଷରୁ ଦେଶବ୍ୟାପୀ କେନ୍ଦ୍ରୀଭୂତ ପେନ୍ସନ୍ ପ୍ରଦାନ ବ୍ୟବସ୍ଥା ଲାଗୁ ।
/kanak/media/media_files/2025/01/04/RLd1SuYDRytJLNLph9vF.jpg)