ପିଲାଙ୍କୁ ଗଣିତ ପଢ଼ାଉଥିଲା ଏପଷ୍ଟିନ୍ : କେମିତି ବଡ଼ବଡ଼ୁଆଙ୍କର ହେଲା ଘନିଷ୍ଠ ? ଗୋଟିଏ ସାକ୍ଷାତ ଶିକ୍ଷକକୁ କରିଥିଲା ସଇତାନ !

Advertisment

ଭାଇରାଲ୍ ହେଉଥିବା ସମ୍ବେଦନଶୀଳ ଦୃଶ୍ୟ ଦେଖିଲେ ଲୋମ ଟାଙ୍କୁରି ଉଠୁଛି । ଗୋଟିଏ ଫାଇଲ୍ ଅନେକ ବଡ଼ବଡ଼ୁଆଙ୍କ ଅସଲ ମୁଖାକୁ ପଦାକୁ ଆଣିଛି କହିଲେ କିଛି ଭୁଲ୍ ହେବନି । ଏହି ଫାଇଲ୍ ନା କେବଳ ଏପଷ୍ଟିନ୍ ଅପରାଧର ଭୟାବହ ଦୃଶ୍ୟ ଦେଖାଉଛି ବରଂ ଏ ବିଷୟ ଉପରେ ମଧ୍ୟ ଆଲୋକପାତ କରୁଛି ଯେ କେମିତି ଜଣେ ଗଣିତ ଶିକ୍ଷକ ପାଠ ପଢ଼ାଉ ପଢ଼ାଉ ବାହୁବଳ,ଶକ୍ତିବଳ ଏବଂ ଅର୍ଥବଳର ଗଳିରେ ପାଦ ରଖିଲେ ?

ଭାଇରାଲ୍ ହେଉଥିବା ସମ୍ବେଦନଶୀଳ ଦୃଶ୍ୟ ଦେଖିଲେ ଲୋମ ଟାଙ୍କୁରି ଉଠୁଛି । ଗୋଟିଏ ଫାଇଲ୍ ଅନେକ ବଡ଼ବଡ଼ୁଆଙ୍କ ଅସଲ ମୁଖାକୁ ପଦାକୁ ଆଣିଛି କହିଲେ କିଛି ଭୁଲ୍ ହେବନି । ଏହି ଫାଇଲ୍ ନା କେବଳ ଏପଷ୍ଟିନ୍ ଅପରାଧର ଭୟାବହ ଦୃଶ୍ୟ ଦେଖାଉଛି ବରଂ ଏ ବିଷୟ ଉପରେ ମଧ୍ୟ ଆଲୋକପାତ କରୁଛି ଯେ କେମିତି ଜଣେ ଗଣିତ ଶିକ୍ଷକ ପାଠ ପଢ଼ାଉ ପଢ଼ାଉ ବାହୁବଳ,ଶକ୍ତିବଳ ଏବଂ ଅର୍ଥବଳର ଗଳିରେ ପାଦ ରଖିଲେ ?

epstine

epstine Photograph: (KanakNews)

କନକ ବ୍ୟୁରୋ : ବର୍ତ୍ତମାନ ସମୟରେ ସୋସିଆଲ୍ ମିଡିଆଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ଏବଂ ଜାତୀୟ ଗଣମାଧ୍ୟମର ଟ୍ରେଣ୍ଡିଂ ଲିଷ୍ଟରେ ଆଗରେ ରହିଛି ଏପଷ୍ଟିନ୍ ଫାଇଲ୍ । ଆମେରିକାରୁ ନେଇ ସାରା ଦୁନିଆରେ ଏହି ଫାଇଲକୁ ନେଇ ଭାରି ଚର୍ଚ୍ଚା । ଭାଇରାଲ୍ ହେଉଥିବା ସମ୍ବେଦନଶୀଳ ଦୃଶ୍ୟ ଦେଖିଲେ ଲୋମ ଟାଙ୍କୁରି ଉଠୁଛି । ଗୋଟିଏ ଫାଇଲ୍ ଅନେକ ବଡ଼ବଡ଼ୁଆଙ୍କ ଅସଲ ମୁଖାକୁ ପଦାକୁ ଆଣିଛି କହିଲେ କିଛି ଭୁଲ୍ ହେବନି । ଏହି ଫାଇଲ୍ ନା କେବଳ ଏପଷ୍ଟିନ୍ ଅପରାଧର ଭୟାବହ ଦୃଶ୍ୟ ଦେଖାଉଛି ବରଂ ଏ ବିଷୟ ଉପରେ ମଧ୍ୟ ଆଲୋକପାତ କରୁଛି ଯେ କେମିତି ଜଣେ ଗଣିତ ଶିକ୍ଷକ ପାଠ ପଢ଼ାଉ ପଢ଼ାଉ ବାହୁବଳ,ଶକ୍ତିବଳ ଏବଂ ଅର୍ଥବଳର ଗଳିରେ ପାଦ ରଖିଲେ ? କିଏ ଥିଲା ଏ ଏପଷ୍ଟିନ୍ ଯିଏ ପ୍ରତିଟି ସମ୍ଭ୍ରାନ୍ତ ଏବଂ ବଡ଼ ବଡ଼ ନେତାଙ୍କ ପାଖଲୋକ ସାଜି ଅପରାଧର ଡେଣା ମେଲାଇ ଥିଲା ? ଚାଲନ୍ତୁ ଏହି କୁଖ୍ୟାତ ଯୌନ ଅପରାଧୀ ବିଷୟରେ ବିସ୍ତାର ରୂପରେ ଜାଣିବା । 

ଆଗକୁ ପଢ଼ନ୍ତୁ : ଶେହବାଜଙ୍କୁ ଔକାତ ଦେଖାଇଲେ ଟ୍ରମ୍ପ୍ : କହିଲେ କାଶ୍ମୀର ତୁମ ବାପାର ନୁହେଁ

ବର୍ତ୍ତମାନ ଯେଉଁ ନାଁର ଫାଇଲ୍ ହଇଚଇ ସୃଷ୍ଟି କରିଛି ସେ ଜେଫ୍ରି ଏପଷ୍ଟିନର କାହାଣୀ ଆରମ୍ଭ ହୁଏ ଗୋଟିଏ ସାଧାରଣ ସ୍କୁଲରୁ । ୧୯୭୦ ଦଶକ ମଧ୍ୟରେ ନ୍ୟୁୟର୍କ ସ୍ଥିତ ଡାଲ୍ଟନ ସ୍କୁଲରେ ପିଲାଙ୍କୁ ଗଣିତ ଏବଂ ଫିଜିକ୍ସ ପଢ଼ାଉଥିଲା ଜେଫ୍ରି ଏପଷ୍ଟିନ୍ । ଡିଗ୍ରି ପୂରା ନ କରିଥିଲେ ମଧ୍ୟ ସ୍କୁଲ ତାକୁ ଶିକ୍ଷକ ରୂପରେ ନିଯୁକ୍ତି ଦେଇଥିଲା । ତୀକ୍ଷ୍ଣ ବୁଦ୍ଧି ଏବଂ ଦକ୍ଷତାପୂର୍ଣ୍ଣ ମଣିଷ ହୋଇଥିବାରୁ ସମସ୍ତେ ଏପଷ୍ଟିନକୁ ସମ୍ମାନ ଜଣାଉଥିଲେ ଯାହାର ସେ ଭରପୂର ଫାଇଦା ଉଠାଇଲା । ସ୍କୁଲର ଜଣେ ଛାତ୍ରଙ୍କ ବାପା ଏପଷ୍ଟିନର ବ୍ୟକ୍ତିତ୍ବକୁ ଦେଖି ଏତେ ପ୍ରଭାବିତ ହୋଇଥିଲେ ଯେ ତାଙ୍କୁ ନେଇ ଇନଭେଷ୍ଟମେଣ୍ଟ୍ ବ୍ୟାଙ୍କ୍ ବେୟର୍ ଷ୍ଟର୍ଣ୍ଣସ ସିନିୟର୍ ପାଟନରଙ୍କ ସହିତ ସାକ୍ଷାତ କରାଇଥିଲେ । ଏହି ଗୋଟିଏ ଦେଖା ଏପଷ୍ଟିନର ଜୀବନର ମୋଡ଼କୁ ବଦଳାଇ ଦେଇଥିଲା । ଏହାପରେ ବେୟର୍ ଷ୍ଟର୍ଣ୍ଣସରେ ଏପଷ୍ଟିନକୁ କାମ କରିବାର ମଉକା ମିଳିଲା ଏବଂ ମାତ୍ର ୪ ବର୍ଷରେ ବ୍ୟାଙ୍କର ପାର୍ଟନର ହେବାର ସୁଯୋଗ ମଧ୍ୟ ମିଳିଲା । ୧୯୮୨ ରେ ସେ ନିଜର ଇନଭେଷ୍ଟମେଣ୍ଟ୍ ଫର୍ମ ଆରମ୍ଭ କଲା । କମ୍ ସମୟରେ କମ୍ପାନି ସଫଳତାର ଶୀର୍ଷକୁ ଗଲା । ତେବେ ଏପଷ୍ଟିନ୍ କେବେ ସାର୍ବଜନୀନ ଭାବରେ କହିନାହାନ୍ତି ଯେ ତାଙ୍କ ଗ୍ରାହକ କିଏ ଥିଲେ । କିନ୍ତୁ ଅନୁମାନ ଲଗାଯାଉଛି ଯେ ତାଙ୍କ ସହ ଦୁନିଆର ବଡ଼ ବଡ଼ ପଦପଦବୀରେ ଥିବା ଲୋକ ସାମିଲ ଥିଲେ । କଳାଟଙ୍କାର ବାସ୍ନା ଏପଷ୍ଟିନର ଲାଇଫ୍ ଷ୍ଟାଇଲକୁ ପୂରାପୂରି ପରିବର୍ତ୍ତନ କରିଦେଇଥିଲା । ଫ୍ଲୋରିଡାରେ ବଙ୍ଗଳା,ନ୍ୟୁ ମେକ୍ସିକୋରେ ବିଶାଳ ଗେଷ୍ଟ ହାଉସ୍ ଏବଂ ଆମେରିକାରେ ବିଶାଳ ବଙ୍ଗଳା ସବୁ ଏପଷ୍ଟିନର ସମ୍ପତ୍ତିରେ ସାମିଲ ହେଲା । ଅର୍ଥବଳ ମଜଭୁତ ହେବା ପରେ ରାଜନୀତି , ବ୍ୟବସାୟ , ହଲିଉଡ୍ ଏବଂ ଅନ୍ତରାଷ୍ଟ୍ରୀୟ ସମାଜରେ ଏପଷ୍ଟିନର ନାଁ ଚର୍ଚ୍ଚାକୁ ଆସିଲା । ଏକ ସାକ୍ଷାତକାରରୁ ମିଳିଥିବା ସୂଚନା ଅନୁସାରେ ଜଣେ ରାଜନେତାଙ୍କ ଘରର ପରିଚାରିକାଙ୍କୁ ଦୁବ୍ୟବହାର କରିବା କେସରେ ଏପଷ୍ଟିନକୁ ଘରୁ ବାହାରକୁ ଫୋପାଡ଼ି ଦିଆଯାଇଥିଲା । କେବଳ ଏତିକି ନୁହେଁ ଏପଷ୍ଟିନ୍ କମ୍ ବୟସ୍କ ଯୁବତୀଙ୍କୁ ପସନ୍ଦ କରୁଥିଲା ବୋଲି ମଧ୍ୟ ଏହି ଇଣ୍ଟରଭ୍ୟୁରୁ ଶୁଣିବାକୁ ମିଳିଥିଲା । 

ଏପଷ୍ଟିନ୍ ବିବାହ କରିନଥିଲା , ତାଙ୍କୁ ଜାଣିଥିବା ଲୋକମାନେ କୁହନ୍ତି ଯେ ସେ ଏମିତି ଜଣେ ବ୍ୟକ୍ତିତ୍ବ ଥିଲା ଯାହାକୁ ବୁଝିବା ଭାରି ମୁସ୍କିଲ୍ । ୨୦୦୫ ରେ ଯେତେବେଳେ ଫ୍ଲୋରିଡାରେ ଜଣେ ୧୪ ବର୍ଷିୟ ଝିଅର ବାପା , ମା’ ଯୌନ ଶୋଷଣର ମାମଲା ଆଣିଲେ ସେତେବେଳେ ଏପଷ୍ଟିନର କଳା କାରନାମା ସାମ୍ନାକୁ ଆସିଲା । ୨୦୦୮ ରେ ଏପଷ୍ଟିନ୍ ଏକ ବିବାଦୀୟ ଅଭିଯୋଗରେ ଫସି ମଧ୍ୟ ଆଜୀବନ କାରାଦଣ୍ଡରୁ ବଞ୍ଚିଯାଇଥିଲା । ୧୮ ମାସର ଜେଲ୍ ଦଣ୍ଡ ଭିତରେ ୧୨ ଘଣ୍ଟା ଅଫିସ୍ ଯାଉଥିଲା ଏପଷ୍ଟିନ୍ । ଏହାକୁ ସେତେବେଳେ ମିଡିଆରେ ‘ଡିଲ୍ ଅଫ୍ ଦ ସେଞ୍ଚୁରୀ’ର ନାଁ ଦିଆଯାଇଥିଲା । ୨୦୧୯ ରେ ନାବାଳିକାଙ୍କ ସହ ସେକ୍ସ ଟ୍ରାଫିକିଂର ନେଟୱର୍କ ଚଲାଇବା ଅଭିଯୋଗରେ ସେ ଜେଲରେ କିଛି ସମୟ ରହିବା ପରେ ଅଗଷ୍ଟରେ ତାର ମୃତ୍ୟୁ ହୋଇଯାଇଥିଲା । ଅଫିସିଆଲି ଏହାକୁ ଆତ୍ମହତ୍ୟା କୁହାଗଲେ ମଧ୍ୟ ସୁରକ୍ଷା ଉପରେ ବଡ଼ ପ୍ରଶ୍ନ ଉଠିଲା । ଏପଷ୍ଟିନ୍ ମୃତ୍ୟୁ ପରେ ତା’ର ପୂର୍ବ ସାଥୀ ଘିସଲୋନ୍ ମ୍ୟାକ୍ସବେଲ୍ ଉପରେ ଅଦାଲତର ଖଣ୍ଡା ଝୁଲିଲା ଏବଂ ୨୦ ବର୍ଷର ସଜା ଶୁଣାଗଲା । ଘଟଣାଟି କିଛି ସମୟ ପାଇଁ ଦବି ଯାଇଥିଲେ ମଧ୍ୟ ୨୦୨୫ ରେ ଏପଷ୍ଟିନ୍ ଫାଇଲ୍ ସମ୍ପୂର୍ଣ୍ଣ ମାମଲାକୁ ପୁଣିଥରେ ଉଜାଗର କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe