ରୋଜଗାର ଠାରୁ ପରିଚୟ, ସବୁ ଦେଇଛି ଲାଖ ଚୁଡ଼ି, ହସ୍ତକଳାକୁ ନେଇ ସ୍ୱାବଲମ୍ବୀ ହେଉଛନ୍ତି ମହିଳା

ଓଡିଶାରେ ବାଲେଶ୍ଵର ଏବଂ ମୟୂରଭଞ୍ଜ ଜିଲ୍ଲାରେଏହି ପାରମ୍ପାରିକ ଚୁଡ଼ି ତିଆରି ହୁଏ । ଭଲ ବ୍ୟବସାୟ ଆଶାରେ ସୁଭଦ୍ରା ଶକ୍ତି ମେଳାକୁ ଆସିଛନ୍ତି ବୀଣାପାଣି ଲାଖ ଅଳଙ୍କାର ଉତ୍ପାଦକ ସ୍ବୟଂ ସହାୟକ ଗୋଷ୍ଠୀ, ମୟୂରଭଞ୍ଜର ଏହି ମହିଳା ମାନେ । ତେବେ ଏହି ଚୁଡ଼ିର ଦାମ୍ ୫୦ ଟଙ୍କାରୁ ୩ଶହ ଟଙ୍କା ପର୍ଯ୍ୟନ୍ତ ରହିଛି । 

MAYURBHANJ

କନକ ବ୍ୟୁରୋ : ଓଡ଼ିଶାର ପୁରାତନ ହସ୍ତକଳା ହେଉଛି ଲାଖ ଚୁଡ଼ି । କୁହାଯାଏ ଲାଖ ଚୁଡ଼ି ପିନ୍ଧିଲେ ଶୁଭ ହୁଏ । ତେବେ ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରାକୃତିକ ଲାଖ ରେଜିନକୁ ତାପ ଦେଇ ନରମ କରି ଚୂଡ଼ି ଆକାର ଦିଆଯାଏ । ସେଥିରେ ବିଭିନ୍ନ ରଙ୍ଗ,ମୋତି, କାଚ ଓ ଅଳଙ୍କାର ଭଳି ପଦାର୍ଥ ଯୋଡ଼ି ଆକର୍ଷଣୀୟ ରୂପ ଦିଆଯାଏ । ଏହାର ଚକଚକିଆ ରୂପ ଓ ମନୋହର ଡିଜାଇନ୍ ନାରୀ ହାତକୁ ବେଶ୍ ଆକର୍ଷଣୀୟ କରେ । ଭୁବନେଶ୍ୱର ୟୁନିଟ୍ ୩ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ସୁଭଦ୍ରା ଶକ୍ତି ମେଳାରେ ଆକର୍ଷଣର ଅନ୍ୟତମ କେନ୍ଦ୍ରବିନ୍ଦୁ ପାଲଟିଛି ଏହି ଲାଖ ଚୁଡ଼ି । 

ଯାଜପୁର ଜିଲ୍ଲାରେ ଅସୁସ୍ଥ ସ୍ବାସ୍ଥ୍ୟସେବା ; ମୁଖ୍ୟ ଚିକିତ୍ସାଳୟରେ ଫାଙ୍କା ପଡ଼ିଛି ୮୩ ଡାକ୍ତର ପଦବୀ

ଓଡିଶାରେ ବାଲେଶ୍ଵର ଏବଂ ମୟୂରଭଞ୍ଜ ଜିଲ୍ଲାରେଏହି ପାରମ୍ପାରିକ ଚୁଡ଼ି ତିଆରି ହୁଏ । ଭଲ ବ୍ୟବସାୟ ଆଶାରେ ସୁଭଦ୍ରା ଶକ୍ତି ମେଳାକୁ ଆସିଛନ୍ତି ବୀଣାପାଣି ଲାଖ ଅଳଙ୍କାର ଉତ୍ପାଦକ ସ୍ବୟଂ ସହାୟକ ଗୋଷ୍ଠୀ, ମୟୂରଭଞ୍ଜର ଏହି ମହିଳା ମାନେ । ତେବେ ଏହି ଚୁଡ଼ିର ଦାମ୍ ୫୦ ଟଙ୍କାରୁ ୩ଶହ ଟଙ୍କା ପର୍ଯ୍ୟନ୍ତ ରହିଛି । 

ବିଶ୍ବ ବିଜୟିନୀଙ୍କୁ ଟାଟାର ବଡ଼ ଉପହାର; ପ୍ରତି ଖେଳାଳିଙ୍କୁ ମିଳିବ ସ୍ବତନ୍ତ୍ର SUV କାର୍

ଲାଖ ଚୁଡ଼ିର ଚାହିଦା ଓଡ଼ିଶା ବାହାରେ ଢେର୍ ବଢୁଥିବା ବେଳେ ଆଗାମୀ ଦିନରେ ଏହି ବ୍ୟବସାୟରୁ ସେମାନେ ଅଧିକ ଅର୍ଥ ଉପାର୍ଜନ କରିବେ ବୋଲି ବିଶ୍ୱାସ ରଖିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe