ये इश्क़ नहीं आसाँ इतना ही समझ लीजे
इक आग का दरिया है और डूब के जाना है ..
ଉର୍ଦ୍ଦୁ ଭାଷାରୁ ଆସିଥିବା ଏହି ଇସ୍କ୍ ଶବ୍ଦଟି ହିନ୍ଦୀରେ ପ୍ୟାର୍ , ମୋହବତର କାହାଣୀ ବୁଣେ । ଯାହାକୁ ଆମ ଓଡ଼ିଆ ଭାଷାରେ ପ୍ରେମ କୁହାଯାଏ । ସମର୍ପଣର ସିନ୍ଦୁର ,ତ୍ୟାଗର ଶଙ୍ଖା , ଯତ୍ନର ମଙ୍ଗଳସୂତ୍ର ପିନ୍ଧିଥିବା ଜଣେ ନିସ୍ବାର୍ଥପର ନାରୀ ଏବଂ ଅହଙ୍କାରର ‘ଅ’ ଜାଣିନଥିବା ଜଣେ ପୁରୁଷର ନାଁ ପ୍ରେମ । ପ୍ରେମ ପିଲାଳିଆମୀର ପ୍ରବନ୍ଧ ନୁହଁ ପରିପକ୍ବତାର ପୋଥି । ସୂକ୍ଷ୍ମ ସୂତାରୁ ଆରମ୍ଭ ଏହି ନିର୍ଭେଜାଲ୍ ଅନୁଭବ କେତେବେଳେ କୂପ ଦଉଡ଼ି ସାଜେ ତାହା ଜାଣିବା ଅତି କାଠିକର ପାଠ ।
/kanak/media/media_files/2025/02/13/aq5iRLxVBwJeZXO91d53.jpg)
ପ୍ରେମ .. ଯେଉଁ ଅନୁଭବ ଆଗରେ ନତମସ୍ତକ ହୁଏ ଆକର୍ଷଣ , ବାସନା , ଜିଦଖୋରପଣ, ଗର୍ବ , ଅହଙ୍କାର । ଈଶ୍ବର ପ୍ରେମର କଳସୀ ସେହି ଆତ୍ମା ଉପରେ ଢାଳନ୍ତି ଯିଏ ପ୍ରେମକୁ ସମ୍ମାନ ଦେଇ ଜାଣେ । ସନାତନ ଧର୍ମରେ ଅତି ଉଚ୍ଚକୋଟିର ଆସନରେ ଅଭିଷିକ୍ତ ପ୍ରେମ । ଯେଉଁଠି ଆଦିଶକ୍ତିଙ୍କ ବିନା ସ୍ବୟଂ ଦେବାଧିଦେବ ମହାଦେବ ଶିବ ଶବ ସଦୃଶ । ଶ୍ରୀରାଧାଙ୍କ ବିନା ଶ୍ରୀକୃଷ୍ଣ ଅଧା , ମାତା ଜାନକୀଙ୍କ ବିନା ଶ୍ରୀରଘୁବୀରଙ୍କ ଅସ୍ତିତ୍ବ ଗୌଣ ସେହି ସଂସ୍କୃତିରେ ପ୍ରେମ କେତେ ବିଶାଳ ସାମ୍ରାଜ୍ୟର ସମ୍ରାଟ ଅନୁମାନ କରନ୍ତୁ ।
/kanak/media/media_files/2025/02/13/NTQKUf4hOMjaVnjiKycd.jpg)
/kanak/media/media_files/2025/02/13/7UkTUIJohtqHO4zh3wCO.jpg)
ଆମେ ପ୍ରେମ ଶବ୍ଦ କହିଲେ ଆପଣ ଆଧୁନିକ ସମୟର ବୟଫ୍ରେଣ୍ଡ୍ , ଗର୍ଲଫ୍ରେଣ୍ଡ୍ ଥିଓରୀକୁ ନଭାବିବାକୁ ଅନୁରୋଧ । ଯେଉଁଠି ପ୍ରେମ କେବଳ ଶବ୍ଦରେ ସୀମିତ , ବାହାରକୁ ଅନାବିଳ ଦେଖାଯାଉଥିଲେ ବି ଭିତରେ ଫମ୍ପାମାଠିଆ । ନା ସମ୍ମାନ ଅଛି ନା ସ୍ନେହ , ଅଛି ତ କେବଳ ଯେଣତେଣ କରି ଅକ୍ତିଆର କରିବାର ତୁଚ୍ଛ ଆବେଗ । ବର୍ତ୍ତମାନ ପ୍ରେମକୁ ବାକ୍ୟରେ ସୀମିତ କରି ରଖାଯାଉଛି ଯାହା ପ୍ରକୃତରେ ଅବାକ୍ୟ । ଯାହାର ନା ଆଦି ଅଛି ନା ଅନ୍ତ ।
/kanak/media/media_files/2025/02/13/F8OMkFwS3y3b8BSLuNa0.jpg)
ଆଧ୍ୟାତ୍ମିକ ମାର୍ଗକୁ ଅବଲୋକନ କଲେ ପ୍ରେମକୁ ଅତି ଗଭୀରତାର ପରାକାଷ୍ଠାରେ ତଉଲା ଯାଇଛି । ସାଧାରଣ ମଣିଷ ଯାହାକୁ ସୋଲମେଟ୍ , ଟ୍ବିନଫ୍ଲେମ୍ , ଟେଲିପାଥୀର କନସେପ୍ଟ ବୋଲି କୁହନ୍ତି । ଆଧ୍ୟାତ୍ମିକ ଦିଗରେ ଏହାର ଗହ୍ବର ହିଁ କିଛି ଭିନ୍ନ । ଯେଉଁଠି ଦୁଇଟି ଶରୀରକୁ ଗୋଟିଏ ଆତ୍ମାର ପରିଚୟ ମିଳିଛି । ଅନୁପସ୍ଥିତିରେ ବି ପ୍ରାଣପ୍ରିୟର ଉପସ୍ଥିତିକୁ ଅନୁଭବ କରାଯାଇଛି । ପ୍ରେମରେ ଯେଉଁଠି ଜୋରଜବରଦସ୍ତ , ମସ୍ତିଷ୍କ ଖେଳ , ଠକିବାକୁ ମହାପାପରେ ଶ୍ରେଣୀଭୁକ୍ତ କରାଯାଇଛି ।
/kanak/media/media_files/2025/02/13/8VGJoadJedDv4vEVvNX9.jpg)
ଆଜିକାଲି ଏ ସବୁ ବିଷୟ ସାଧାରଣ ହୋଇଗଲାଣି ତେଣୁ କିଛି ହୃଦୟବାନ ଲୋକଙ୍କ ପ୍ରେମ ଉପରୁ ଭରସା ହିଁ ତୁଟିଯାଉଛି । କିନ୍ତୁ ଏ କ’ଣ ସତରେ ପ୍ରେମ ନା ପ୍ରେମରୂପୀ ଛଳନା ଏହି ବିଷୟ ଉପରେ ଥରେ ଚିନ୍ତା କରିବାକୁ ପଡ଼ିବ । ମନର ମଣିଷକୁ ପାଇବା ପାଇଁ ପିଲାରୁ ଗଢିଥିବା ବାପା,ମା’ଙ୍କୁ ହେୟଜ୍ଞାନ କରିବା ଏ କ’ଣ ପ୍ରେମ ନା କ୍ଷଣିକ ସୁଖକୁ ପାଇବା ପାଇଁ ପ୍ରେମରୂପୀ ମରିଚିକା ?
/kanak/media/media_files/2025/02/13/rrFntMVpcT9Aqy8BhU1s.jpg)
ଏହାକୁ ନେଇ ବିତର୍କ ବି ଉଠିପାରେ ; ଲୋକ ପଚାରିବେ ବାପା,ମା’ଙ୍କ ଯଦି ଭୟ ଥିଲା ଭଲ ପାଉଥିଲ କାହିଁକି ? ଉତ୍ତରଟି କିଛି ଏମିତି ବି ହୋଇପାରେ , ଚଞ୍ଚଳ ମନ କାହାରି କାବୁରେ ନଥାଏ । ମନ ଦିଆନିଆ ସିନା ହୋଇଗଲା ହେଲେ ପରିବାର ପ୍ରତି ଭୟ ବି ରହୁଛି । କ’ଣ ଏହାକୁ ହିଁ ଆମେ ପ୍ରେମ କହିବା । ପ୍ରେମ ଯେଉଁଠି ରୁହେ ସେଠି ଭୟର ପ୍ରଶ୍ନ ହିଁ କେଉଁଠି ଉଠୁଛି ଆଜ୍ଞା ? କିଏ , କ’ଣ , କହିବ ଏ ଚକ୍ରବ୍ୟୁହ କେବଳ ଆମ ମସ୍ତିଷ୍କରେ ଥାଏ ।
/kanak/media/media_files/2025/02/13/EfPOL8jzW9lgDCFbvWO0.jpg)
ପ୍ରେମ ନିର୍ଭିକ ହେବା ଶିଖାଏ , ମନ ଜିଣିଥିବା ମଣିଷ ପାଇଁ ଲଢିବା ଶିଖାଏ କିନ୍ତୁ କାହାକୁ ପାଇବା ପାଇଁ ଆଉ କାହାର ମନ ଭାଙ୍ଗିବା ଶିଖାଏନି । ଆଉ ଏଥିପାଇଁ ଆବଶ୍ୟକ ଧର୍ଯ୍ୟ , ପ୍ରତୀକ୍ଷା , ପରୀକ୍ଷା , ନିରହଙ୍କାରର ଶସ୍ତ୍ର । ତେଣୁ ପ୍ରେମ କରିବାକୁ ଆଦୌ ଡ଼ରନ୍ତୁ ନାହିଁ , କିନ୍ତୁ ପ୍ରେମ ନାଁରେ ଯଦି ଛଳନା କରୁଛନ୍ତି ତେବେ କର୍ମର ଫଳକୁ ଭୋଗିବା ପାଇଁ ସତସାହସ ଜୁଟାନ୍ତୁ । କାରଣ ଇତିହାସ ସାକ୍ଷୀ ଅଛି କାନ୍ଦେ ସିଏ ଯିଏ କନ୍ଦାଏ .. ଶେଷରେ ଏତିକି ହିଁ କହିବୁ .. ପ୍ରେମକୁ ହେୟଜ୍ଞାନ ନ କରି ସମ୍ମାନ ଜଣାନ୍ତୁ .. ପ୍ରେମ ଆପଣଙ୍କୁ ସମ୍ମାନ ଜଣାଇବ । ହାପି ଭାଲେଣ୍ଟାଇନ୍ ଡେ ..