କନକ ବ୍ୟୁରୋ : ନୂତନ ବର୍ଷକୁ ସବୁଠି ସ୍ୱାଗତ । ୨୦୨୫ କୁ ବିଦାୟ ଦେଇ ସାରା ବିଶ୍ୱବାସୀ ଆଜି ୨୦୨୬କୁ ସ୍ୱାଗତ କରିଛନ୍ତି । ନୂଆ ସକାଳକୁ ଅଧିକ ସ୍ମରଣୀୟ କରିବା ପାଇଁ କିଏ ପର୍ଯ୍ୟଟନସ୍ଥଳୀ ତ କିଏ ଦେବାଳୟରେ ପହଂଚିଛନ୍ତି । ବିଶ୍ବର ପ୍ରଥମ ଦେଶ ଭାବେ ବର୍ଷ ୨୦୨୬କୁ ସ୍ବାଗତ କରିଛି ନ୍ୟୁଜିଲାଣ୍ଡ। ଏପଟେ ଭାରତରେ ବି କରାଯାଇଛି ଭବ୍ୟ ସ୍ୱାଗତ । ଗାଁଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ନୂଆବର୍ଷକୁ ସ୍ୱାଗତ କରାଯାଇଛି ।
ମହାପ୍ରଭୁଙ୍କ ଦର୍ଶନ କରି ନୂଆବର୍ଷ ଆରମ୍ଭ ପାଇଁ ଶ୍ରୀକ୍ଷେତ୍ରରେ ହଜାର ହଜାର ଶ୍ରଦ୍ଧାଳୁ ଭିଡ଼ ଜମାଇଛନ୍ତି । ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ନିଆଯାଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ୬୦ ପ୍ଲାଟୁନ ଫୋର୍ସ, ୩ କମାଣ୍ଡାଣ୍ଟ ରାଙ୍କ୍ ଅଧିକାରୀ, ୧୩ ଅତିରିକ୍ତ ଏସପି, ୪୩ ଡିଏସପି ବା ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ରାଙ୍କ ଅଧିକାରୀଙ୍କ ସମେତ ମୁତୟନ ରହିବେ ୮୭ ଇନ୍ସପେକ୍ଟର। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୨୦ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କୁ ଦାୟିତ୍ବ ଦିଆଯାଇଛି। ଟ୍ରାଫିକ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି। ସେପଟେ ଜିରୋ ନାଇଟ ସେଲିବ୍ରେସନ ପାଇଁ ବେଳାଭୂମିଠୁ ଆରମ୍ଭ କରି ହୋଟେଲ ଗୁଡ଼ିକରେ ସୁରକ୍ଷା କଡ଼ାକଡ଼ି କରାଯାଇଛି।
ନୂଆବର୍ଷ ପାଇଁ ଫୁଲର ମେଲିଛି ଫୁଲର ପସରା। ଭଳି ଭଳି ଫୁଲ ଆଣି ଭଲ ବ୍ୟବସାୟ ଆଶା କରିଥିଲେ। ହେଲେ, ସରକାରୀ କାର୍ଯ୍ୟାଳୟରେ ଇଂରାଜୀ ନୂଆବର୍ଷ ପାଳନ ଉପରେ କଟକଣା ପରେ ଚିନ୍ତାରେ ଫୁଲ ବ୍ୟବସାୟୀ। ଟ୍ବିନ୍ ସିଟିରେ ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ଜିରୋନାଇଟ୍ ସେଲିବ୍ରେସନ ଉପରେ ଜୋର ଦେଇଛି କମିସନରେଟ ପୁଲିସ। ଟ୍ବିନସିଟିରେ ନୂଆବର୍ଷ ପାଳନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ସୁନିଶ୍ଚିତ କରିବାକୁ କଟକ-ଭୁବନେଶ୍ୱରରେ ୧୮ ପ୍ଲାଟୁନ ଫୋର୍ସ, ୨୯ ଯାଗାରେ ୱାଚ ଟିମ ସହ ସହରର ବିଭିନ୍ନ ସ୍ଥାନରେ ନାକା ଲାଗିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/31/new-year-2025-12-31-23-50-05.jpg)