କନକ ବ୍ୟୁରୋ : ବଦଳୁଛି ସମୟ,ବଦଳୁଛି ସମାଜ,ବଦଳୁଛି କାମ କରିବାର ତରିକା । ବିଜ୍ଞାନ ଯେତେ ଆଗଉଛି ଆଜିର ମଣିଷ ମଧ୍ୟ ବିଜ୍ଞାନ ସହ ଖାପ୍ ଖୁଆଇ ନିଜକୁ ଆଗକୁ ନେଉଛି । ବର୍ତ୍ତମାନ ଗାଁ ଠୁ ସହର ସବୁଠି ଡ୍ରୋନର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଖାଦ୍ୟଠୁ ନେଇ ଯୁଦ୍ଧ ପର୍ଯ୍ୟନ୍ତ ସବୁଠି କାମରେ ଆସୁଛି ଡ୍ରୋନ୍ । ବିଶେଷକରି ଡେଲିଭରୀ କ୍ଷେତ୍ରରେ ଡ୍ରୋନ୍ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ।
ଡ୍ରୋନ୍ ଡେଲିଭରୀ...କିଛି ବର୍ଷ ପୂର୍ବରୁ ଏହା ଶୁଣିବାକୁ ସ୍ୱପ୍ନ ପରିଲାଗୁଥିଲ । କିନ୍ତୁ ବର୍ତ୍ତମାନ ତାହା ବାସ୍ତବରେ ପରିଣତ ହୋଇଛି । ଡ୍ରୋନର ବ୍ୟବହାର ସାରା ବିଶ୍ୱରେ ବିଭିନ୍ନ ବିଭାଗରେ କାମରେ ଲାଗୁଛି । ବର୍ତ୍ତମାନ ଖାଦ୍ୟ ଡେଲିଭର ିଠୁ ନେଇ ଚିଠି ଡେଲିଭରୀ ପର୍ଯ୍ୟନ୍ତ ଡ୍ରୋନ ଦ୍ୱାରା କରାଯାଉଛି । ଆଜି ବି ଏପରି ଅନେକ ସ୍ଥାନ ଅଛି ଯେଉଁଠି ରାସ୍ଥାର ସମସ୍ୟା ଓ ସହରମାନଙ୍କରେ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳୁଛି , ଏହିପରି ସମସ୍ୟା ମଧ୍ୟରେ ଡ୍ରୋନ୍ ଡେଲିଭରି ଏକ ପ୍ରକାର କ୍ରାନ୍ତି ଆଣିଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଦିଲ୍ଲୀ ଗୁରୁଗ୍ରାମର କିଛି ସ୍ଥାନରେ ଡ୍ରୋନ୍ ଦ୍ୱାରା ଫୁଡ୍ ଡେଲିଭରୀ କରାଯାଉଛି । ଅନ୍ୟପଟେ ଡିପାର୍ଟମେଣ୍ଟ ଅଫ୍ ପୋଷ୍ଟ ବିଛିନ୍ନାଞ୍ଚଳ ଗୁଡିକୁ ଡ୍ରୋନ୍ ମାଧ୍ୟମରେ ଚିଠି ପଠାଇବା ଆରମ୍ଭ କରିଦେଲେଣି ।
ଗତ ମାସରେ ଡିପାର୍ଟମେଣ୍ଟ ଅଫ୍ ପୋଷ୍ଟ ଏକ ସୂଚନା ଦେଇଛନ୍ତି କି ଅରୁଣାଚଳପ୍ରଦେଶରେ ଦୁଇଟି ପୋଷ୍ଟ ଅଫିସ୍ ମଧ୍ୟରେ ଡ୍ରୋନ୍ ସର୍ଭିସକୁ ଟେଷ୍ଟ କରାଯାଇଥିଲା । ଏଥିପାଇଁ ଡିପାର୍ଟମେଣ୍ଟ ଅଫ୍ ପୋଷ୍ଟ ଝକଣଋ ଇସକ୍ସ ମୋବିଲିଟି ପ୍ରାଇଭେଟ ଲିମିଟେଡ୍ ଦ୍ୱାରା ପାର୍ଟନରସିପ୍ କରିଛନ୍ତି ।
ଏଠି ପ୍ରଶ୍ନ ଉଠେ ଡ୍ରୋନ୍ କ’ଣ ଡେଲିଭରି କ୍ଷେତ୍ରରେ କ୍ରାନ୍ତି ଆଣିପାରିବ ? ଆଜ୍ଞା ହଁ...ଏହା କେବଳ ଖାଦ୍ୟ କି ଚିଠି ନୁହେଁ ବରଂ ବିଭିନ୍ନ ଜରୁରୀ ବସ୍ତୁ ମଧ୍ୟ ବହୁତ ଶିଘ୍ର ଡେଲିଭରୀ କରିପାରେ । ବିଶେଷକରି ହେଲଥ୍ କେୟାର ସେକ୍ଟରରେ କ୍ରାନ୍ତି ଆଣିପାରିବ ଡ୍ରୋନ୍ । ବହୁତ ଶିଘ୍ର ଚିକିତ୍ସା ଉପକରଣ ପହଞ୍ଚାଇ ଜୀବନ ବଞ୍ଚାଇ ପାରିବ ।
ଡ୍ରୋନ୍ ଡେଲିଭରୀ ପାଇଁ ଝକଣଋ ଇସକ୍ସ କମ୍ପାନି ହାଇଟେକ ଅଟୋମେଟେଡ୍ ସିଷ୍ଟମ ଓ ମ୍ୟାପିଙ୍ଗ୍ ଟେକ୍ନୋଲୋଜି, ଅନମେଣ୍ଡ ଟ୍ରାଫିକ୍ ମ୍ୟାନେଜମେଣ୍ଟ ବ୍ୟବହାର କରିଥାଏ । ଜିପିଏସ ଓ ଏଆଇକୁ ବ୍ୟବହାର କରି ପୂର୍ବନିର୍ଦ୍ଧାରିତ ରୁଟରେ ଉଡିଥାଏ ଡ୍ରୋନ୍ । ଜିନିଷ ଲୋଡଠୁ ନେଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବା ପର୍ଯ୍ୟନ୍ତ ଏହାର କମାଣ୍ଡ ସାମିଲ ଥାଏ । ଦେଖିଲେ ଲାଗେ ସତେ ଯେମିତି ଡ୍ରୋନଟି ସ୍ୱୟଂଚାଳିତ । ତେବେ ଏହି ସୁବିଧା ଦ୍ୱାରା ବିଶେଷକରି ବିଛିନ୍ନାଞ୍ଚଳ ଲୋକମାନେ ନିଶ୍ଚୟ ଉପକୃତ ହେବେ ଏଥିରେ ଦ୍ୱିମତ ନାହିଁ । ଲୋକମାନେ ଖାଦ୍ୟଠୁ ନେଇ ଚିଠି ଓ ସ୍ୱାସ୍ଥ୍ୟ ଉପକରଣ ପର୍ଯ୍ୟନ୍ତ ସହଜରେ ପାଇପାରିବେ ।