କନକ ବ୍ୟୁରୋ : ଆଜିର ଦୈନନ୍ଦିନ ଜୀବନରେ ୟୁପିଆଇର ବ୍ୟବହାର ବଢିଛି । ୟୁପିଆଇ ଆସିବା ପରେ ଟଙ୍କା ନେଣଦେଣ ଆହୁରି ସହଜ ହୋଇଛି । ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଯେ,  ଦେଶରେ ଦିନକୁ କୋଟି କୋଟି ଲୋକ ୟୁପିଆଇ ଟ୍ରାନଜାକ୍ସନ କରୁଛନ୍ତି । ହଜାର ହଜାର କୋଟି ଟଙ୍କାର ଦେଣନେଣ ହେଉଛି । ଦିଲ୍ଲୀ-ମୁମ୍ବାଇ ଭଳି ବଡ ସହର ନୁହେଁ , ଛୋଟ ଛୋଟ ସହର ଓ ଗାଁରେ ୟୁପିଆଇର ବ୍ୟବହାର ବଢିଛି । ତେବେ ଆଉ ଦିନକ ପରେ ଅର୍ଥାତ ଫେବୃଆରୀ ପହିଲାରୁ ୟୁପିଆଇ ଟ୍ରାନଜାକ୍ସନରେ ବଡ ପରିବର୍ତ୍ତନ ହେବାକୁ ଯାଉଛି, ଯାହାର ସିଧା ପ୍ରଭାବ ବ୍ୟବହାରକାରୀଙ୍କ ଉପରେ ପଡିବ ।

Advertisment

ଶନିବାରରୁ ନୂଆ ନିୟମ
ନମାନିଲେ ୟୁପିଆଇ ଟ୍ରାଞ୍ଜାକ୍ସନ ବନ୍ଦ!

-ଟଙ୍କା ନେଣଦେଣ ଅନଲାଇନ ଆପ୍ ହେଉଛି ୟୁପିଆଇ
-ଟ୍ରାନଜାକ୍ସନ ଆଇଡି ବନାଇବା ପାଇଁ  @, $, &, #  ଭଳି ସ୍ବତନ୍ତ୍ର କ୍ୟାରେକ୍ଟର ବ୍ୟବହାର ହୋଇପାରିବ ନାହିଁ
-ଅର୍ଥାତ କାରବାର ପାଇଁ ସ୍ପେଶାଲ କ୍ୟାରେକ୍ଟର  ଆଇଡିକୁ ଗ୍ରହଣ କରିବନି ସେଂଟ୍ରାଲ ସିଷ୍ଟମ
-ଏଭଳି ହେଲେ ନେଣଦେଣ କାରବାର ଫେଲ୍ ହୋଇଯିବ
-ଏହାର ସିଧା ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡିବ
-ଟ୍ରାନଜାକ୍ସନ ଆଇଡି ଖୋଲିଲାବେଳେ ସ୍ବତନ୍ତ୍ର କ୍ୟାରେକ୍ଟର ବ୍ୟବହାର କରନ୍ତୁ ନାହିଁ
-ଆଇଡି ଖୋଲିବାକୁ ହେଲେ କେବଳ ଆଲଫାନ୍ୟୁମେରିକ କ୍ୟାରେକ୍ଟର ବ୍ୟବହାର କରନ୍ତୁ 
-କେବଳ ଅକ୍ଷର ଓ ଅଙ୍କ ବ୍ୟବହାର କରନ୍ତୁ
-@, $, &, #  ଭଳି ସ୍ବତନ୍ତ୍ର କ୍ୟାରେକ୍ଟର ବ୍ୟବହାର କରନ୍ତୁ ନାହିଁ