ନିଶାସକ୍ତଙ୍କୁ ନୂଆ ଜୀବନ ଦେଉଛି ‘ପରିବର୍ତ୍ତନ’; ମଦରୁ ମୁକ୍ତ କରି ମୁଖ୍ୟସ୍ରୋତରେ କରୁଛି ସାମିଲ

Advertisment

ମୁଁ ବଡ଼ ହେବି ! ମୁଁ ମୋ ପରିବାରର ଯଶ ରଖିବି ! ଅନ୍ୟ ଗୁଣବାନ ମଣିଷଙ୍କ ଭଳି ଏ ସମାଜ ଆମକୁ ବି ସମାନ ଆଖିରେ ଦେଖିବ । ଏ ହେଉଛି ‘ପରିବର୍ତ୍ତନ’ ନାମକ କିଶୋର ନିଶାମୁକ୍ତି ପୁନର୍ବାସ କେନ୍ଦ୍ରରେ ରହୁଥିବା ନାବାଳିକଙ୍କ ମନ କଥା। କାହାଣୀ ନୁହେଁ ଏହା ବାସ୍ତବ ।

ମୁଁ ବଡ଼ ହେବି ! ମୁଁ ମୋ ପରିବାରର ଯଶ ରଖିବି ! ଅନ୍ୟ ଗୁଣବାନ ମଣିଷଙ୍କ ଭଳି ଏ ସମାଜ ଆମକୁ ବି ସମାନ ଆଖିରେ ଦେଖିବ । ଏ ହେଉଛି ‘ପରିବର୍ତ୍ତନ’ ନାମକ କିଶୋର ନିଶାମୁକ୍ତି ପୁନର୍ବାସ କେନ୍ଦ୍ରରେ ରହୁଥିବା ନାବାଳିକଙ୍କ ମନ କଥା। କାହାଣୀ ନୁହେଁ ଏହା ବାସ୍ତବ ।

Drugs

Drugs Photograph: (Kanak News)

କନକ ବ୍ୟୁରୋ : ନିଶାମୁକ୍ତ କେନ୍ଦ୍ର କଥା ଆସିଲେ ଆଖି ସାମନାକୁ ଚାଲିଆସେ ଅନ୍ତେବାସୀଙ୍କୁ ଅକଥନୀୟ ଅତ୍ୟାଚାରର ଦୃଶ୍ୟ । ବାରମ୍ବାର ନିଶାମୁକ୍ତି କେନ୍ଦ୍ରରେ ନିର୍ଯାତନାର କାହାଣୀ ଆମେ ପଢ଼ୁ । ହେଲେ ଓଡ଼ିଶାରେ ପ୍ରଥମ ନିଶାମୁକ୍ତ କେନ୍ଦ୍ର ଅନୁଷ୍ଠାନ ‘ପରିବର୍ତ୍ତନ’ ସବୁଠୁ ନିଆରା । ଏଠାରେ ନିଶାରେ ବୁଡ଼ି ରହୁଥିବା ନାବାଳକ ନିଶା ପରିବର୍ତ୍ତେ ଭବିଷ୍ୟତ ପେସା ଗଢ଼ିବାକୁ ସାହସ ଜୁଟାଇବାରେ ସକ୍ଷମ ହୋଇଛନ୍ତି ।

ମୁଁ ବଡ଼ ହେବି ! ମୁଁ ମୋ ପରିବାରର ଯଶ ରଖିବି ! ଅନ୍ୟ ଗୁଣବାନ ମଣିଷଙ୍କ ଭଳି ଏ ସମାଜ ଆମକୁ ବି ସମାନ ଆଖିରେ ଦେଖିବ । ଏ ହେଉଛି ‘ପରିବର୍ତ୍ତନ’ ନାମକ କିଶୋର ନିଶାମୁକ୍ତି ପୁନର୍ବାସ କେନ୍ଦ୍ରରେ ରହୁଥିବା ନାବାଳିକଙ୍କ ମନ କଥା। କାହାଣୀ ନୁହେଁ ଏହା ବାସ୍ତବ । କଟକ ଜିଲ୍ଲା ଚୌଦ୍ୱାର ଥାନା ସମ୍ମୁଖରେ ରହିଛି ‘ପରିବର୍ତ୍ତନ’ ନାମକ କିଶୋର ନିଶାମୁକ୍ତି ପୁନର୍ବାସ କେନ୍ଦ୍ର ।

ଏହି ଅନୁଷ୍ଠାନକୁ ଆସିବା ପୂର୍ବରୁ ଏହି ଯୁବକମାନେ ଥିଲେ ନିଶାରେ ଜଡ଼ସଡ଼ । ବ୍ରାଉନ ସୁଗାର, ହେରୋଇନ, ଡେଣ୍ଡରାଇଟ, ଗଞ୍ଜେଇ, ମଦ ଭଳି ନିଶା ଦ୍ରବ୍ୟରେ କବଳିତ ହୋଇ ରହିଥିଲେ । ଚୋରି, ରାହାଜାନି, ଛିନତାଇ ଥିଲା ଏମାନଙ୍କ ନିତିଦିନିଆ କାର୍ଯ୍ୟ । ଅପରାଧ ଘଟାଇ ଏମାନେ ନିଜର ତଥା ପରିବାରର ନାଁକୁ ବଦନାମ କରିଥିଲେ । ବାଳ ଅପରାଧରେ ଜେଲ୍‌ ଦରଜା ଦେଖିଥିବା ଏହି ନାବାଳକଙ୍କ ଜୀବନ ସୁଧାରିଛି ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ପରିବର୍ତ୍ତନ’ । ଦେଇଛି ନୂଆ ଜୀବନ । କୈଶୋର ଅବସ୍ଥାରେ କୁସଙ୍ଗ ଓ କୁପଥକୁ ଭୁଲି ନୂଆ ଜୀବନ ପାଇଛନ୍ତି ଅନୁଷ୍ଠାନର ୪୧ ଜଣ ଅନ୍ତେବାସୀ ।

ଅଧିକ ପଢ଼ନ୍ତୁ : ଗାଁ ଗାଁରେ ମଦର ବନ୍ୟା; ମଦ ଉଜାଡ଼ୁଛି ସଂସାର, ମଦ ବିରୋଧରେ ମାତିଲେ ମହିଳା

‘ପରିବର୍ତ୍ତନ’ର ଅନ୍ତେବାସୀ ଏହି ନାବାଳକ ମାନେ କେନ୍ଦ୍ର ପରିସରରେ ପ୍ରାର୍ଥନା ଗାଉଛନ୍ତି । ନୃତ୍ୟ ବି କରୁଛନ୍ତି, ଖେଳୁଛନ୍ତି । ଅନୁଷ୍ଠାନର ଅଧ୍ୟକ୍ଷ ଆଇନୀଜୀବୀ ନରୋତ୍ତମ ଦାସ ଓ ତାଙ୍କ ଭଉଣୀ CISF ର ଯବାନ ପ୍ରିୟଙ୍କା ଦାସ ବିଭିନ୍ନ ଜିଲ୍ଲାରୁ ଏମାନଙ୍କୁ ପାଖରେ ରଖି ସ୍ନେହ ପ୍ରେମର ଶିକୁଳିରେ ଏମାନଙ୍କୁ ଏମିତି ବାନ୍ଧି ରଖିଛନ୍ତି ଯେ ଏହି ନାବାଳକ ମାନେ କେତେବେଳେ ନିଜର ଅତୀତ ଭୁଲି ଭବିଷ୍ୟତ ଗଠନ କରିବାକୁ ଅସୁମାରୀ ସ୍ୱପ୍ନ ଦେଖିବାକୁ ଓ ଏହାକୁ ବାସ୍ତବତାର ରୂପ ଦେବା ପାଇଁ ବି ଚେଷ୍ଟା କରୁଛନ୍ତି ।

ନିଶ୍ଚିନ୍ତକୋଇଲି ବ୍ଲକରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଏହି ଅନ୍ତେବାସୀ ମାନେ ଏଭଳି ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ ଉପସ୍ଥିତ ଜନତାଙ୍କ ଆଖିରେ ଲୁହ ଆସିଯାଇଥିଲା । ପ୍ରତିଷ୍ଠାତା ନରୋତ୍ତମ ଦାସ କୁହନ୍ତି ସେ ଜଣେ ମନସ୍ତତ୍ତ୍ୱବିତ ଭାବେ ବିଭିନ୍ନ ଥାନାକୁ ଯିବା ସମୟରେ ଏ କିଶୋର ବାଳକଙ୍କ ସଂସ୍ପର୍ଶରେ ଆସିଥିଲେ । ସେମାନଙ୍କ ମଧ୍ୟରେ ମାନସିକ ଓ ଶାରୀରିକ ସୁଧାର ଆଣିବା ପାଇଁ ନିଜସ୍ୱ ଉଦ୍ୟମରେ ‘ପରିବର୍ତ୍ତନ’ ନାମକ ଅନୁଷ୍ଠାନ ଆରମ୍ଭ କରିଛନ୍ତି । ଅଦ୍ୟାବଧି ୯୨ ଜଣ କିଶୋର ସଂସ୍ଥାରେ ପଞ୍ଜୀକରଣ କରିଛନ୍ତି । ସେଥିରୁ ୫୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ୪୧ ଜଣ ଅନ୍ତେବାସୀ ରହୁଥିଲା ବେଳେ ୩୮ ଜଣ ଚୌଦ୍ୱାର ଠାରେ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ପାଠ ପଢୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe