କନକ ବ୍ୟୁରୋ : ପ୍ରେମ ଶାଶ୍ବତ, ପ୍ରେମ ଚିରନ୍ତନ...। ଆଜିର ଦୁନିଆରେ ଏ କଥା କେବଳ ବାକ୍ୟ ସୀମିତ ହୋଇ ରହିଯାଇଥିବା ଭଳି ହୁଏ। କିନ୍ତୁ ଗଞ୍ଜାମ ଜିଲ୍ଲାର ଏହି ବୃଦ୍ଧ ଦମ୍ପତ୍ତି କ୍ଷେତ୍ରରେ ପ୍ରେମ ସବୁ ପରୀଭାଷା ହାର ମାନିଛି ।  ଗଞ୍ଜାମ ଜିଲ୍ଲା ଆସିକା ବ୍ଳକ ଝଗଡେଇ ଗ୍ରାମର ୮୫ ବର୍ଷୀୟ ମୋହନ ସ୍ୱାଇଁ ଓ ତାଙ୍କ ୭୬ ବର୍ଷୀୟା ସ୍ତ୍ରୀ ଶଶିକଳା ସ୍ୱାଇଁ। ଦୁଇ ଝିଅ ବାହାଗଲେଣି । ଘରେ ସମ୍ପୂର୍ଣ୍ଣ ଏକୁଟିଆ । ମୋହନଙ୍କୁ ୧୦ ବର୍ଷ ବୟସର ଥିବା ବେଳେ ଶଶିକଳାଙ୍କୁ ବାଲ୍ୟ ବିବାହ କରିଥିଲେ। ଏବେ ଚମ ଧୁଡୁ ଧୁଡୁ ଶରୀର ଉଭୟଙ୍କ ଶରୀରରେ ଚାଲିବାକୁ ବି ବଳ ନାହିଁ ତଥାପି ସମ୍ପର୍କ ଆଗରେ ହାର ମାନିଛି ବୟସ ।  

Advertisment

ଗାଧୋଇବା ଖାଇବାଠୁ ଆରମ୍ଭ କରି ମେଡିକାଲ ଯିବା ପର୍ଯ୍ୟନ୍ତ ପରସ୍ପର ପରସ୍ପରଙ୍କୁ ସହାୟତା ଲୋଡିଥାନ୍ତି । ବୁଢ଼ାର ଦେହ ଖରାପ ହେବାରୁ ବୁଢ଼ୀ ନିଜେ ତାଙ୍କୁ ଆସିକା ମେଡ଼ିକାଲକୁ ଆଣିବା ସମୟର ଦୃଶ୍ୟ ଆମ କ୍ୟାମେରା କଏଦ ହୋଇଥିଲା। ପରେ ସେମାନଙ୍କ କାହାଣୀ ଜଣାପଡିଥିଲା। ଜୀବନର ଶେଷ ସମୟରେ ବି ଏମାନେ ବୁଝିଛନ୍ତି ପ୍ରେମର ପରିଭାଷା। ଆଜିର ଆଧୁନିକ ସମାଜର ପ୍ରେମିକ-ପ୍ରେମିକା ପାଇଁ ସାଜିଛନ୍ତି ଉଦାହରଣ। ଶଶିକଳା ନିଜେ କୁହନ୍ତି ସେ ତାଙ୍କ ସ୍ଵାମୀ ଙ୍କୁ ବହୁତ ଭଲ ପାଆନ୍ତି ଆଉ ସ୍ଵାମୀ ବି ତାଙ୍କୁ ବହୁତ ପ୍ରେମ କରନ୍ତି । 

ଅଧିକ ପଢ଼ନ୍ତୁ---ବିଷ୍ଣୁଙ୍କ ଦିନରେ ଶୈବ ଉପାସନାର ଅନନ୍ୟ ପରମ୍ପରା : ଜାଗର ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି