କନକ ବ୍ୟୁରୋ: ଆମେରିକାରୁ ଓଡିଶା ସବୁଠି ଆଦାନୀକୁ ନେଇ ଚର୍ଚ୍ଚା । ଓଡିଶାରେ ଚଂଚକତା କରି ଆଦାନୀ କମ୍ପାନୀ ଜମି ହାତଉଥିବା ଅଭିଯୋଗ ଭିତରେ ଆମେରିକାରୁ ଆସିଛି ବଡ ଅଭିଯୋଗ । କମ୍ପାନୀ ତାର ସୋଲାର ଏନର୍ଜି ପ୍ଲାଂଟ ପାଇଁ ୨ହଜାର କୋଟିରୁ ଅଧିକ ଟଙ୍କାର ଲାଂଚ ଦେଇଥିବା ଅଭିଯୋଗ ଆଣିଛି ଆମେରିକା । ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଜ୍ କମିଶନ୍ ଏହି ଘଟଣାରେ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଅଦାନୀ ଓ ତାଙ୍କ ପୁତୁରା ସାଗର ଆଦାନୀଙ୍କ ବିରୋଧରେ ଏହି ସାଂଘାତିକ ଅଭିଯୋଗ ଆଣିଛି । କମ୍ପାନୀର ଅନ୍ୟ ୭ ଜଣ ଅଧିକାରୀଙ୍କ ସହ ମିଶି ଆଦାନୀର ଏନର୍ଜୀ କମ୍ପାନୀକୁ କଂଟ୍ରାକ୍ଟ ଦେବାକୁ ଏହି ଲାଂଚ କାରବାର କରିଥିଲେ । ଭାରତରେ ସରକାରୀ ଅଧିକାରୀଙ୍କୁ ଏହି ଲାଂଚ ଦିଆଯାଇଥିବା ଆମେରିକାର ଅଭିଯୋଗ ପରେ ଜୋରଦାର ହୋଇଛି ରାଜନୀତି । ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗର ଜେପିସି ତଦନ୍ତ କରିବା ସହ ଗୌତମ ଆଦାନିଙ୍କ ଗିରଫ ଦାବି କରିଛନ୍ତି । ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ରାହୁଲ । ବିଜେପି କହିଛି, ଆଗକୁ ପାର୍ଲାମେଂଟ ଅଧିବେଶନ ଥିବାରୁ ବିରୋଧୀ ହଙ୍ଗାମା କରିବାକୁ ଭିତ୍ତିହୀନ ଅଭିଯୋଗ ଆଣୁଛନ୍ତି । ଏହି ଅଭିଯୋଗ ପରେ ୨୦ ପ୍ରତିଶତ ଖସିଛି ଆଦାନୀ ସମୂହ ସେୟାର।
ଆମେରିକାରୁ ଓଡ଼ିଶା ସବୁଠି ଶିଳ୍ପପତି ଆଦାନୀଙ୍କୁ ନେଇ ଚର୍ଚ୍ଚା: ସୌରଶକ୍ତି ଚୁକ୍ତି ପାଇଁ ୨ହଜାର କୋଟିରୁ ଅଧିକ ଟଙ୍କା ଲାଂଚ ଅଭିଯୋଗ ଆଣିଛି ଆମେରିକା ସିକ୍ୟୁରିଟି ଏକ୍ସଚେଞ୍ଜ କମିଶନ
ଆମେରିକାରୁ ଓଡିଶା ସବୁଠି ଆଦାନୀକୁ ନେଇ ଚର୍ଚ୍ଚା । ଓଡିଶାରେ ଚଂଚକତା କରି ଆଦାନୀ କମ୍ପାନୀ ଜମି ହାତଉଥିବା ଅଭିଯୋଗ ଭିତରେ ଆମେରିକାରୁ ଆସିଛି ବଡ ଅଭିଯୋଗ । କମ୍ପାନୀ ତାର ସୋଲାର ଏନର୍ଜି ପ୍ଲାଂଟ ପାଇଁ ୨ହଜାର କୋଟିରୁ ଅଧିକ ଟଙ୍କାର ଲାଂଚ ଦେଇଥିବା ଅଭିଯୋଗ ଆଣିଛି ଆମେରିକା ।