୧୦ ଥର ଫେଲ୍…  ଏବେ ଆଗଧାଡ଼ିର IAS ଅଫିସର

ଦଶମରେ ଥାର୍ଡ ଡିଭିଜନ୍ , ଅନ୍ୟ ପରୀକ୍ଷାରେ ୧୦ ଥର ଫେଲ୍। ହେଲେ ୭୭ ରାଙ୍କ୍ ରଖି ବନିଲେ IAS ଅଫିସର ।

27

କନକ ବ୍ୟୁରୋ:      ୧୦ ଥର ଫେଲ୍… ଏବେ IAS ଅଫିସର
                       ଦଶମରେ ଥାର୍ଡ ଡିଭିଜନ୍ , ଅନ୍ୟ ପରୀକ୍ଷାରେ ୧୦ ଥର ଫେଲ୍
                       ହେଲେ ୭୭ ରାଙ୍କ୍ ରଖି ବନିଲେ IAS ଅଫିସର
ବିହାରର ଏକ ନିପଟ ଗାଁର ସିଦାସାଧା ପିଲାଟି ଅବନୀଶ ଶରଣଙ୍କ କାହାଣୀ ପ୍ରତି ଛାତ୍ରଛାତ୍ରୀଙ୍କୁ ସାହାସ ଯୋଗାଇବ ,ଯିଏ ଥରେ ଦୁଇ ଥର ବିଫଳ ହେବା ପରେ ହାର ମାନିଯାଆନ୍ତି , ଆଉ କେତେଜଣ ଜୀବନ ହାରିଦେବା ଭଳି ଚରମ ନିଷ୍ପତ୍ତି ନେଇଯାଆନ୍ତି । ଅବନୀଶ ପିଲା ଦିନରୁ ମେଧାବୀ ନଥିଲେ । ଦଶମ ପରୀକ୍ଷାରେ ରଖିଥିଲେ ମାତ୍ର ୪୪ ପ୍ରତିଶତ ନମ୍ବର । ଯୁକ୍ତ ଦୁଇରେ ୬୫ ପ୍ରତିଶତ ଓ ଗ୍ରାଜୁଏସନରେ ୬୦ ପ୍ରତିଶତ ମାର୍କ ରଖିଲେ । ଏତେ କମ୍ ମାର୍କ ରଖିବା ପରେ ବି ତାଙ୍କ ମନରେ ସବୁବେଳେ ଇଚ୍ଛା ଥିଲା , କଲେକ୍ଟର ହେବେ , ବଡ଼ ମଣିଷ ହେବେ । ଏତେ କମ୍ ମାର୍କ ରଖିବା ପରେ ହୁଏତ କେହି ନିଜ ସ୍ବପ୍ନ ସହ ସାଲିସ କରିଥାନ୍ତା କିନ୍ତୁ ଅବନୀଶ କରିନଥିଲେ ।

ପିଲାବେଳୁ ଶୁଣିଥିଲେ , IAS  ସବୁଠୁ ବଡ଼ ଚାକିରି ବୋଲି । ତେଣୁ ଏଇ ଚାକିରି ନିଶ୍ଚୟ କରିବେ ବୋଲି ମନରେ ଗଣ୍ଠି ବାନ୍ଧିଥିଲେ ଅବନୀଶ । କମ୍ ମାର୍କ ରଖିଲେ ବି ତାଙ୍କ  ମନୋବଳ କିନ୍ତୁ ଭାଙ୍ଗିଲାନି । ସିଡିଏସଠାରୁ ଆରମ୍ଭ କରି ପିସିଏସ୍, ସିପିଏଫ୍ ଭଳି ଅନେକ ପ୍ରତିଯୋଗୀତାମୂଳକ ପରୀକ୍ଷା ଦେଲେ  । ହେଲେ ପ୍ରତି ଥର ଫେଲ ହେଲେ । ତଥାପି ହାରିଲେନି ।

 ଏଥର ୟୁପିଏସସି ପାଳି । ପ୍ରଥମ ଚେଷ୍ଟାରେ ପ୍ରିଲିମ୍ କ୍ଲିୟର କଲେ କିନ୍ତୁ ମେନରେ କଟିଗଲେ । ସାହାସ ହାରିଲେନି । ଦ୍ବିତୀୟ ଚେଷ୍ଟାରେ ପୂରା ବାଜି ମାରିନେଲେ ।ସର୍ବ ଭାରତୀୟ ସ୍ତରରେ ୭୭ ରାଙ୍କ ହାସଲ କରି ୨୦୦୯ରେ ବନିଗଲେ ଆଇଏଏସ୍ ଅଫିସର । ଏବେ ଅବନୀଶ ଛତିଶଗଡ଼ ବିଲାସପୁରରେ ଜିଲ୍ଲାପାଳ ଭାବେ ଦାୟିତ୍ବ ତୁଲାଉଛନ୍ତି । ଅବନୀଶଙ୍କ କାହାଣୀ ପ୍ରମାଣ କରୁଛି ପରୀକ୍ଷା ନମ୍ବର ଜୀବନ କିମ୍ବା ସଫଳତାର ମାପକାଠି ନୁହେଁ ।ବରଂ ଲଗାତାର ଚେଷ୍ଟା, ଧୈର୍ଯ୍ୟ ଏବଂ ହାର ନମାନିବାର ଜୋସ୍ ହି ସଫଳତାର ସ୍ବାଦ ଦିଏ , ପ୍ରକୃତ ପରିଚୟ ଦିଏ ।

ଅବନୀଶ ଯେଉଁଠିକି ଯାଆନ୍ତି ଯୁବଗୋଷ୍ଠୀଙ୍କୁ ଏୟା କୁହନ୍ତି ଯେ, କୌଣସି ପରୀକ୍ଷା ପାଇଁ ପ୍ରସ୍ତୁତି ପାଇଁ ନୋଟ୍ ବନାଇବା ଗୁରୁତ୍ବପର୍ଣ୍ଣ । ନିରନ୍ତର ପଢ଼ା ଜାରି ରଖନ୍ତୁ ଏବଂ ସୋସିଆଲ ମିଡିଆର ମାୟାଜାଲରୁ ନିଜକୁ ଦୂରେଇ ରଖନ୍ତୁ । ଅବନୀଶଙ୍କ ଟିପ୍ସ ମନେ ପକାଇଦିଏ, ଅସଫଳତା ହିଁ ସଫଳତାର ପ୍ରଥମ ପାହାଚ । ଚେଷ୍ଟା କର, ଧୈର୍ଯ୍ୟ ଧର ସଫଳତା ମିଳିବ ନିଶ୍ଚୟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe