କନକବ୍ୟୁରୋ : ସାଙ୍ଗ ସାଜିଲା ସୈତାନ୍ । ଘରକୁ ଡ଼ାକିନେଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଉଦଳା ରାଢ଼ୋ ଗାଁରୁ ଆସିଛି ଏଭଳି ଏକ ଚାଂଚଲ୍ୟକର ଖବର । ଵିଲ ହିଡ଼ରେ ବେକକୁ ହାଣି ଲହୁଲୁହାଣ କରିଛି ସାଙ୍ଗ । ଗାଁର ଯତୀନ୍ଦ୍ର ପାତ୍ର ଗତକାଲି ସନ୍ଧ୍ୟାରେ ଘର ପାଖରେ ବସିଥିଲେ, ଏହି ସମୟରେ ସେହି ଗାଁର ତାଙ୍କର ଜଣେ ସାଙ୍ଗ ଆସି ଯତୀନ୍ଦ୍ରକୁ ଡାକିଥିଲେ ।
ଯତୀନ୍ଦ୍ର ତାଙ୍କ ସହିତ ଯାଇଥିବା ବେଳେ ଵିଲ ହିଡ଼ ନିକଟରେ ଅଚାନକ ଯତୀନ୍ଦ୍ରଙ୍କ ବେକକୁ ଧାରୁଆ ଅସ୍ତ୍ରରେ ସେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ବେକକୁ ଅହାଣି ବିଲରେ ଫୋପାଡ଼ି ଦେଇଥିଲା ସାଙ୍ଗ । ଗୁରୁତର ଅବସ୍ଥାରେ ଯତୀନ୍ଦ୍ର ଵିଲ ଭିତରେ ପଡ଼ି ଚିତ୍କାର କରିଥିଲେ । ତାଙ୍କ ପାଟି ଶୁଣି ଲୋକମାନେ ଘଟଣାସ୍ଥଳରେ ପହଂଚିବା କାରଣରୁ ଆକ୍ରମଣକାରୀ ସାଙ୍ଗ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ଅନ୍ୟପଟେ ଗୁରୁତର ଅବସ୍ଥାରେ ଯତୀନ୍ଦ୍ରଙ୍କୁ ଗାଁର କିଛି ଯୁବକ ଉଦ୍ଧାର କରି ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଉଦଳା ମେଡିକାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି।