ଶିକାର ଭାବି ସାଙ୍ଗକୁ ଗୁଳି କଲା ସାଙ୍ଗ ।  ଶିକାରୀ ଗୁଳିରେ ଶିକାରୀ ମୃତ

ଶିକାରୀ ଗୁଳି ରେ ଶିକାରୀ ମୃତ । ବିଳମ୍ବିତ ରାତିରେ ଶିକାର କରିବାକୁ ଡାକି ସାଙ୍ଗକୁ ଗୁଳି କଲା ସାଙ୍ଗ ।

Sikari

Photograph: (KanakNews )

କନକ ବ୍ୟୁରୋ : ଶିକାରୀ ଗୁଳି ରେ ଶିକାରୀ ମୃତ । ବିଳମ୍ବିତ ରାତିରେ ଶିକାର କରିବାକୁ ଡାକି ସାଙ୍ଗକୁ ଗୁଳି କଲା ସାଙ୍ଗ । ଢେଙ୍କାନାଳ ହିନ୍ଦୋଳ ବ୍ଲକ ରାସୋଲ ଥାନା ଅଞ୍ଚଳରୁ ଆସିଛି ଚାଞ୍ଚଲ୍ୟକର ଖବର । ସୂଚନା ଅନୁସାରେ ମାନପୁର ଗାଁର ଅଭିଯୁକ୍ତ ପ୍ରଶାନ୍ତ ନାୟକ ଗତକାଲି ରାତିରେ ଶିକାର କରିବା ପାଇଁ ନିଜ ସାଙ୍ଗ ବାବୁଲା ନାୟକକୁ ଡାକି  ନେଇଥିଲା । ଆଉ ଜଙ୍ଗଲରେ ଶିକାରୀ ଭାବି ସାଙ୍ଗ ବାବୁଲାକୁ କଲା ଗୁଳି । 

ଅଭିଯୁକ୍ତ ପ୍ରଶାନ୍ତ ନାଏକକୁ ରାସୋଲ ପୋଲିସ ଗିରଫ କରିବା ସହିତ ବନ୍ଧୁକ କୁ ଜବତ କରିଛି । ତେବେ ଏହା ଏକ ଦୁର୍ଘଟଣା କି ସୁଚିନ୍ତିତ ହତ୍ୟା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ । ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରିବା ସହ ଛାନଭିନ କରୁଛି ପୋଲିସ । ଏହାସହ ଏକ ଦେଶୀ ବନ୍ଧୁକ ଓ ଅଫୁଟା ଗୁଳି ବି ଜବତ ହୋଇଛି । ବାବୁଲାଙ୍କ ମୃତ ଦେହ ହିନ୍ଦୋଳ ଡ଼ାକ୍ତରଖାନାରେ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ପୋଲିସ ସୂଚନା ଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe