କନକ ବ୍ୟୁରୋ : ଫକୀରମୋହନ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚର ତିନି ଜଣିଆ କମିଟି ବାଲେଶ୍ବରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଡିଏସ୍ପିଙ୍କ ଠାରୁ ଏହି ମାମଲାର ଦାୟିତ୍ୱ ନେଇଛନ୍ତି କ୍ରାଇମ୍ବ୍ରାଞ୍ଚ ଡିଏସ୍ପି ଇମାନ କଲ୍ୟାଣ । ଫକୀର ମୋହନ କଲେଜକୁ ଆସି ତଦନ୍ତ ଆରମ୍ଭ କରିଛନ୍ତି । ସବୁ ଦିଗ ଉପରେ ଯାଞ୍ଚ୍ କରାଯିବ । ସଂପୃକ୍ତ ଥିବା ସମସ୍ତ ସଦସ୍ୟ, ସିସିଟିଭି, ପେଟ୍ରୋଲ ପମ୍ପ ଓ ସମସ୍ତ ଦସ୍ତାବିଜ୍ ଉପରେ ତଦନ୍ତ କରାଯିବ ବୋଲି କହିଛନ୍ତି ତଦନ୍ତକାରୀ ଅଧିକାରୀ ।
ପୋଲ୍ ଖୋଲିଲେ ସାଙ୍ଗ
କହିଲେ, ପୀଡ଼ିତାଙ୍କ ଅକୁହା କଥା
ବାଲେଶ୍ବର ଏଫ୍ଏମ୍ କଲେଜ ଛାତ୍ରୀ ଆତ୍ମହତ୍ୟା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହାରି ମଧ୍ୟରେ ଘଟଣା ପଛର କିଛି ଅକୁହା କଥା କହିଛନ୍ତି ଆତ୍ମଦାହ କରିଥିବା ଛାତ୍ରୀଙ୍କ ସାଙ୍ଗ । କ୍ଷୋଭର ସହ କହିଛନ୍ତି, ବାରମ୍ବାର ଛାତ୍ରୀଙ୍କ ଚରିତ୍ର ଉପରେ ପ୍ରଶ୍ନ ଉଠାଯାଉଥିଲା । କଥାକୁ ଘଣ୍ଟ ଘୋଡ଼ାଇବା ପାଇଁ ସିଗ୍ନେଚର୍ କ୍ୟାମ୍ପେନ୍ କରାଯାଉଥିଲା । ସବୁ ଛାତ୍ରଛାତ୍ରୀଙ୍କ ସିଗ୍ନେଚର ନେଇ ଅଭିଯୁକ୍ତ ଏଚ୍ଓଡି ସମୀର ସାହୁଙ୍କୁ ସପୋର୍ଟ କରାଯାଉଥିଲା ।
ଇଏ ହେଉଛି ବାଲେଶ୍ବର ମଠ ସାହିର ସେହି ଘର ଯେଉଁଠି ରହୁଥିଲେ ପୀଡ଼ିତା । ଏଠାରେ ସେ ନିଜ ସାଙ୍ଗଙ୍କ ସହ ମାସେ ହେଲା ରହୁଥିଲେ । ଦେହ ଖରାପ ଥିବାରୁ ଘରକୁ ପଳାଇଥିଲେ । ଶନିବାର ଘଟଣାର ଦୁଇଦିନ ପୂର୍ବରୁ ଭଡ଼ାଘରକୁ ଆସିଥିଲେ । ହେଲେ ଶନିବାର ଦିନ ଘରୁ ଆସି ସେ ଆଉ ଫେରିନାହାନ୍ତି । ଘର ମାଲିକାଣୀ ସେହି ପୁରୁଣା କଥାକୁ ମନେ ପକାଇଛନ୍ତି ।
କେବଳ ବାଲେଶ୍ବର ନୁହେଁ, କଟକ ଏସ୍ସିବିରେ କ୍ରାଇମବ୍ରାଞ୍ଚର ୩ ଜଣିଆ କମିଟି ଡାକ୍ତରଙ୍କ ଉପସ୍ଥିତିରେ ଜ୍ୟୋତିପ୍ରକାଶକୁ ପଚରାଉଚରା କରିଛି । ପୀଡ଼ିତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରି ତାଙ୍କ ଶରୀର ବି ପୋଡ଼ିଯାଇଛି । କ୍ରାଇମବ୍ରାଞ୍ଚ ଟିମ୍ ଜ୍ୟୋତିଙ୍କ ମା’ଙ୍କୁ ବି ପଚରାଉଚରା କରିଛି ।