କନକ ବ୍ୟୁରୋ : ନିଜ ୱାର୍ଡର ସମସ୍ୟାକୁ ନେଇ ତାତିଲେ କର୍ପୋରେଟର । ସିଏମସି କାଉନସିଲ୍ ବୈଠକରେ ଏ ପ୍ରସଙ୍ଗ ଉଠାଇବାକୁ ନେଇ ସୃଷ୍ଟି ହୋଇଥିଲା ହଟ୍ଟଗୋଳ ପରିସ୍ଥିତି। ହୋହାଲ୍ଲା ହେବା ସହ ଅଧାରୁ ବନ୍ଦ ହୋଇଛି ବୈଠକ । ସହରୀ ସମସ୍ୟା ନେଇ ବୈଠକ ଅଧାରୁ ତାତିଲେ କର୍ପୋରେଟର। ସିଏମସି କାଉନସିଲ୍ ବୈଠକ ଚାଲିଥିବା ବେଳେ ହଠାତ୍ ଗୃହର ମଧ୍ୟ ଭାଗକୁ ଚାଲିଆସିଥିଲେ ୫୮ ନମ୍ୱର ୱାର୍ଡ କର୍ପୋରେଟର ଜନାର୍ଦ୍ଦନ ପରିଡ଼ା। ହାତରେ ଥିଲା ବ୍ୟାନର। ଏହା ମାଧ୍ୟମରେ ସେ ନିଜ ୱାର୍ଡର ପ୍ରମୁଖ ସମସ୍ୟା ଉପସ୍ଥାପନ କରିଥିଲେ। ଏହାକୁ ନେଇ ବୈଠକରେ ହୋଇଥିଲା ହୋହାଲ୍ଲା। କର୍ପୋରେଟରଙ୍କ ଅଶୋଭନୀୟ ଆଚରଣ ଲାଗି ବୈଠକ ଅଧାରୁ ଉଠି ଚାଲିଯାଇଥିଲେ ମେୟର, ଡେପୁଟି ମେୟର, କମିସନର ଏବଂ ଅନ୍ୟ ଅଫିସରମାନେ।
ଅଧିକ ପଢ଼ନ୍ତୁ : କଟକ: ମଶା ବଢାଉଛି ଚିନ୍ତା ,ମଶାତେଲ ପକାଇବାରେ ଅନିୟମିତତା ଅଭିଯୋଗ । ସିଏମସି କହିଲେ ନିଆଯାଉଛି ପଦକ୍ଷେପ
ମୁଖ୍ୟମନ୍ତ୍ରୀ ସହରାଞ୍ଚଳ ବିକାଶ ଯୋଜନାରେ ଆଲୋଚନା ବେଳେ ଏଭଳି ସ୍ଥିତି ଉପୁଜିଥିଲା। ପ୍ରାୟ ଦେଢ଼ ଘଣ୍ଟା ପୂର୍ବରୁ ବନ୍ଦ କରିବାକୁ ପଡ଼ିଥିଲା କାଉନସିଲ ବୈଠକ। ଏହାକୁ ନାପସନ୍ଦ କରିବା ସହ ଏଭଳି ଆଚରଣ ବରଦସ୍ତ ଯୋଗ୍ୟ ନୁହେଁ ବୋଲି ମେୟର କହିଛନ୍ତି। ଥରେ ନୁହେଁ, ପୂର୍ବରୁ ମଧ୍ୟ ଅନେକ ଥର ସିଏମସି ବୈଠକରେ ହଟ୍ଟଗୋଳ ଘଟଣା ସାମ୍ନାକୁ ଆସିଛି।
Follow Us