୧୫ବର୍ଷରୁ କମ୍ ପିଲାଙ୍କ ପାଇଁ ଫେସବୁକ୍ , ଇନଷ୍ଟା ବନ୍ଦ କର: ଇମାନୁଏଲ ମାକ୍ରନ୍

Advertisment

ଏଆଇ ସମ୍ମିଳନୀରେ ମୋଦୀଙ୍କ  ଉଦବୋଧନ ।  କୃତ୍ରିମ ବୁଦ୍ଧିମତ୍ତାର ପ୍ରସାର ପାଇଁ ରଖିଲେ ଭାରତର ଦୃଷ୍ଟିଭଙ୍ଗୀ  । ସେପଟେ ୧୫ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ୍ ମିଡିଆ  ବ୍ୟାନ୍ ଲାଗି ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନଙ୍କ ଅପିଲ୍ ।

ଏଆଇ ସମ୍ମିଳନୀରେ ମୋଦୀଙ୍କ  ଉଦବୋଧନ ।  କୃତ୍ରିମ ବୁଦ୍ଧିମତ୍ତାର ପ୍ରସାର ପାଇଁ ରଖିଲେ ଭାରତର ଦୃଷ୍ଟିଭଙ୍ଗୀ  । ସେପଟେ ୧୫ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ୍ ମିଡିଆ  ବ୍ୟାନ୍ ଲାଗି ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନଙ୍କ ଅପିଲ୍ ।

Macron

କନକ ବ୍ୟୁରୋ: ନୂଆଦିଲ୍ଲୀରେ ଆୟୋଜିତ ଏଆଇ ସମ୍ମିଳନୀ- ୨୦୨୬ର ଚତୁର୍ଥ ଦିନରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଉଦବୋଧନ ଦେଇଥିଲେ । କୃତ୍ରିମ ବୁଦ୍ଧିମତ୍ତା ପାଇଁ ମାନବ-କୈନ୍ଦ୍ରିକ ଏମ୍‌.ଏ.ଏନ୍‌.ଏ.ଭି ବା ମାନବ ଭିଜନ ଉପସ୍ଥାପନ କରିଥିଲେ ମୋଦୀ। ଏସମ୍ପର୍କରେ ମୋଦୀ ଭାରତର ଦୃଷ୍ଟିଭଙ୍ଗୀ ସମ୍ପର୍କରେ ସୂଚନା ଦେଇଥିଲେ ।

ଏଆଇ ସମ୍ମିଳନୀରେ ମୋଦୀ 
ବିଶ୍ବନେତାଙ୍କୁ କଲେ ସମ୍ବୋଧନ
ରଖିଲେ ଭାରତର ଦୃଷ୍ଟିଭଙ୍ଗୀ

ଏଆଇର ଗାଣତାନ୍ତ୍ରିକକରଣ ଆବଶ୍ୟକ । ଏହାକୁ ସଶକ୍ତିକରଣ ଉପଯୋଗୀ କରାଯିବା ଉଚିତ ।   ଏଆଇ ସହିତ ମଣିଷ କେଉଁ ସ୍ତରକୁ ଯିବ, ତାହା ଭବିଷ୍ୟତ ନିର୍ଦ୍ଧାରଣ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ସମସ୍ତ ନାଗରିକଙ୍କ ପାଇଁ ଏହି ବୈଷୟିକ ଜ୍ଞାନର ପ୍ରସାର ଲାଗି ଭାରତର ଦୃଷ୍ଟିକୋଣ ସମ୍ପର୍କରେ ମୋଦୀ ସୂଚନା ଦେଇଥିଲେ । ଏଆଇକୁ ଆମେ କେମିତି ବ୍ୟବହାର କରିବା ତାହା ହିଁ ବଡ଼ କଥା । ଆପଣଙ୍କ ଡାଟା ଆପଣଙ୍କ ଅଧିକାର  ବୋଲି ମୋଦୀ କହିଥିଲେ । 

ଅଧିକ ପଢ଼ନ୍ତୁ :  

ଦକ୍ଷିଣ କୋରିଆ ପୂର୍ବତ୍ତନ ରାଷ୍ଟ୍ରପତିଙ୍କୁ ଆଜୀବନ କାରାଦଣ୍ଡ, ମାର୍ସଲ ଲ’ ଲାଗୁ ପାଇଁ କାର୍ଯ୍ୟାନୁଷ୍ଠାନ
ଏଭିଳି ସମ୍ମିଳନୀ ନୂଆଦିଲ୍ଲୀରେ ଆୟୋଜିତ ହେବା ଭାରତ ପାଇଁ ଗର୍ବର ବିଷୟ ବୋଲି ମୋଦୀ କହିଛନ୍ତି । ଭାରତରେ ବିଶ୍ବର ସର୍ବାଧିକ ଯୁବ ଜନସଂଖ୍ୟା ଅଛି ।  ଭାରତ ପ୍ରତିଭାର କେନ୍ଦ୍ର ଓ ମାନବ କୈନ୍ଦ୍ରିକ ବିକାଶ ପାଇଁ ଏଆଇକୁ ଭାରତ ଏକ ବଡ଼ ଉପକରଣ ଭାବେ ଦେଖୁଛି ବୋଲି ମୋଦୀ କହିଥିଲେ । 


ଏହି ଅବସରରେ ମୋଦୀ ବିଭିନ୍ନ ଦେଶର ନେତା ଓ ପ୍ରତିନିଧି ସହ ଆଲୋଚନା କରିଥିଲେ। ସମ୍ମିଳନୀରେ ବିଭିନ୍ନ ଦେଶର ପାଭିଲିଅନ ବୁଲି ଦେଖିଥିଲେ ମୋଦୀ । ନୂଆଦିଲ୍ଲୀର ଭାରତ ମଣ୍ଡପରେ ଗତ ୧୬ ତାରିଖରୁ ଆରମ୍ଭ ହୋଇଥିବା ଏଆଇ ଇମ୍ପାକ୍ଟ  ସମ୍ମିଟ୍ ଆସନ୍ତାକାଲି ଶେଷ ହେବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe