କନକ ବ୍ୟୁରୋ:ନୂଆଦିଲ୍ଲୀରେ ଆୟୋଜିତ ଏଆଇ ସମ୍ମିଳନୀ- ୨୦୨୬ର ଚତୁର୍ଥ ଦିନରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେଇଥିଲେ । କୃତ୍ରିମ ବୁଦ୍ଧିମତ୍ତା ପାଇଁ ମାନବ-କୈନ୍ଦ୍ରିକ ଏମ୍.ଏ.ଏନ୍.ଏ.ଭି ବା ମାନବ ଭିଜନ ଉପସ୍ଥାପନ କରିଥିଲେ ମୋଦୀ। ଏସମ୍ପର୍କରେ ମୋଦୀ ଭାରତର ଦୃଷ୍ଟିଭଙ୍ଗୀ ସମ୍ପର୍କରେ ସୂଚନା ଦେଇଥିଲେ ।
ଏଆଇ ସମ୍ମିଳନୀରେ ମୋଦୀ
ବିଶ୍ବନେତାଙ୍କୁ କଲେ ସମ୍ବୋଧନ
ରଖିଲେ ଭାରତର ଦୃଷ୍ଟିଭଙ୍ଗୀ
ଏଆଇର ଗାଣତାନ୍ତ୍ରିକକରଣ ଆବଶ୍ୟକ । ଏହାକୁ ସଶକ୍ତିକରଣ ଉପଯୋଗୀ କରାଯିବା ଉଚିତ । ଏଆଇ ସହିତ ମଣିଷ କେଉଁ ସ୍ତରକୁ ଯିବ, ତାହା ଭବିଷ୍ୟତ ନିର୍ଦ୍ଧାରଣ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ସମସ୍ତ ନାଗରିକଙ୍କ ପାଇଁ ଏହି ବୈଷୟିକ ଜ୍ଞାନର ପ୍ରସାର ଲାଗି ଭାରତର ଦୃଷ୍ଟିକୋଣ ସମ୍ପର୍କରେ ମୋଦୀ ସୂଚନା ଦେଇଥିଲେ । ଏଆଇକୁ ଆମେ କେମିତି ବ୍ୟବହାର କରିବା ତାହା ହିଁ ବଡ଼ କଥା । ଆପଣଙ୍କ ଡାଟା ଆପଣଙ୍କ ଅଧିକାର ବୋଲି ମୋଦୀ କହିଥିଲେ ।
ଅଧିକ ପଢ଼ନ୍ତୁ :
ଦକ୍ଷିଣ କୋରିଆ ପୂର୍ବତ୍ତନ ରାଷ୍ଟ୍ରପତିଙ୍କୁ ଆଜୀବନ କାରାଦଣ୍ଡ, ମାର୍ସଲ ଲ’ ଲାଗୁ ପାଇଁ କାର୍ଯ୍ୟାନୁଷ୍ଠାନ
ଏଭିଳି ସମ୍ମିଳନୀ ନୂଆଦିଲ୍ଲୀରେ ଆୟୋଜିତ ହେବା ଭାରତ ପାଇଁ ଗର୍ବର ବିଷୟ ବୋଲି ମୋଦୀ କହିଛନ୍ତି । ଭାରତରେ ବିଶ୍ବର ସର୍ବାଧିକ ଯୁବ ଜନସଂଖ୍ୟା ଅଛି । ଭାରତ ପ୍ରତିଭାର କେନ୍ଦ୍ର ଓ ମାନବ କୈନ୍ଦ୍ରିକ ବିକାଶ ପାଇଁ ଏଆଇକୁ ଭାରତ ଏକ ବଡ଼ ଉପକରଣ ଭାବେ ଦେଖୁଛି ବୋଲି ମୋଦୀ କହିଥିଲେ ।
ଏହି ଅବସରରେ ମୋଦୀ ବିଭିନ୍ନ ଦେଶର ନେତା ଓ ପ୍ରତିନିଧି ସହ ଆଲୋଚନା କରିଥିଲେ। ସମ୍ମିଳନୀରେ ବିଭିନ୍ନ ଦେଶର ପାଭିଲିଅନ ବୁଲି ଦେଖିଥିଲେ ମୋଦୀ । ନୂଆଦିଲ୍ଲୀର ଭାରତ ମଣ୍ଡପରେ ଗତ ୧୬ ତାରିଖରୁ ଆରମ୍ଭ ହୋଇଥିବା ଏଆଇ ଇମ୍ପାକ୍ଟ ସମ୍ମିଟ୍ ଆସନ୍ତାକାଲି ଶେଷ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/19/macron-2026-02-19-20-27-25.png)