କନକ ବ୍ୟୁରୋ : ରାଜଧାନୀ ରାସ୍ତାରେ ବୁଲା କୁକୁର ଆତଙ୍କ । କେତେବେଳେ ଦୁର୍ଘଟଣା ତ, ଆଉ କେତେବେଳେ ଗୋଡ଼ାଇ ଗୋଡ଼ାଇ କାମୁଡ଼ୁଛନ୍ତି । ରାତିରେ ତ ସ୍ଥିତି ସଙ୍ଗୀନ । ଦିନକୁ ଦିନ ବୁଲା କୁକୁରଙ୍କ ଦୌରାତ୍ମ୍ୟ ବଢୁଛି । କୁକୁର କାମୁଡ଼ା, ଜଳାନ୍ତକ ରୋଗ ବି ବଢୁଛି । ଏଭଳି ସ୍ଥିତିରେ ଦିଲ୍ଲୀ ଭଳି ଓଡ଼ିଶାରେ ବି ବୁଲା କୁକୁରଙ୍କ ବନ୍ଧ୍ୟାକରଣ ସହ ସେମାନଙ୍କୁ ଆଶ୍ରୟସ୍ଥଳୀରେ ଛାଡିବା ଦରକାର ବୋଲି କହିଛନ୍ତି ରାଜଧାନିବାସୀ ।
ଚଳିତବର୍ଷ ମେ ମାସରୁ କୁକୁର ବନ୍ଧ୍ୟାକରଣ କାର୍ଯ୍ୟକ୍ରମ ଆରମ୍ଭ କରିଛି ବିଏମ୍ସି । ବର୍ତ୍ତମାନ ସୁଦ୍ଧା ୧୪୪୯ ଟି କୁକୁରଙ୍କ ବନ୍ଧ୍ୟାକରଣ କରାଯାଇଛି । ୨୫ ଓ ୨୭ ନମ୍ବର ୱାର୍ଡରେ ଏହି କାର୍ଯ୍ୟ ସଂପୂର୍ଣ୍ଣ ଶେଷ ହୋଇଛି । ୫୧ ନମ୍ବର ୱାର୍ଡରେ ବନ୍ଧ୍ୟାକରଣ ଚାଲିଛି । ସହରର ସମସ୍ତ ୱାର୍ଡରେ ଥିବା ବୁଲା କୁକୁରଙ୍କ ବନ୍ଧ୍ୟାକରଣ କରିବାକୁ ନିଷ୍ପତ୍ତି ନେଇଛି ବିଏମ୍ସି ନିଷ୍ପତି । କେବଳ ଭୁବନେଶ୍ୱର ନୁହେଁ, ସାରା ରାଜ୍ୟରେ ଏବେ ବୁଲା କୁକୁରଙ୍କ ଆତଙ୍କ ଚିନ୍ତା ବଢ଼ାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/08/12/37-2025-08-12-19-05-39.jpg)