ଜାତୀୟ ରାଜପଥରେ ଦୁର୍ଘଟଣା ହେଲେ ମିଳିବ ମାଗଣା ଚିକିତ୍ସା । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଘୋଷଣା

Advertisment

ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହେଲେ ମିଳିବ ମାଗଣା ଚିକିତ୍ସା । ଏନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଘୋଷଣା କରିଛନ୍ତି ।

ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହେଲେ ମିଳିବ ମାଗଣା ଚିକିତ୍ସା । ଏନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଘୋଷଣା କରିଛନ୍ତି ।

accident2

accident2 Photograph: (KanakNews )

କନକ ବ୍ୟୁରୋ : ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହେଲେ ମିଳିବ ମାଗଣା ଚିକିତ୍ସା । ଏନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଘୋଷଣା କରିଛନ୍ତି । ଏନେଇ ଏକ ନୂଆ ସ୍ମିମ୍ ଘୋଷଣା କରାଯାଇଛି । ଏଥିରେ ଜାତୀୟ ରାଜପଥରେ ଦୁର୍ଘଟଣାରେ ଆହତ ହେଲେ ଜଣେ ବ୍ୟକ୍ତିଙ୍କୁ ୭ ଦିନ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ମିଳିବ । ତେବେ ସର୍ବାଧିକ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ । 

ତେବେ ଏଥିପାଇଁ ଦୁର୍ଘଟଣା ଘଟିବାର ୨୪ ଘଂଟା ଭିତରେ ପୋଲିସକୁ ଖବର ଦେବାକୁ ପଡ଼ିବ । ସେହିପରି ଯଦି ଜାତୀୟ ରାଜପଥରେ ହିଟ୍ ଆଣ୍ଡ ରନ୍ ଘଟଣାରେ କାହାରି ମୃତ୍ୟୁ ଘଟେ, ତାହେଲେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ମିଳିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe