କନକ ବ୍ୟୁରୋ : ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହେଲେ ମିଳିବ ମାଗଣା ଚିକିତ୍ସା । ଏନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଘୋଷଣା କରିଛନ୍ତି । ଏନେଇ ଏକ ନୂଆ ସ୍ମିମ୍ ଘୋଷଣା କରାଯାଇଛି । ଏଥିରେ ଜାତୀୟ ରାଜପଥରେ ଦୁର୍ଘଟଣାରେ ଆହତ ହେଲେ ଜଣେ ବ୍ୟକ୍ତିଙ୍କୁ ୭ ଦିନ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ମିଳିବ । ତେବେ ସର୍ବାଧିକ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ ।
ତେବେ ଏଥିପାଇଁ ଦୁର୍ଘଟଣା ଘଟିବାର ୨୪ ଘଂଟା ଭିତରେ ପୋଲିସକୁ ଖବର ଦେବାକୁ ପଡ଼ିବ । ସେହିପରି ଯଦି ଜାତୀୟ ରାଜପଥରେ ହିଟ୍ ଆଣ୍ଡ ରନ୍ ଘଟଣାରେ କାହାରି ମୃତ୍ୟୁ ଘଟେ, ତାହେଲେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ମିଳିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/01/08/mqDLn89KINQGNHTuzVsQ.jpg)