ସରକାରୀ ବସ୍‌ରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମାଗଣା ଯାତ୍ରା, ୟୁନିଫର୍ମ ପିନ୍ଧି ପରିଚୟପତ୍ର ଦେଖାଇଲେ ମିଳିବ ସୁବିଧା

ମୁଖ୍ୟମନ୍ତ୍ରୀ ବସ୍‌ ସେବା ଅଧିନରେ ମିଳିବ ସେବା । ବସ୍‌ର ରୁଟ ଓ ସମୟ ପରିବର୍ତ୍ତନ ପାଇଁ ଓଏସଆରଟିସିକୁ ଅନୁରୋଧ

ସରକାରୀ ବସରେ ଛାତ୍ରଛାତ୍ରୀଙ୍କୁ ମାଗଣା ଯାତ୍ରା

ସରକାରୀ ବସରେ ଛାତ୍ରଛାତ୍ରୀଙ୍କୁ ମାଗଣା ଯାତ୍ରା Photograph: (KanakNews)

କନକ ବ୍ୟୁରୋ; ସ୍କୁଲ ଓ କଲେଜ ଫଢ଼ୁଆ ଛାତ୍ରଛାତ୍ରୀଙ୍କ ପାଇଁ ଖୁସିଖବର । ଏଣିକି ମାଗଣାରେ ସ୍କୁଲକୁ ବସରେ ଯାଇପାରିବେ ଛାତ୍ରଛାତ୍ରୀ । ସ୍କୁଲ ୟୁନିଫର୍ମ ପିନ୍ଧି ଆଇକାର୍ଡ ଦେଖାଇଲେ ଦେବାକୁ ପଡିବନି ବସ୍ ଭଡା । ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନାରେ ଛାତ୍ରଛାତ୍ରୀଙ୍କୁ ମିଳିବ ଏହି ସୁବିଧା । ସମୟକୁ ଦୃଷ୍ଟିରେ ରଖି ବସ୍ ଚଳାଚଳ ସମୟରେ ପରିବର୍ତ୍ତନ କରିବାକୁ ଓଏସଆରଟିସିକୁ ଅନୁରୋଧ କରାଯାଇଛି । ଏପରିକି ସ୍କୁଲ ପିଲାଙ୍କ ରୁଟକୁ ମଧ୍ୟ ଧ୍ୟାନ ଦେବାକୁ କୁହାଯାଇଛି ।

ଅଧିକରୁ ଅଧିକ ପିଲା ଯେପରି ବସ୍‌ରେ ଯାତାୟତ କରିପାରିବେ ସେଥିପ୍ରତି ଗୁରୁତ୍ବ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ବସ୍ ସେବାରେ ଏହି ସୁବିଧା ଛାତ୍ରଛାତ୍ରୀଙ୍କୁ ମିଳିବ । ବାଣିଜ୍ୟ ଓ ପରିବହନ ବିଭାଗକୁ ଏନେଇ ଚିଠି କରିଛି ଗଣଶିକ୍ଷା ବିଭାଗ । ଅଧିକ ତଥ୍ୟ ପ୍ରଦାନ କରିବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe