କନକ ବ୍ୟୁରୋ; ସ୍କୁଲ ଓ କଲେଜ ଫଢ଼ୁଆ ଛାତ୍ରଛାତ୍ରୀଙ୍କ ପାଇଁ ଖୁସିଖବର । ଏଣିକି ମାଗଣାରେ ସ୍କୁଲକୁ ବସରେ ଯାଇପାରିବେ ଛାତ୍ରଛାତ୍ରୀ । ସ୍କୁଲ ୟୁନିଫର୍ମ ପିନ୍ଧି ଆଇକାର୍ଡ ଦେଖାଇଲେ ଦେବାକୁ ପଡିବନି ବସ୍ ଭଡା । ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନାରେ ଛାତ୍ରଛାତ୍ରୀଙ୍କୁ ମିଳିବ ଏହି ସୁବିଧା । ସମୟକୁ ଦୃଷ୍ଟିରେ ରଖି ବସ୍ ଚଳାଚଳ ସମୟରେ ପରିବର୍ତ୍ତନ କରିବାକୁ ଓଏସଆରଟିସିକୁ ଅନୁରୋଧ କରାଯାଇଛି । ଏପରିକି ସ୍କୁଲ ପିଲାଙ୍କ ରୁଟକୁ ମଧ୍ୟ ଧ୍ୟାନ ଦେବାକୁ କୁହାଯାଇଛି ।
ଅଧିକରୁ ଅଧିକ ପିଲା ଯେପରି ବସ୍ରେ ଯାତାୟତ କରିପାରିବେ ସେଥିପ୍ରତି ଗୁରୁତ୍ବ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ବସ୍ ସେବାରେ ଏହି ସୁବିଧା ଛାତ୍ରଛାତ୍ରୀଙ୍କୁ ମିଳିବ । ବାଣିଜ୍ୟ ଓ ପରିବହନ ବିଭାଗକୁ ଏନେଇ ଚିଠି କରିଛି ଗଣଶିକ୍ଷା ବିଭାଗ । ଅଧିକ ତଥ୍ୟ ପ୍ରଦାନ କରିବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/09/18/bus-2025-09-18-08-13-27.jpg)