କନକ ବ୍ୟୁରୋ : କେନ୍ଦୁଝର ଟଣ ପଞ୍ଚାୟତର ଉପାନ୍ତ ଗାଁ ମୁଣ୍ଡତୋପା। ମାଗଣା ଚାଉଳ ପାଇଁ ଚାଲିଛି ସଂଘର୍ଷ। ୧୫ କିମି ପାହାଡ଼ ଚଢ଼ି ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିଲେ ହିତାଧିକାରୀଙ୍କୁ ଚାଉଳ ମିଳୁଛି। ଗାଡ଼ି ଭଡ଼ା କରି ଗଲେ ଘୋଡ଼ା ଛ' ଟଙ୍କାକୁ ଦାନା ନ ଟଙ୍କା ସଦୃଶ ହୋଇଯାଉଛି। ଚାଉଳ କିଲୋ ପିଛା ପ୍ରାୟ ୨୦ରୁ ୨୫ ଟଙ୍କା ଦେବାକୁ ପଡୁଥିବା ଅଭିଯୋଗ ହୋଇଛି।
ମୁଣ୍ଡତୋପ ଗାଁରୁ ବାଂଶପାଳ ବ୍ଲକ କାର୍ଯ୍ୟାଳୟ ପର୍ୟ୍ୟନ୍ତ ରାସ୍ତା ନିର୍ମାଣ କରାଯାଇଛି। ହେଲେ ପଞ୍ଚାୟତକୁ ସିଧାସଳଖ ସଂଯୋଗ ପାଇଁ ରାସ୍ତା କରାଯାଇନାହିଁ। ତେଣୁ ଏଭଳି ସମସ୍ୟା ଭୋଗିବାକୁ ପଡୁଛି।
ଟଣ ପଞ୍ଚାୟତରେ ୭ଟି ଗାଁ ଓ ପଡ଼ା ରହିଛି, ଯାହା ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ୧୫ରୁ ୨୦କିମି ଦୂରରେ ଅଛି । ତୁରନ୍ତ ରାସ୍ତା ନିର୍ମାଣ କରିବା ସହ ହିତାଧିକାରୀଙ୍କ ପାଖରେ ଚାଉଳ ପହଞ୍ଚାଇବା ବ୍ୟବସ୍ଥା କରିବାକୁ ଦାବି ହୋଇଛି।
Follow Us